ETV Bharat / state

‘ବିଜେପୁରରେ କଂଗ୍ରେସ ଲଢି ନଥିଲା କେବଳ ଅଂଶଗ୍ରହଣ କରିଥିଲା’ - ବରିଷ୍ଠ କଂଗ୍ରେସ ନେତା ଭକ୍ତ ଚରଣ ଦାସ

ବିଜେପୁର ଉପନିର୍ବାଚନରେ କଂଗ୍ରେସ ଲଢି ନଥିଲା କେବଳ ଅଂଶଗ୍ରହଣ କରିଥିଲା ବୋଲି ବରିଷ୍ଠ କଂଗ୍ରେସ ନେତା ଭକ୍ତ ଚରଣ ଦାସ କହିଛନ୍ତି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି
author img

By

Published : Oct 25, 2019, 11:10 PM IST

କଳାହାଣ୍ଡି: ବିଜେପୁର ଉପନିର୍ବାଚନରେ କଂଗ୍ରେସ ଲଢି ନଥିଲା କେବଳ ଅଂଶଗ୍ରହଣ କରିଥିଲା ବୋଲି ବରିଷ୍ଠ କଂଗ୍ରେସ ନେତା ଭକ୍ତ ଚରଣ ଦାସ କହିଛନ୍ତି । ପଶ୍ଚିମ ଓଡିଶାରେ କଂଗ୍ରେସର ଭୋଟ ବ୍ୟାଙ୍କ ବିଜେପି ଆଡକୁ ଯାଉଛି । ଯଦି କଂଗ୍ରେସ ଲୋକମାନଙ୍କ ପାଖରେ ରହିବ ଓ ନଜର ଆସିବ ତେବେ ଓଡିଶାର ଲୋକେ ମଧ୍ୟ ଆମ ପାଖରେ ରହିବେ । ଯଦି ଲୋକଙ୍କ ସମସ୍ୟା ଆଧାରିତ ରାଜନୈତିକ କାର୍ଯ୍ୟକ୍ରମ କରାଯାଏ ତାହେଲେ ଅନ୍ୟ ରାଜ୍ୟ ପରି ଓଡିଶାରେ ମଧ୍ୟ ସ୍ଥିତି ରହିପାରନ୍ତା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି

କଂଗ୍ରେସ ସଂପୂର୍ଣ୍ଣ ଭାବେ ନୀରବ ରହିଥିବାବେଳେ ଏନେଇ ଏଆଇସିସି ଦୃଢ ନିଷ୍ପତ୍ତି ନେବାର ଆବଶ୍ୟକତା ରହିଛି । ବିଜେପୁର ନିର୍ବାଚନରେ କଂଗ୍ରେସର ବିପର୍ଯ୍ୟସ୍ତ ପାଇଁ ଦଳ ଦାୟୀ ବୋଲି ସେ ପ୍ରକାଶ କରିଛନ୍ତି ।

ସେହିପରି ସର୍ବଭାରତୀୟ ସ୍ତରରେ କଂଗ୍ରେସର ସ୍ଥିତିରେ ଉନ୍ନତି ଆସିଥିବା କହିଛନ୍ତି । ଗତ ମହାରାଷ୍ଟ୍ର ଓ ହରିୟାଣାରେ କଂଗ୍ରେସର ଭୋଟହାର ବଢିଥିବାବେଳେ ଓଡିଶାରେ କଂଗ୍ରେସ ସ୍ଥିତି ଶୋଚନୀୟ ହୋଇଥିବା ଭକ୍ତ କହିଛନ୍ତି ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

Intro:ବିଜେପୁର ନିର୍ବାଚନ ରେ କଂଗ୍ରେସ ର ବିପର୍ଯ୍ୟସ୍ତ ପାଇଁ ଦଳ ଦାୟୀ -ଭକ୍ତ।
ବିଜେପୁର ଉପନିର୍ବାଚନ ରେ କଂଗ୍ରେସ ଅଂଶଗ୍ରହଣ କରିଥିଲା ହେଲେ ଦଳ ନିର୍ବାଚନ ରେ ଭାଗ ନେଇ ନ ଥିଲା । ପଶ୍ଚିମ ଓଡିଶା ରେ କଂଗ୍ରେସ ର ଭୋଟ ବ୍ୟାଙ୍କ ବିଜେପି ଆଡକୁ ସିଫଟ ହେଉଛି ଏବଂ କଂଗ୍ରେସ ସଂପୁର୍ଣ ଭାବେ ନିରବ । ଏ ନେଇ ଏଆଇସିସି ଦୃଢ ନିଷ୍ପତି ନେବାର ଆବଶ୍ୟକତା ରହିଛି । ଇସାରା ଇସାରା ରେ ପିସିସି ସଭାପତି ନିରଂଜନ ପଟ୍ଟନାୟକ ଙ୍କୁ ପରିବର୍ତନ ପାଇଁ ଭକ୍ତ ଚରଣ ଦାସ ଖୋଲିଲେ ମୁହଁ ।ବିଜେପୁର ନିର୍ବାଚନ ରେ କଂଗ୍ରେସ ର ବିପର୍ଯ୍ୟସ୍ତ ପାଇଁ ଦଳ ଦାୟୀ । ବିଜେପୁର ଉପନିର୍ବାଚନ ରେ କଂଗ୍ରେସ ଅଂଶ ଗ୍ରହଣ କରିଥିଲା ହେଲେ ଦଳ ନିର୍ବାଚନ ରେ ଭାଗ ନେଇ ନ ଥିଲା । ଫଳ ରେ କଂଗ୍ରେସ ର ପାରଂମ୍ପାରିକ ଭୋଟ ବି ବଚାଂଇ ନପାରିବା ନେଇ କଂଗ୍ରେସ ର ବରିଷ୍ଠ ନେତା ଭକ୍ତ ଚରଣ ଦାସ ଙ୍କ କ୍ଷୋଭ ପ୍ରକାଶ କରିଛନ୍ତିି ତଥା ଇସାରା ଇସାରା ରେ ପିସିସି ସଭାପତି ନିରଂଜନ ପଟ୍ଟନାୟକ କୁ ଟାର୍ଗେଟ କରିଛନ୍ତି ।Body:ପଶ୍ଚିମ ଓଡିଶା ଏକଦା କଂଗ୍ରେସ ର ଗଡ ଥିଲା । ବିଜେପୁରବାସୀ ଏକଦା ସ୍ୱର୍ଗତ କଂଗ୍ରେସ ବିଧାୟକ ସୁବଳ ସାହୁ ଙ୍କୁ ଅକୁଣ୍ଠା ସମର୍ଥନ ଦେଇଥିଲେ । ସେହି ବିଜେପୁର ରେ ଚଳିତ ଉପ-ନିର୍ବାଚନ ରେ କଂଗ୍ରେସ ମାତ୍ର ୫୮୭୧ ଖଣ୍ଡ ଭୋଟ ପାଇବା ନିଜ ଅମାନତ ନ ବଚାଂଇ ପାରିବା ଓଡିଶା କଂଗ୍ରେସ ପାଇଁ ଆତ୍ମ ସମୀକ୍ଷା ର ବେଳ । ଏବଂ ଏଥି ପାଇଁ ଖୋଦ କଂଗ୍ରେସ ନେତୃତ୍ୱ ଦାୟୀ । ପଶ୍ଚିମ ଓଡିଶା ରେ କଂଗ୍ରେସ ର ଭୋଟ ବ୍ୟାଙ୍କ ବିଜେପି ଆଡକୁ ସିଫଟ ହେଉଛି ଏବଂ କଂଗ୍ରେସ ସଂପୁର୍ଣ ଭାବେ ନିରବ । ଏଭଳି କିଛି ମତ ଦେଇ ବରିଷ୍ଠ କଂଗ୍ରେସ ନେତା ପିସିସି ସଭାପତି ନିରଜଂନ ଙ୍କ ନେତୃତ୍ୱ କୁ ଟାର୍ଗେଟ କରିଛନ୍ତି ।Conclusion:ମହାରାଷ୍ଟ୍ର ଓ ହରିୟାଣା ରେ କଂଗ୍ରେସ ର ଭୋଟ ପରସେନଟେଜ ବଢିଥିବା ବେଳେ ଓଡିଶା ରେ କଂଗ୍ରେସ ସ୍ଥିତି ଶୋଚନୀୟ ହୋଇ ପଶ୍ଚିମ ଓଡିଶା ରେ ବିଜେପି ସ୍ପେସ ଦିଆଯାଉଛି ଏବଂ ଏଥି ପାଇଁ ଏଆଇସିସି ଦୃଢ ନିଷ୍ପତି ର ଆବଶ୍ୟକତା ରହିଛି ବୋଲି ଭକ୍ତ ଚରଣ ଦାସ ସାମ୍ବାଦିକ ସମ୍ମିଳନୀ ରେ କହିଛନ୍ତି ।
ବାଇଟ-ଭକ୍ତ ଚରଣ ଦାସ-ବରିଷ୍ଠ କଂଗ୍ରେସ ନେତା
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.