ETV Bharat / state

କଳାହାଣ୍ଡିରୁ ଧଳା ଜହର ଜବତ ଘଟଣା, ସମ୍ବଲପୁରକୁ ଲମ୍ବିଛି ଚେର - ଧଳା ଜହର ଜବତ ଘଟଣାକୁ ନେଇ ପୋଲିସର ଛାନଭିନ

କଳାହାଣ୍ଡିରେ ବ୍ରାଉନ ସୁଗାର କାରବାର । ତଦନ୍ତ ଜାରି ରଖିଛି ପୋଲିସ । ଗିରଫ ହୋଇସାରିଲେଣି ଅନେକ ଅଭିଯୁକ୍ତ । ଅଧିକ ପଢନ୍ତୁ...

କଳାହାଣ୍ଡିରୁ ଧଳା ଜହର ଜବତ ଘଟଣା
କଳାହାଣ୍ଡିରୁ ଧଳା ଜହର ଜବତ ଘଟଣା
author img

By

Published : Jun 7, 2021, 8:23 PM IST

ଭବାନୀପାଟଣା: କଳାହାଣ୍ଡିରୁ ଧଳା ଜହର ଜବତ ଘଟଣାକୁ ନେଇ ପୋଲିସର ଛାନଭିନ ଜାରି । ଏହି ମାମଲାରେ ରବିବାର ପ୍ରାୟ ୪୦ ଗ୍ରାମ ଧଳା ଜହର ଜବତ ସହ ଦୁଇ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିବା ସହ ସେମାନଙ୍କ ଠାରୁ ୨ ଟି ମୋବାଇଲ ଫୋନ ଓ କାର ମଧ୍ୟ ଜବତ କରିଥିଲା।

କଳାହାଣ୍ଡିରୁ ଧଳା ଜହର ଜବତ ଘଟଣା

ଜବତ ପାଉଡରକୁ ପରୀକ୍ଷଣ ପାଇଁ ଫରେନ୍ସିକ ଲ୍ୟାବକୁ ପଠା ଯାଇଥିଲା। ଯାହା ଲ୍ୟାବ ପକ୍ଷରୁ ସୋମବାର ବ୍ରାଉନ ସୁଗାର ବୋଲି ପରୀକ୍ଷାରେ ଜଣାପଡିଛି। ପ୍ରଥମଥର ପାଇଁ କଳାହାଣ୍ଡିରେ ବ୍ରାଉନସୁଗାର କାରବାର ପୋଲିସ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଥିବା ବେଳେ ପୋଲିସର ୪୮ ଘଣ୍ଟିଆ ତଦନ୍ତରେ ଏହି ନିଶା କାରବାରର ଅନେକ ଗୁମର ଏବେ ସାମ୍ନାକୁ ଧିରେ ଧିରେ କରି ଆସୁଛି।

ଏହି କାରବାରରେ ଏକ ରାକେଟ ସକ୍ରିୟ ଥିବା ବେଳେ ଏହାର ଚେର ସମ୍ବଲପୁର ଯାଏଁ ଲମ୍ବିଥିବା ସୋମବାର କଳାହାଣ୍ଡି ଏସପି ସୂଚନା ଦେଇଛନ୍ତି। ଏହି ଘଟଣାରେ ପୁଣି ୬ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିବା ବେଳେ ସେମାନଙ୍କ ଠାରୁ ୫ ଟି ମୋବାଇଲ ଫୋନ, ୨ ଟି ବାଇକ ସହ ୮୨୫ ମିଲିଗ୍ରାମ ବ୍ରାଉନ ସୁଗାର ଜବତ କରି ଏକ ସ୍ବତନ୍ତ୍ର ଟିମ ମାଧ୍ୟମରେ ଅଧିକ ତଦନ୍ତ ଜାରି ରଖିଛି କଳାହାଣ୍ଡି ପୋଲିସ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.