ETV Bharat / state

Panchayat Polls: ଜିଲ୍ଲା ପରିଷଦ ସିଟ୍‌ ହାତେଇବାକୁ ମୈଦାନରେ BJDର ହେଭିୱେଟ

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ନେଇ ସରଗରମ ହେଉଛି ରାଜନୀତି । ଗାଁଠୁ ସହର ଚାରିଆଡ଼େ ଚାଲିଛି ନିର୍ବାଚନୀ ଆଲୋଚନା । କଳାହାଣ୍ଡିରେ ମଧ୍ୟ ଜିଲ୍ଲା ପରିଷଦ ଆସନକୁ ନିଜ ଅକ୍ତିଆରରେ ନେବା ପାଇଁ ତିନି ପ୍ରମୁଖ ରାଜନୈତିକ ଦଳ ଲାଗି ପଡ଼ିଛନ୍ତି । ଅଧିକ ପଢ଼ନ୍ତୁ

bjd campaign for zilla parishad election in kalahandi
zilla parishad election: ଆସନ ପାଇଁ ବିଜେଡିର ହେଭିୱେଟ ପ୍ରଚାର
author img

By

Published : Feb 9, 2022, 8:38 AM IST

Updated : Feb 9, 2022, 9:51 AM IST

ଭବାନୀପାଟଣା: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ନେଇ ସରଗରମ ହେଉଛି ରାଜନୀତି। ଗାଁଠୁ ସହର ଚାରିଆଡ଼େ ଚାଲିଛି ନିର୍ବାଚନୀ ଆଲୋଚନା। ନିଜ ନିଜ ପ୍ରତିଶୃତିରେ ଭୋଟରଙ୍କୁ ଆକୃଷ୍ଟ କରାଇବା ପାଇଁ ପ୍ରାର୍ଥୀମାନେ କସରତ କରୁଛନ୍ତି। କଳାହାଣ୍ଡିରେ ମଧ୍ୟ ଜିଲ୍ଲା ପରିଷଦ ଆସନକୁ ନିଜ ଅକ୍ତିଆରରେ ନେବା ପାଇଁ ତିନି ପ୍ରମୁଖ ରାଜନୈତିକ ଦଳ ଲାଗି ପଡ଼ିଛନ୍ତି।

zilla parishad election: ଆସନ ପାଇଁ ବିଜେଡିର ହେଭିୱେଟ ପ୍ରଚାର

କଳାହାଣ୍ଡି ଜିଲ୍ଲାର ୩୬ ଗୋଟି ଜିଲ୍ଲା ପରିଷଦ ଆସନ ପାଇଁ ତିନି ଦଳ ନିଜ ନିଜ ପ୍ରାର୍ଥୀମାନଙ୍କୁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି। ମଦନପୁର ରାମପୁର ବ୍ଲକର ୧ନଂ ଜିଲ୍ଲା ପରିଷଦ ଜୋନରେ ଶାସକ ଦଳ ବିଜେଡି ପକ୍ଷରୁ ଚାଲିଛି ଜୋରଦାର ପ୍ରଚାର । ଏହି ଜୋନରେ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ପୁଷ୍ପେନ୍ଦ୍ର ସିଂହଦେଓ ଚଳିତ ଥର ପୁଣି ଥରେ ବିଜେଡି ଦଳ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି। ଏବଂ ଘର ଘର ବୁଲି ଭୋଟରଙ୍କୁ ନିଜ ଆଡକୁ ଆକୃଷ୍ଟ କରିବା ପାଇଁ ଲାଗିପଡ଼ିଛନ୍ତି ।

ନିର୍ବାଚନ ତାରିଖ ପାଖେଇ ଆସୁଥିବାବେଳେ 1ନଂ ଜୋନରେ ନିଜ ସ୍ଥାନ ଅକ୍ତିଆର କରିବା ପାଇଁ ଲାଗିପଡ଼ିଛନ୍ତି ତିନି ଦଳର ପ୍ରାର୍ଥୀ । ସେପଟେ ନିଜ ନିଜ ଦଳର ସମର୍ଥକଙ୍କ ସହ ଘରକୁ ଘର ବୁଲି ନିଜ ପ୍ରତିଶୃତି ଆଧାରରେ ହେଭିୱେଟ ପ୍ରଚାରରେ ଲାଗିପଡ଼ିଛନ୍ତି।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

Last Updated : Feb 9, 2022, 9:51 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.