ETV Bharat / state

ଅବ୍ୟବସ୍ଥା ମଧ୍ୟରେ କୋରୋନା ଯୋଦ୍ଧା - Corona warriors in trouble

ଜିଲ୍ଲାରେ କୋଭିଡ ମ୍ୟାନେଜମେଣ୍ଟରେ ଅବ୍ୟବସ୍ଥା ନେଇ ଖୋଲିଲା ଗୁମର । କୋରୋନା ଯୋଦ୍ଧାମାନେ ଅବ୍ୟବସ୍ଥା ମଧ୍ୟରେ ରହୁଥିବା ନିଜେ ପ୍ରକାଶ କରିଛନ୍ତି । ସେହିପରି ଏହାକୁ ଖଣ୍ଡନ କରିଛନ୍ତି କଳାହାଣ୍ଡି ସିଡିଏମଓ । ଅଧିକ ପଢନ୍ତୁ...

ଅବ୍ୟବସ୍ଥା ମଧ୍ୟରେ କୋରୋନା ଯୋଦ୍ଧା
ଅବ୍ୟବସ୍ଥା ମଧ୍ୟରେ କୋରୋନା ଯୋଦ୍ଧା
author img

By

Published : Jun 24, 2020, 11:02 PM IST

Updated : Jun 25, 2020, 6:11 AM IST

ଭବାନୀପାଟଣା: ଜିଲ୍ଲାରେ କୋଭିଡ ମ୍ୟାନେଜମେଣ୍ଟରେ ଅବ୍ୟବସ୍ଥା ନେଇ ଖୋଲିଲା ଗୁମର । କୋରୋନା ଯୋଦ୍ଧାମାନେ ଅବ୍ୟବସ୍ଥା ମଧ୍ୟରେ ରହୁଥିବା ନିଜେ ପ୍ରକାଶ କରିଛନ୍ତି । ସେହିପରି ଏହାକୁ ଖଣ୍ଡନ କରିଛନ୍ତି କଳାହାଣ୍ଡି ସିଡିଏମଓ ।

ଅବ୍ୟବସ୍ଥା ମଧ୍ୟରେ କୋରୋନା ଯୋଦ୍ଧା

କୋରୋନା ଯୋଦ୍ଧାମାନଙ୍କୁ ସମ୍ମାନ ଓ ଗଣମାଧ୍ୟମରେ ଚର୍ଚ୍ଚାରେ ହିଁ ସୀମିତ ରହିଯାଉଛି । ଏପରି ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲାରେ । ଏଠାରେ ଖୋଦ ଡାକ୍ତରମାନେ ଅବ୍ୟବସ୍ଥାରେ ରହୁଥିବା ପ୍ରକାଶ କରିଛନ୍ତି । ବିଷମ ପରିସ୍ଥିତିରେ ନିଜକୁ ବିପନ୍ନ କରି ସେମାନେ ସେବା ଯୋଗାଉଛନ୍ତି । ହେଲେ ସେମାନଙ୍କ ପାଇଁ ନା ଅଛି ସ୍ବାସ୍ଥ୍ୟକର ପରିବେଶ ନାଁ ଅଛି ଆନୁସଙ୍ଗିକ ବ୍ୟବସ୍ଥା । ସେ ପିଇବା ପାଣି ହେଉ ଅବା ରହଣୀ । ସବୁଥିରେ ଉଣା ହୋଇଥିବା ସେ ଅଭିଯୋଗ କରିଛନ୍ତି ।

ନିଯୁକ୍ତି ପାଇଥିବା ଡାକ୍ତର ପର୍ଯ୍ୟାୟ କ୍ରମେ ୧୪ ଦିନ ସ୍ବାସ୍ଥ୍ୟସେବା ଯୋଗାଇବା ପରେ ୧୪ ଦିନ କ୍ବାରେଣ୍ଟାଇନରେ ରହିବାର ବ୍ୟବସ୍ଥା ରହିଛି । ହେଲେ ଏଠି କିନ୍ତୁ କ୍ବାରେଣ୍ଟାଇନ ସୁବିଧା ହିଁ ନାହିଁ । ଆଉ ଏସବୁକୁ ନେଇ ପରୋକ୍ଷରେ ଜୀବନକୁ ବାଜି ଲଗେଇ ସେବା ଯୋଗାଉଥିବା ଡାକ୍ତରମାନଙ୍କର ଉତ୍ସାହ କମିବାରେ ଲାଗିଛି।

ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ସାଧାରଣ ଲୋକଙ୍କୁ ମାଗଣାରେ ଚିକିତ୍ସା ସୁବିଧା ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତିବଦ୍ଧ ଥିବା କହୁଥିବା ବେଳେ କୋରୋନା ମୁକାବିଲା ପାଇଁ ଗୋଟେ ପଟେ ସରକାର ଅନେକ ଅର୍ଥ ବ୍ୟୟବରାଦ ବି କରିଛନ୍ତି। ଏହା ସହ ବିଭିନ୍ନ ସମୟରେ ଖୋଦ ମୁଖ୍ୟମନ୍ତ୍ରୀ କୋରୋନା ଯୋଦ୍ଧାଙ୍କୁ ଉତ୍ସାହିତ କରୁଛନ୍ତି । ହେଲେ କିନ୍ତୁ ଗ୍ରାଉଣ୍ଡ ଜିରୋରେ ବାସ୍ତବତା ସମ୍ପୂର୍ଣ୍ଣ ଭିନ୍ନ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

Last Updated : Jun 25, 2020, 6:11 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.