ଭବାନୀପାଟଣା: ରାତି ପାହିଲେ ତୃତୀୟ ପର୍ଯ୍ୟାୟରେ କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ ଓ ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀରେ ଅନୁଷ୍ଠିତ ହେବ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ । ଏନେଇ ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ଧର୍ମଗଡ଼ ଓ ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀର ୯ଟି ଜୋନରେ ହେବ ତୃତୀୟ ପର୍ଯ୍ୟାୟ ନିର୍ବାଚନ । ଧର୍ମଗଡ଼ ବ୍ଲକର ୨୮୪ଟି ବୁଥରେ ୯୧ ହଜାର ୩୧୮ ଜଣ ଭୋଟର ମତଦାନ କରିବେ ।
ସେହିଭଳି କୋକସରା ବ୍ଲକର ୨୬୨ଟି ବୁଥରେ ୮୭ ହଜାର ୮୩୯ ଜଣ ଭୋଟ ଦେବେ । ସେହିଭଳି ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀର ଜୟପାଟଣା ବ୍ଲକର ୨୮୭ଟି ବୁଥରେ ୯୩ ହଜାର ୧୯୮ ଜଣ ଭୋଟ ମତ ସାବ୍ୟସ୍ତ କରିବେ । ଧର୍ମଗଡ଼ ଓ ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀରେ ୫୦ଟି ସମ୍ବେଦନଶୀଳ ବୁଥ ଥିବା ବେଳେ ଏନେଇ ୧୦ଟି ମୋବାଇଲ ପାଟ୍ରୋଲିଂ ଟିମ ଓ ୨୧ ପ୍ଲାଟୁନ ପୋଲିସଫୋର୍ସ ମୁତୟନ କରାଯାଇ ଥିବା ନେଇ ସୂଚନା ଦେଇଛନ୍ତି କଳାହାଣ୍ଡି ଏସପି ଶ୍ରବଣ ବିବେକ ।
ଅନ୍ୟ ପକ୍ଷରେ ଧର୍ମଗଡ଼ ବ୍ଲକର ୨୮୪ଟି ବୁଥରେ ୯୦୨ ଜଣ କର୍ମଚାରୀ ନିୟୋଜିତ ହୋଇଥିବା ବେଳେ କୋକସରା ବ୍ଲକରେ ୨୬୨ଟି ବୁଥରରେ ୮୨୮ ଜଣ କର୍ମଚାରୀ ନିୟୋଜିତ ଅଛନ୍ତି । ଏହାସହ ଲାଞ୍ଜିଗଡ଼ ବ୍ଲକରେ ୨୮୭ଟି ବୁଥରେ ୯୧୨ ଅଧିକାରୀଙ୍କୁ ନିଯୁକ୍ତ କରାଯାଇଛି । ତୃତୀୟ ପର୍ଯ୍ୟାୟରେ ଶାନ୍ତିଶୃଙ୍ଖଳା ସହ ନିରପେକ୍ଷ ନିର୍ବାଚନ ପାଇଁ ଏବେ ପ୍ରସ୍ତୁତ ରହିଛି ପ୍ରଶାସନ ।
କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ