ETV Bharat / state

Ratha Yatra: ଆଗକୁ ଘୋଷଯାତ୍ରା, କଳାହାଣ୍ଡି ପ୍ରଶାସନର ପ୍ରସ୍ତୁତି ଆରମ୍ଭ

author img

By

Published : Jun 22, 2022, 7:31 AM IST

କଳାହାଣ୍ଡିରେ ରଥଯାତ୍ରାକୁ ନେଇ ଜିଲ୍ଲା ପ୍ରଶାସନର ପୂର୍ବ ପ୍ରସ୍ତୁତି । ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ଶ୍ରୀଚନ୍ଦନଙ୍କ ଅଧ୍ୟକ୍ଷତାରେ ରଥଯାତ୍ରା କମିଟି ସମେତ ଦେବୋତ୍ତର ବିଭାଗ, ପୋଲିସ ପ୍ରଶାସନ ଓ ବିଭିନ୍ନ ବିଭାଗର ଅଧିକାରୀ ବୈଠକରେ ଉପସ୍ଥିତ । ଶାନ୍ତି ଶୃଙ୍ଖଳାର ସହ ରଥଯାତ୍ରା ସାରିବାକୁ ନିଷ୍ପତି । ଅଧିକ ପଢ଼ନ୍ତୁ

କଳାହାଣ୍ଡି ରଥଯାତ୍ରା: ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ବୈଠକ

ଭବାନୀପାଟଣା: ରଥଯାତ୍ରା ପାଇଁ କଳାହାଣ୍ଡି ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ବୈଠକ । ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ଶ୍ରୀଚନ୍ଦନଙ୍କ ଅଧ୍ୟକ୍ଷତାରେ ରଥଯାତ୍ରାର ପୂର୍ବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ । ଏଥିରେ ରଥଯାତ୍ରା କମିଟି ସମେତ ଦେବୋତ୍ତର ବିଭାଗ, ପୋଲିସ ପ୍ରଶାସନ ଓ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ।

ବୈଠକରେ ଠାକୁରଙ୍କ ପହଣ୍ଡି ଏବଂ ରଥ ପରିଚାଳନା ଦାୟିତ୍ବ ବଣ୍ଟନ କରାଯାଇଛି । ବିଦ୍ୟୁତ ସେବା ସହିତ ପାନୀୟଜଳ ବ୍ୟବସ୍ଥା ସୁରୁଖୁରୁରେ ହେବା ନେଇ ମଧ୍ୟ ଆଲୋଚନା କରାଯାଇଛି । ସେହିଭଳି ସ୍ବାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା ଓ ଆଶୁ ଚିକିତ୍ସା ବ୍ୟବସ୍ଥା ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଛି । ରଥଯାତ୍ରାରେ ଅଗ୍ନିଶମ ବିଭାଗର ସହାୟତା ଏବଂ ସମ୍ଭାବ୍ୟ ଭିଡ଼କୁ ଦୃଷ୍ଟିରେ ରଖି ସହରରେ ଟ୍ରାଫିକ ଓ ପୋଲିସ ବ୍ୟବସ୍ଥା ସୁଦୃଢ଼ କରିବା ଭଳି ବିଭିନ୍ନ ବିଷୟରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ହୋଇଛି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.