ETV Bharat / state

ମନରେଗାରେ ମହାଦୁର୍ନୀତି, ବର୍ଷେ ହେଲାଣି ମିଳିନି ପାରିଶ୍ରମିକ - mgnrega yojana

ଗରିବ ଖଟିଖିଆଙ୍କୁ ଆର୍ଥିକ ତଥା ସାମାଜିକ କ୍ଷେତ୍ରରେ ସୁଦୃଢ କରିବା ପାଇଁ 2005ରେ ଆରମ୍ଭ ହୋଇଥିଲା ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତ ଯୋଜନା(ମନରେଗା) । ଯୋଜନା ଅନୁଯାୟୀ ହିତାଧିକାରୀଙ୍କୁ କାର୍ଡ ବଣ୍ଟନ ସହ କାମ ବି ଯୋଗାଇ ଦିଆଯାଉଛି । ହେଲେ ମଜୁରୀ ଦେବାରେ ଦେଖାଦେଉଛି ବ୍ୟତିକ୍ରମ । ଫଳରେ ବାଧ୍ୟ ହୋଇ ଦାଦନ ଖଟିବାକୁ ଯାଉଛନ୍ତି ଲୋକେ । ଦେଖନ୍ତୁ କଳାହାଣ୍ଡିରୁ ଏହି ରିପୋର୍ଟ...

mgnrega yojana
ବର୍ଷେ ହେଲେଣି ମିଳିନି ପାରିଶ୍ରମିକ
author img

By

Published : Jan 6, 2020, 4:55 PM IST

କଳାହାଣ୍ଡି: ମନରେଗାରେ ମହାଦୁର୍ନୀତି । ପରିଶ୍ରମ ପରେ ବି ଭୋକରେ ଶ୍ରମିକ । ପୋଖରୀ ଖୋଳିଲେ, ହେଲେ ପାରିଶ୍ରମିକ ପାଇଁ ବିତିଗଲାଣି ବର୍ଷେ । ଏଭଳି ଏକ ଅଭିଯୋଗ ଆସିଛି କଳାହାଣ୍ଡି ଜିଲ୍ଲା କଳାହାଣ୍ଡି-ଥୁଆମୂଳ ବ୍ଲକର ମୋତାଚୁଆଁ ଗାଁରୁ । ଗରିବ ଖଟିଖିଆଙ୍କୁ ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ସୁଦୃଢ କରିବାକୁ 2005ରେ ଆରମ୍ଭ ହୋଇଥିଲା ମନରେଗା ଯୋଜନା । ହେଲେ ଏଠି ନିଯୁକ୍ତି ଦେଇ ଶ୍ରମିକଙ୍କ ଟଙ୍କା ଆତ୍ମସାତ କରାଯାଇଥିବାର ଅଭିଯୋଗ ହୋଇଛି ।

ବର୍ଷେ ହେଲେଣି ମିଳିନି ପାରିଶ୍ରମିକ

ଏହି ଗାଁରୁ ପାଖାପାଖି 50ଜଣ ହିତାଧିକାରୀଙ୍କୁ ଏହି ଯୋଜନା ସାମିଲ କରାଯାଇ ଜବ କାର୍ଡ ଦିଆଯାଇଛି । ଆଉ ଏହି ଯୋଜନା ମାଧ୍ୟମରେ ଏମାନଙ୍କୁ ବର୍ଷକୁ 100 ଦିନର କର୍ମ ନିଯୁକ୍ତି ପାଇଁ ସରକାର ପ୍ରତିଶ୍ରୃତିବଦ୍ଧ ହୋଇଥିଲେ । ସେହି ଅନୁସାରେ, ଏହି ହିତାଧିକାରୀଙ୍କୁ ପୋଖରୀ ଖୋଳିବାର କାମ ମିଳିଥିଲା । ହେଲେ କାମ ପୁରା ହେବାର ଗୋଟିଏ ବର୍ଷ ବିତିଗଲାଣି । ହେଲେ ଶ୍ରମିକଙ୍କୁ ଏଯାଏଁ ପାଉଣା ମିଳିପାରିନାହିଁ । ଆଉ ନିଜ ପାରିଶ୍ରମିକ ପାଇବା ପାଇଁ ଶ୍ରମିକମାନେ ପଞ୍ଚାୟତ ଅଫିସରୁ ବ୍ଲକ ଅଧିକାରୀଙ୍କୁ ଭେଟି ଅଭିଯୋଗ ଶୁଣାଇଛନ୍ତି । ହେଲେ କେହି ବି ଏମାନଙ୍କ ଅଭିଯୋଗ ଶୁଣିବାକୁ ନାରାଜ ।

ଗୋଟିଏ ପଟେ, ସରକାର ଦାଦନ ଖଟି ନଯିବାକୁ ସରକାର ପଦକ୍ଷେପ ପରେ ପଦକ୍ଷେପ ଗ୍ରହଣ କରୁଛନ୍ତି। ହେଲେ ଅନ୍ୟପଟେ, ପ୍ରଶାସନଙ୍କ ଏଭଳି ଖାମଖିଆଲି ନୀତି ପରୋକ୍ଷରେ ଦାଦନ ପ୍ରଥାକୁ ପ୍ରତ୍ସୋହନ ଦେଉଥିବାର ମନେ ହେଉଛି । ସେପଟେ ଘଟଣା ବିଷୟରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଦୃଷ୍ଟି ଆକର୍ଷଣ କରିବାରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଛନ୍ତି ।

କଳାହାଣ୍ଡିରୁ ଅଜିତ ସିଂ,ଇଟିଭି ଭାରତ

Intro:କଳାହାଠି ରେ ବାଟବଣା ହେଉଛି ମନରେଗା ଯୋଜନା-ଲୋକେ ଦାଦନ ମୁହାଁ ।
ଡେµ-ସ୍ମ୍ରତିରେଖା ତରାନିଆ
ଭିଓ-୧-ଗରିବ ଖଟିଖିଆ ଙ୍କୁ ଆର୍ଥିକ ତଥା ସାମାଜିକ କ୍ଷ୍ରେତ୍ର ରେ ସୁଦ୍ରୁଢ କରିବା ପାଇଁ ୨୦୦୫ ମସିହା ରେ କାର୍ଯକାରୀ ହୋଇଥିଲା ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା । ଯୋଜନା ଅନୁଯାୟୀ ହିତାଧିକାରୀ ଙ୍କୁ କାର୍ଡ ବଣ୍ଟନ ସହ କାମ ବି ଯୋଗାଇ ଦିଆଯାଉଛି ହେଲେ ମଜୁରୀ ଦେବାରେ ଦେଖାଦେଉଛି ବ୍ୟତିକ୍ରମ । ଦେଖିବା କଳାହାଠି ଜିଲ୍ଲା ରୁ ଏହି ରିପୋର୍ଟ ।

ଅଭିଯୋଗ ଆସିଛି ଥୂଆମୁଳ ରାମପୁର ବ୍ଲକ ମୋତାଚୁଆଁ ଗାଁ ରୁ । ହାତରେ ଜବକାର୍ଡ ମନରେ କ୍ଷୋଭ । କାରଣ ମିଳୁନି ମଜୁରୀ । ମନରେଗା ଯୋଜନା ମାଧ୍ୟମ ରେ ଜବକାର୍ଡ ଧାରୀ ଙ୍କୁ ବର୍ଷକୁ ୧୦୦ ଦିନର କର୍ମ ନିଯୁକ୍ତି ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ହେଲେ ଏହି ପଞ୍ଚାୟତ ର ପ୍ରାୟ ୫୦ ଜଣ ହିତାଧିକାରୀ ଙ୍କୁ ମନରେଗା ଯୋଜନା ରେ ପଞ୍ଚାୟତ ତରଫରୁ ପୋଖରୀ ଖୋଳା ପାଇଁ କାର୍ଯାଦେଶ ଦିଆଯାଇଥିଲା । ହେଲେ କାମ କରିବାର ଆଜକୁ ପ୍ରାୟ ୧ ବର୍ଷ ପରେ ମଧ୍ୟ ଶ୍ରମିକ ଙ୍କୁ ମିଳିନି ମଜୁରୀ । ଏନେଇ ହିତାଧିକାରୀ ବାରମ୍ୱାର ପଞ୍ଚାୟତ ଅଫିସ ଠାରୁ ବ୍ଲକ ଅଧିକାରୀ ଙ୍କ ଦ୍ୱାରସ୍ଥ ପରେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଅଭିଯୋଗ ହୋଇଛି । Body:ଭିଓ-୨-ରାଜ୍ୟ ରେ ଦାଦନ ପ୍ରଥା କୁ ରୋକିବା ପାଇଁ ସରକାର ବିଭିନ୍ନ ଯୋଜନା ପ୍ରସ୍ତୁତ କରି ଅର୍ଥ ବ୍ୟୟବରାଦ କରୁଛନ୍ତି ହେଲେ ମନରେଗା ଯୋଜନା ରେ ହିତାଧିକାରୀ ଙ୍କୁ ଦୀର୍ଘ ୧ ବର୍ଷ ଧରି ମଜୁରୀ ରୁ ବଞ୍ଚିତ ରଖିବା ଏବେ ପରୋକ୍ଷରେ ଦାଦନ ପ୍ରଥା କୁ ସମର୍ଥନ ପରି ମନେହୁଏ । ଏ ପ୍ରସଙ୍ଗ ରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ଙ୍କ ଦ୍ରୁଷ୍ଟି ଆକର୍ଷଣ କରିବାରୁ ଅଭିଯୋଗ ର ତଦନ୍ତ ପରେ କାର୍ଯାନୁଷ୍ଠନ ଗ୍ରହଣ କରାଯିବ ସେ ବୋଲି ପ୍ରକାଶ କରିଛନ୍ତି । Conclusion:ବାଇଟ-ସସ୍ମିତା ମାଝୀ (ଅଭିଯୋଗକାରୀ ହିତାଧିକାରୀ)
ବାଇଟ-ସୁରେଖା ମାଝୀ (ଅଭିଯୋଗକାରୀ ହିତାଧିକାରୀ)
ବାଇଟ-ଗୋପାଳ ସ୍ୱାମୀ ନାଇଡୁ (ପିଡି ଡିଆରଡିଏ-କଳାହାଠି)
ପିଟୁସି
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.