ଭବାନୀପାଟଣା: କଳାହାଣ୍ଡି ଆମପାଣି ପଞ୍ଚାୟତର ତିର୍ଲିଆମ ଗାଁରେ ଡାଇରିଆ ଆତଙ୍କ । ଗ୍ରାମରେ ଝାଡବାନ୍ତିରେ ଅନେକ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ଏନେଇ ସ୍ୱାସ୍ଥ୍ୟ ବିଭାଗ ନିକଟରେ ଖବର ପହଞ୍ଚିବା ପରେ କୋକସରା ସ୍ୱାସ୍ଥ୍ୟ କେନ୍ଦ୍ରର ଏକ ସ୍ୱତନ୍ତ୍ର ମେଡିକାଲ ଟିମ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ଆକ୍ରାନ୍ତ ରୋଗୀଙ୍କ ଚିକିତ୍ସା ଆରମ୍ଭ କରିଛି ।
ଏହା ମଧ୍ୟ ପଢନ୍ତୁ:-କଳାହାଣ୍ଡି ଜିଲ୍ଲାରେ ଡାଇରିଆ ଆତଙ୍କ, 15ରୁ ଅଧିକ ଆକ୍ରାନ୍ତ 2ମୃତ
ତିର୍ଲିଆମ ଗାଁର ନୁନୋଇ ମାଝୀ,ଲଛମା ମାଝୀ,କମଳ ମାଝୀ,ରୁଦମା ମାଝୀ,ଦୁର୍ଯୋ ମାଝୀ ଓ ଜଣେ ୬ ବର୍ଷର ଶିଶୁ ବେବି ମାଝୀ ଆକ୍ରାନ୍ତ ହୋଇଛି । ସେମାନଙ୍କ ମଧ୍ୟରୁ କୋକସରା ଡାକ୍ତରଖାନାରେ ନୁନୋଇ ମାଝୀ ଓ ବେବି ମାଝୀ ଚିକିତ୍ସିତ ହେଉଥିବା ବେଳେ ଗାଁରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ମେଡ଼ିକାଲ ଟିମ ଗାଁରେ ଚିକିତ୍ସା କରିବା ସହ ଔଷଧ ବଣ୍ଟନ କରିଛନ୍ତି ।
ଏହା ପୂର୍ବରୁ ଜିଲ୍ଲାର ଧର୍ମଗଡ ବ୍ଲକର ସନ୍ଧିକୁଲିହାରି ଓ କନା ଗାଁ ଠାରେ ଡାଇରିଆ ଆତଙ୍କ ଦେଖିବାକୁ ମିଳିଥିଲା । ଏଥିରେ 15ରୁ ଅଧିକ ଗ୍ରାମବାସୀ ଆକ୍ରାନ୍ତ ହୋଇଥିବା ବେଳେ 2ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ହୋଇଥିଲା ।
ଇଟିଭି ଭାରତ, କଳାହାଣ୍ଡି