ସାନ ଭାଇର ଟାଙ୍ଗିଆ ଚୋଟରେ ବଡ଼ ଭାଇ ମୃତ - କଳାହାଣ୍ଡିରେ ଭାଇକୁ ହତ୍ୟା କଲା ଭାଇ
କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ପଣ୍ଡିଗାଁରେ ଘଟିଛି ଅଘଟଣ । ସାନ ଭାଇର ଟାଙ୍ଗିଆ ଚୋଟରେ ବଡ଼ ଭାଇର ମୃତ୍ୟୁ ହୋଇଥିବା ଜଣାପଡିଛି । ଅଧିକ ପଢନ୍ତୁ
ସାନ ଭାଇର ଟାଙ୍ଗିଆ ଚୋଟରେ ବଡ଼ ଭାଇର ମୃତ୍ୟ
ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ପଣ୍ଡିଗାଁରେ ଘଟିଛି ଅଘଟଣ । ସାନ ଭାଇର ଟାଙ୍ଗିଆ ଚୋଟରେ ବଡ଼ ଭାଇର ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ, ପଣ୍ଡିଗାଁର ଘାସିରାମ ଟକରିଆ ଓ ତାଙ୍କର ସମ୍ପର୍କୀୟ ଭାଇ ମାରୀଦେବ ଟକରିଆ ଉଭୟଙ୍କ ମଧ୍ୟରେ କୌଣସି କାରଣକୁ ନେଇ ବଚସା ହୋଇଥିଲା ।
ଫଳରେ ସାନ ଭାଇ ମାରିଦେବ ଟକରିଆ ଉତ୍ୟକ୍ତ ହୋଉ ବଡଭାଇ ଘାସିରାମ ଟକରିଆଙ୍କୁ ଟାଙ୍ଗିଆରେ ଆକ୍ରମଣ କରି ହତ୍ୟା କରିଥିବା ଜଣାପଡ଼ିଛି । ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିବା ଏକ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଛି । ପୋଲିସର ସୂଚନା ଅନୁଯାୟୀ, ହତ୍ୟାକାରୀ ମାରିଦେବ ଟକରିଆ ଫେରାର ମାରିଥିବା ପୋଲିସ ସୂଚନା ଦେଇଛି ।
କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ