ETV Bharat / state

କଳାହାଣ୍ଡିରେ ରକ୍ତଦାନ ଶିବିର, କୃତଜ୍ଞତା ଜଣାଇଲେ ରାଜ୍ୟ ଗୃହରାଷ୍ଟ୍ର ମନ୍ତ୍ରୀ - କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରକ୍ତଦାନ ଶିବିର

କଳାହାଣ୍ଡିରେ ରକ୍ତ ସମସ୍ୟା ଦୂର କରିବା ପାଇଁ ଅନୁଷ୍ଠିତ ହୋଇଯାଇଛି ରକ୍ତଦାନ ଶିବିର । ଅଧିକ ପଢନ୍ତୁ...

କଳାହାଣ୍ଡିରେ ରକ୍ତଦାନ ଶିବିର
କଳାହାଣ୍ଡିରେ ରକ୍ତଦାନ ଶିବିର
author img

By

Published : Jun 7, 2021, 9:02 PM IST

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ଓଡିଶା ମୋ ପରିବାର ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଯୋଗ ଦେଇ ଶିବିରକୁ ଉଦଘାଟନ କରିବା ସହ ସମସ୍ତ ରକ୍ତଦାତା ମାନଙ୍କୁ କୃତଜ୍ଞତା ଜଣାଇଥିଲେ।

କଳାହାଣ୍ଡିରେ ରକ୍ତଦାନ ଶିବିର

ଅନୁଷ୍ଠିତ ରକ୍ତଦାନ ଶିବିରରେ ଜିଲ୍ଲା ବିଜେଡିର ଅନେକ କର୍ମୀ ରକ୍ତଦାନ କରିଥିଲେ। ରକ୍ତଦାନ ଶିବିର ମାଧ୍ୟମରେ ୨୫ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି। କୋରୋନା ମହାମାରୀ ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ରକ୍ତଭଣ୍ଡାରରେ ପର୍ଯ୍ୟପ୍ତ ପରିମାଣର ରକ୍ତ ରହୁନଥିବା ବେଳେ ଅନେକ ସମୟରେ ଲୋକେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

ଏଭଳି ପରିସ୍ଥିତିରେ ରକ୍ତଦାନ ଶିବିର ମାଧ୍ୟମରେ କିଛି ମାତ୍ରାରେ ଲୋକଙ୍କ ସମସ୍ୟା ଦୂର ହୋଇ ପାରିବ ବୋଲି ଓଡିଶା ମୋ ପରିବାରର କର୍ମକର୍ତ୍ତା ମାନେ ପ୍ରକାଶ କରିଛନ୍ତି।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.