ETV Bharat / state

ପିଡ଼ିଏସ ବଣ୍ଟନରେ ଦୁର୍ନୀତି, କ୍ଷମତା ହସ୍ତାନ୍ତର ନେଇ ଗଣ ଧାରଣା

author img

By

Published : Oct 18, 2022, 10:39 PM IST

ପିଡ଼ିଏସ ବଣ୍ଟନରେ ଦୁର୍ନୀତି । କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଳକ ଚାଞ୍ଚେର ପଞ୍ଚାୟତରେ ପିଡ଼ିଏସ ବଣ୍ଟନରେ ଦୁର୍ନୀତି କରୁଥିବାରୁ ପଞ୍ଚାୟତକୁ କ୍ଷମତା ହସ୍ତାନ୍ତର ନେଇ ଗଣ ଧାରଣା । ଅଧିକ ପଢନ୍ତୁ

ପିଡ଼ିଏସ ବଣ୍ଟନରେ ଦୁର୍ନୀତି
ପିଡ଼ିଏସ ବଣ୍ଟନରେ ଦୁର୍ନୀତି

ଭବାନୀପାଟଣା:ପିଡ଼ିଏସ ବଣ୍ଟନରେ ଦୁର୍ନୀତି । ଏସଏଚଜି ଗୃପ ଦୁର୍ନୀତି କରୁଥିବାରୁ କ୍ଷମତା ହସ୍ତାନ୍ତର ନେଇ ଗଣ ଧାରଣା । କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଳକ ଚାଞ୍ଚେର ପଞ୍ଚାୟତରେ ପିଡିଏସ ବଣ୍ଟନରେ ଏସଏଚଜି ଗୃପ ଦୁର୍ନୀତି କରୁଛି । ତେଣୁ ପଞ୍ଚାୟତକୁ ହସ୍ତାନ୍ତର ଦାବିରେ ସରପଞ୍ଚ ତାଙ୍କ ସମର୍ଥକ ଓ ହିତାଧିକାରୀ ଏକ ଶୋଭାଯାତ୍ରାରେ ଆସି ବ୍ଳକ ସମ୍ମୁଖରେ ଧାରଣା ଦେଇଥିଲେ।

ପିଡ଼ିଏସ ବଣ୍ଟନରେ ଦୁର୍ନୀତି

ପିଡ଼ିଏସ ବଣ୍ଟନରେ ଏସଏଚଜି ଗୃପ ଦୁର୍ନୀତି କରୁଥିବା ବେଳେ ବ୍ଳକ କର୍ତ୍ତୁପକ୍ଷ ବି ତାଙ୍କୁ ସମର୍ଥନ କରୁଥିବା ଅଭିଯୋଗ ହୋଇଛି । ଏହାକୁ ବିରୋଧ କରାଯାଇ ଗଣ ଧାରଣା ଦିଆଯାଇଥିଲା । ପରେ ଧାରଣା ସ୍ଥଳରେ ବିଡ଼ିଓ ପ୍ରଫୁଲ୍ଲ ଓଡୁ ପହଞ୍ଚିବା ପରେ ଆନ୍ଦୋଳନ କାରୀଙ୍କ ସହ ଆଲୋଚନା କରିଥିଲେ । ଏହାପରେ ସହ ଅନ୍ୟ ସ୍ୱୟଂ ସହାୟକ ଗୋଷ୍ଠୀକୁ ଦାୟିତ୍ୱ ଦେବା ନିମନ୍ତେ ଉଦ୍ୟମ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ ବିଡ଼ିଓ । ପ୍ରତିଶୃତି ପରେ ଆନ୍ଦୋଳନ କାରୀ ଗଣ ଧାରଣାରୁ ଓହରି ଥିଲେ ।

ସୂଚନା ଅନୁଯାୟୀ ଚାଞ୍ଚେର ପଞ୍ଚାୟତରେ ପିଡିଏସ ସାମଗ୍ରୀ ବଣ୍ଟନ କରୁଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଲୋକଙ୍କୁ ଠିକ ଭାବରେ ପିଡ଼ିଏସ ସାମଗ୍ରୀ ବଣ୍ଟନ କରୁନଥିବା ବେଳେ ବାଟ ମାରଣା ହେଉଥିବା ନେଇ ବ୍ଳକ କତ୍ତୃପକ୍ଷଙ୍କୁ ଅଭିଯୋଗ କରିଥିଲେ ପଞ୍ଚାୟତବାସୀ । ଅଭିଯୋଗ ପାଇବା ପରେ ବିଡ଼ିଓ ଏକ ଟିମ କରି ତଦନ୍ତ କରିଥିଲେ । କିନ୍ତୁ ଅଭିଯୋଗର ସତ୍ୟ ସତ୍ୟ ନବହାରିବାରୁ ଏସଏଚଜି ଗୃପ ବିରୋଧରେ କିଛି ପଦକ୍ଷେପ ନେଇ ନଥିଲେ । ଏହାକୁ ବିରୋଧ କରି ଏବଂ ତଦନ୍ତ ଏକ ପାଖିଆ କହି ଆଜି ସରପଞ୍ଚ ଏହି ଗଣ ଧାରଣା ଡାକରା ଦେଇଥିଲେ । ବିଡିଓଙ୍କୁ ପଚାରିବାରୁ ପିଡ଼ିଏସ ବଣ୍ଟନ ଏସଏଚଜି ଗୃପ କୁ ଦେବା ସରକାରଙ୍କ ଗାଇଡ଼ ଲାଇନ ରହିଛି । ଅଭିଯୋଗ ଥିଲେ ତଦନ୍ତ କରାଯିବ, କିଛି ଦୁର୍ନୀତି ଥିଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ବିଡ଼ିଓ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.