ETV Bharat / state

କଳାହାଣ୍ଡିରେ ପହଞ୍ଚିଲା ନିୟମଗିରି ସୁରକ୍ଷା ସମିତିର ପଦଯାତ୍ରା

author img

By

Published : Oct 18, 2022, 9:22 AM IST

ନିୟମଗିରି ସୁରକ୍ଷା ସମିତି ପକ୍ଷରୁ ଆବାହକ ଲିଙ୍ଗରାଜ ଆଜାଦ ଓ ସଭାପତି ଲଦ ଶିକକାଙ୍କ ମିଳିତ ନେତୃତ୍ବରେ ନଫରତ ଛାଡ଼, ଜୀବନ ଜୀବିକା ଓ ସମ୍ବିଧାନର ସୁରକ୍ଷାକୁ ନେଇ ରାୟଗଡାଠାରୁ କଳାହାଣ୍ଡି ପର୍ଯ୍ୟନ୍ତ ଆରମ୍ଭ ହୋଇଥିବା ପଦଯାତ୍ରା ବିଶ୍ୱନାଥପୁର ଠାରେ ଠାରେ ପହଞ୍ଚିଛି । ଅଧିକ ପଢନ୍ତୁ

କଳାହାଣ୍ଡିରେ ପହଞ୍ଚିଲେ ନିୟମଗିରିର ଡଙ୍ଗରିଆ
କଳାହାଣ୍ଡିରେ ପହଞ୍ଚିଲେ ନିୟମଗିରିର ଡଙ୍ଗରିଆ

ଭବାନୀପାଟଣା: ଜୀବନ ଜୀବିକା ଓ ସମ୍ବିଧାନର ସୁରକ୍ଷା ନେଇ ରାସ୍ତାକୁ ଓହ୍ଲାଇଛନ୍ତି ନିୟମଗିରିର ଡଙ୍ଗରିଆ । ନିୟମଗିରି ସୁରକ୍ଷା ସମିତି ପକ୍ଷରୁ ଆବାହକ ଲିଙ୍ଗରାଜ ଆଜାଦ ଓ ସଭାପତି ଲଦ ଶିକକାଙ୍କ ମିଳିତ ନେତୃତ୍ବରେ ଘୃଣା ଛାଡ଼, ଜୀବନ ଜୀବିକା ଓ ସମ୍ବିଧାନର ସୁରକ୍ଷାକୁ ନେଇ ରାୟଗଡା ଠାରୁ କଳାହାଣ୍ଡି ପର୍ଯ୍ୟନ୍ତ ଆରମ୍ଭ ହୋଇଥିବା ପଦଯାତ୍ରା କଳାହାଣ୍ଡି ଜିଲ୍ଲା ବିଶ୍ୱନାଥପୁର ଠାରେ ପହଞ୍ଚିଥିଲା ।

କଳାହାଣ୍ଡିରେ ପହଞ୍ଚିଲେ ନିୟମଗିରିର ଡଙ୍ଗରିଆ

ନିୟମଗିରି ସୁରକ୍ଷା ସମିତିର ସମସ୍ତ ସଦସ୍ୟମାନଙ୍କ ଦ୍ଵାରା ଏହି ପଦଯାତ୍ରା ରବିବାର ରାୟଗଡା ଜିଲ୍ଲା ମୁନିଖୋଲ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପରିସରରୁ ଆରମ୍ଭ କରାଯାଇ ସହର ପରିକ୍ରମା କରିବା ପରେ କଳାହାଣ୍ଡିର ବିଭିନ୍ନ ଗାଁକୁ ପହଞ୍ଚିବା ସହ ଦୀର୍ଘ ୧୦୦ କିଲୋମିଟର ପଦଯାତ୍ରା କରି ଆସନ୍ତା ୧୯ ତାରିଖରେ କଳାହାଣ୍ଡି ଜିଲ୍ଲାର ଭବାନୀପାଟଣାରେ ଶେଷ ହେବ ।

ଏହା ମଧ୍ୟ ପଢନ୍ତୁ: ସୁଇସାଇଡ୍‌ ନୋଟ୍‌ରେ ଖୁଲାସା, ବୈଶାଳୀଙ୍କୁ ହଇରାଣ କରୁଥିଲେ ପୂର୍ବତନ ପ୍ରେମିକ

ରାଜନେତାମାନେ ସମ୍ବିଧାନର ସୁରକ୍ଷା ପାଇଁ ପ୍ରତିଜ୍ଞା କରି ଅପବ୍ୟବହାର କରିବା, ଦରଦାମ ବୃଦ୍ଧି, ବେକାରି ସମସ୍ୟା, ନିଯୁକ୍ତି ସଙ୍କୁଚିତ ହେବା ଫଳରେ ଏହାର ସିଧା ପ୍ରଭାବ ଲୋକଙ୍କ ଜୀବନ ଜୀବିକା ଉପରେ ପଡ଼ିଛି । ସମ୍ବିଧାନ ପ୍ରଣେତା ବାବାସାହେବ ଆମ୍ବେଦକରଙ୍କ ସ୍ଵପ୍ନକୁ ଅପ ବ୍ୟବହାର ହେବା ପ୍ରତିବାଦରେ ଏବଂ ନଫରତ ଛାଡ଼, ସମ୍ବିଧାନ ବଞ୍ଚାଅ, ଏକତା, ସମାନତା, ସ୍ବତନ୍ତ୍ରତା ଓ ନ୍ୟାୟ ପାଇଁ ସଚେତନତା ବାର୍ତ୍ତାନେଇ ଏହି ପଦଯାତ୍ରା ଆରମ୍ଭ ହୋଇଛି ।

ଆସନ୍ତା ୧୯ ତାରିଖରେ କଳାହାଣ୍ଡି ଜିଲ୍ଲାପାଳଙ୍କୁ ଏନେଇ ଏକ ଦାବିପତ୍ର ଦିଆଯିବା ବୋଲି ନିୟମଗିରି ସୁରକ୍ଷା ସମିତି ପକ୍ଷରୁ ସୂଚନା ଦିଆଯାଇଛି । ଉକ୍ତ ପଦଯାତ୍ରାରେ ନିୟମଗିରିସୁରକ୍ଷା ସମିତିର ଦଧି ପୁଷିକା ଉପେନ୍ଦ୍ର ଡ୍ରାଭିଡ, ସତ୍ୟମାହାର, ସୁରେଶ ଡ୍ରିଞ୍ଜ, କୃଷ୍ଣ ଦାସୁରୁ କାଡ୍ରାକା ସମେତ ଶତାଧିକ ମହିଳା ଓ ପୁରୁଷ ସଦସ୍ୟ ମାନେସାମିଲ ହୋଇଛନ୍ତି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.