ETV Bharat / state

ସାମ୍ଭାବ୍ୟ ବାତ୍ୟା ନେଇ ଜିଲ୍ଲା ପ୍ରଶାସନ ଜରୁରୀକାଳୀନ ବୈଠକ - ସାମ୍ଭାବ୍ୟ ବାତ୍ୟାକୁ ନେଇ ଜିଲ୍ଲା ପ୍ରଶାସନ ଜରୁରୀକାଳୀନ ବୈଠକ

ସାମ୍ଭାବ୍ୟ ବାତ୍ୟାକୁ ନେଇ ଜିଲ୍ଲା ପ୍ରଶାସନ ଜରୁରୀକାଳୀନ ବୈଠକ । ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହାର ଆଖପାଖ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ପରେ ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି । ଏହିକ୍ରମେ ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ୭ ତାରିଖରେ ଅବପାତ ରୂପ ନେବ ସହ ଆସନ୍ତା ୮ ତାରିଖ ସନ୍ଧ୍ୟା ସୁଦ୍ଧା ଏହା ବାତ୍ୟା ରୂପ ନେଇପାରେ ବୋଲି ପାଣିପାଗ ବିଭାଗ ସୂଚନା ଦେଉଥିବା ବେଳେ ଏହାକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ଜିଲ୍ଲା ପ୍ରଶାସନ ମାନଙ୍କୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅଧିକ ପଢନ୍ତୁ

ସାମ୍ଭାବ୍ୟ ବାତ୍ୟାକୁ ନେଇ ଜିଲ୍ଲା ପ୍ରଶାସନ ଜରୁରୀକାଳୀନ ବୈଠକ

author img

By

Published : May 6, 2022, 11:01 PM IST

ଭବାନୀପାଟଣା: ସାମ୍ଭାବ୍ୟ ବାତ୍ୟାକୁ ନେଇ ଜିଲ୍ଲା ପ୍ରଶାସନ ଜରୁରୀକାଳୀନ ବୈଠକ । ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହାର ଆଖପାଖ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ପରେ ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି । ଏହିକ୍ରମେ ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ୭ ତାରିଖରେ ଅବପାତ ରୂପ ନେବ ସହ ଆସନ୍ତା ୮ ତାରିଖ ସନ୍ଧ୍ୟା ସୁଦ୍ଧା ଏହା ବାତ୍ୟା ରୂପ ନେଇପାରେ ବୋଲି ପାଣିପାଗ ବିଭାଗ ସୂଚନା ଦେଉଥିବା ବେଳେ ଏହାକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ଜିଲ୍ଲା ପ୍ରଶାସନ ମାନଙ୍କୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଏହାକୁ ନେଇ ଆଜି କଳାହାଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। କଳାହାଣ୍ଡି ଜିଲ୍ଲାପାଳ ଡ ଗାଭାଲି ପରାଗ ହର୍ଷଦଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଅନୁଷ୍ଠିତ ବୈଠକରେ ଜିଲ୍ଲା ର ସମସ୍ତ ଅଧିକାରୀ ଓଡ୍ରାଫ ଓ ପୋଲିସ ବିଭାଗ ଅଧିକାରୀ ସାମିଲ ହୋଇଥିବା ବେଳେ ସମସ୍ତ ବିଧାୟକ ମାନେ ମଧ୍ୟ ଉପସ୍ଥିତ ରହିଥିଲେ ।

ବାତ୍ୟାର ସମ୍ଭାବ୍ୟ ପ୍ରକୋପକୁ ସାମ୍ନା କରିବା ପାଇଁ ବିଭିନ୍ନ ବିଭାଗ ପକ୍ଷରୁ ନେଇଥିବା ପଦକ୍ଷେପ କୁ ସମୀକ୍ଷା କରିବା ସହ ବନ୍ୟା ସମୟରେ ଖାଦ୍ୟ ମହଜୁଦ, ରିଲିଫ ସାମଗ୍ରୀ ମହଜୁଦଓ ବଣ୍ଟନ,ବନ୍ୟା ପ୍ରତିରୋଧ ଯନ୍ତ୍ରପାତି,ବନ୍ୟା ଆଶ୍ରୟସ୍ଥଳୀ,ସାମୟିକ ଆଶ୍ରୟ ସ୍ଥଳୀ, ଜଳସେଚନ ଓ ଉଠା ଜଳସେଚନର ଘାଇ ମରାମତି ଓ ସମ୍ଭାବ୍ୟ ଘାଇ ପାଇଁ ସତର୍କତା, ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ଡାକ୍ତରଖାନା ମାନଙ୍କରେ ଔଷଧ ମହଜୁଦ ରଖିବା , ବିଶୁଦ୍ଧ ପାନୀୟ ଜଳ ,ବିଦ୍ୟୁତ ସରବରାହ ଓ ମରାମତି, ବନ୍ୟା ନିୟନ୍ତ୍ରଣ କକ୍ଷ ସମେତ ଜିଲ୍ଲାର ୧୩ ଟି ବ୍ଲକରେ ଯୋଗାଣ ବିଭାଗ ପକ୍ଷରୁ ବିଭିନ୍ନ ଦୁର୍ଗମ ଓ ବନ୍ୟା ପ୍ଲାବିତ ଅଞ୍ଚଳରେ ଚୁଡା,ଗୁଡ, ଦିଆସିଲି, କ୍ୟାଣ୍ଡଲ, ବିସ୍କୁଟ,ଚାଉଳ ମହଜୁଦ କରିବାସହ ଜିଲ୍ଲାରେ ସମ୍ଭାବ୍ୟ ବନ୍ୟା ପ୍ଲାବିତ ଅଞ୍ଚଳରେ ପଲିଥିନ ଉପଯୋଗ ପାଇଁ ୩ ହଜାର ୩୬୪ ଟି ପଲିଥିନ ରୋଲ ମହଜୁଦ କରିବାକୁ ନିଷ୍ପତ୍ତି ହୋଇଛି ।

କେସିଙ୍ଗା ବ୍ଲକର ବେଲଖଣ୍ଡି, ଜୁନାଗଡର କୁଟେଲ ଗାଁ, କଲମପୁରର ବାଳିଛଡା, ଜୟପାଟଣାର ରସଡୁମେର ଠାରେ ଲାଇଫ ଜ୍ୟାକେଟ,ସ୍କାଏ ଲାଇଟ,ଜେନେରେଟର ମହଜୁଦ ସହ ପ୍ରସ୍ତୁତ ରହିବା ନେଇ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିବା ବେଳେ ବିପର୍ଯ୍ୟୟ ବା ଦୁର୍ଘଟଣା ଘଟିଲେ ୧୧୨ ନମ୍ବର ବ୍ୟତୀତ ସଙ୍ଗେ ସଙ୍ଗେ ଜିଲ୍ଲାପାଳ ଙ୍କ ୨୪ ଘଣ୍ଟିଆ ଜରୁରୀ କାଳୀନ କଣ୍ଟ୍ରୋଲ ରୁମ ନମ୍ବର ୦୬୬୭-୦୨୩୦୪୫୫ କୁ ଫୋନ କରି ପାଇଁ ଜନ ସାଧାରଣଙ୍କୁ ଆନୁରୋଧ କରିଛନ୍ତି।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.