ETV Bharat / state

ସମ୍ବର୍ଦ୍ଧିତ ହେଲେ କଳାହାଣ୍ଡିର କୋଭିଡ୍ ଯୋଦ୍ଧା

author img

By

Published : Oct 21, 2020, 3:54 PM IST

କୋରୋନା ମହାମାରୀ ଦିନକୁ ଦିନ ତାର କାୟା ବିସ୍ତାର କରି ଚାଲିଛି । ଏହି ସମୟରେ କୋରୋନା ସଂକ୍ରମଣକୁ ଖାତିର ନକରି ସ୍ବାସ୍ଥ୍ୟକର୍ମୀ, ଆଶାକର୍ମୀ , ଆଦି ନିଜର ଜୀବନକୁ ବାଜି ଲଗାଇ ପରିବାରକୁ ଛାଡି ନିଜ କର୍ତ୍ତବ୍ୟକୁ ସମ୍ପୂର୍ଣ୍ଣ ରୂପେ ପାଳନ କରୁଛନ୍ତି । ଅଧିକ ପଢନ୍ତୁ...

covid warrior of Kalahandi was congratuled
ସମ୍ବର୍ଦ୍ଧିତ ହେଲେ କଳାହାଣ୍ଡିର କୋଭିଡ୍ ଯୋଦ୍ଧା

ଭବାନୀପାଟଣା: କୋରୋନା ମହାମାରୀ ଦିନକୁ ଦିନ ତାର କାୟା ବିସ୍ତାର କରି ଚାଲିଥିବାବେଳେ ସରକାର ଓ ପ୍ରଶାସନ ସମସ୍ତଙ୍କୁ ଘରେ ରହିବା ଓ ସୁରକ୍ଷିତ ରହିବା ପାଇଁ ନିବେଦନ କରୁଛନ୍ତି । ହେଲେ ଏହି କୋରୋନା ମହାମାରୀ ସମୟରେ କୋରୋନା ସଂକ୍ରମଣକୁ ଖାତିର ନ କରି ସ୍ବାସ୍ଥ୍ୟକର୍ମୀ, ଆଶାକର୍ମୀ, ଅଙ୍ଗନୱାଡି, ପୋଲିସ, ସାମ୍ବାଦିକ ଓ ସଫେଇ କର୍ମଚାରୀମାନେ ନିଜର ଜୀବକୁ ବାଜି ଲଗାଇ ପରିବାରକୁ ଛାଡି ନିଜ କର୍ତ୍ତବ୍ୟକୁ ସମ୍ପୂର୍ଣ୍ଣ ରୂପେ ପାଳନ କରୁଛନ୍ତି ।

ଏହି ପରିପ୍ରେକ୍ଷୀରେ ପ୍ରଫେସର ଭୁବନେଶ୍ବର ବେହେରା ୟୁଥ ଅରଗାନାଇଜେସନ ଓ ମହର୍ଷି ପରାସର ଏକାଡେମୀ ପକ୍ଷରୁ ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ଠାରେ ଭବାନୀପାଟଣା ପୌର ନିର୍ବାହୀ ଅଧିକାରୀ ବିଶ୍ବମ୍ବର ମିଶ୍ର, ଯୁବ ସାମ୍ବାଦିକ ଯଶୋବନ୍ତ ଧଙ୍ଗାଡା ମାଝୀ, ସଫେଇ କର୍ମଚାରୀ ହରେନ୍ଦ୍ର ନାଏକଙ୍କ ସମେତ ୨ ଜଣ ସ୍ବାସ୍ଥ୍ୟ କର୍ମୀ, ୬ ସଫେଇ କର୍ମଚାରୀ, ୧୦ ଜଣ ଅଙ୍ଗନବାଡି କର୍ମୀ, ୫ ଜଣ ଆଶା କର୍ମୀ ଓ ୫ ଜଣ ହୋମଗାର୍ଡଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ଭବାନୀପାଟଣା ବିଧାୟକ ତଥା ରାଜ୍ୟ ବିରୋଧୀ ଦଳ ନେତା ପ୍ରଦୀପ କୁମାର ନାଏକ ଯୋଗ ଦେଇଥିଲେ । ଏଥିସହିତ ଅନ୍ୟତମ ଅତିଥି ଭାବେ ଭବାନୀପାଟଣା ପୌରପାଳିକା ନିର୍ବାହୀ ଅଧିକାରୀ ବିଶ୍ବମ୍ବର ମିଶ୍ର ମଧ୍ୟ ଯୋଗ ଦେଇଥିଲେ ।

କୋଭିଡ୍ ନିୟମ ଅନୁସାରେ ସାମାଜିକ ଦୂରତ୍ବ ବଜାୟ ରଖି ସମସ୍ତ ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.