କଳାହାଣ୍ଡି: ବନ୍ଦ କୋଠରୀରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । କୋକସରା ଥାନା ଅନ୍ତର୍ଗତ ମହୁଳମୁଣ୍ଡା ଗାଁରୁ ମୃତଦେହକୁ ଉଦ୍ଧାର କରିଥିଲା ପୋଲିସ । ମୃତ ମହିଳା ହେଲେ ସନ୍ଧ୍ୟା ଦୁଣ୍ଡକିଆ(40) । ତେବେ ମହିଳା ଜଣକ ଶାଢୀ ସାହାଯ୍ୟରେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି ।
ସୂଚନା ଅନୁଯାୟୀ, ସନ୍ଧ୍ୟା ମା’ଙ୍କ ମୃତ୍ୟୁ ପରେ ଏକଟୁଆ ଘରେ ରହୁଥିଲେ । ତେବେ ବୁଧବାର ସକାଳୁ ତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା । ତେବେ ସେ ଆତ୍ମହତ୍ୟା କରୁଥିବା ଅନୁମାନ କରୁଛି ପୋଲିସ । ଅନ୍ୟପଟେ ମୃତଦେହ ଉଦ୍ଧାର କରି କୋକସରା ମେଡିକାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ।
କଳାହାଣ୍ଡିରୁ ଅଜିତ୍ ସିଂ, ଇଟିଭି ଭାରତ