ETV Bharat / state

ହିତାଧିକାରୀଙ୍କୁ ମିଳୁନି ପ୍ରଧାନମନ୍ତ୍ରୀ ଆବାସ, ବିଡିଓଙ୍କ ଦ୍ବାରସ୍ଥ ହେଲେ ଗ୍ରାମବାସୀ - Prime Minister abash yojana

କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସାନପୋଡାଗୁଡାର 5ଟି ଗାଁର ଲୋକଙ୍କୁ ମିଳୁନି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର । ଏନେଇ ବିଡିଓଙ୍କ ଦ୍ବାରସ୍ଥ ହୋଇଛନ୍ତି ଗ୍ରାମବାସୀ । ଅଧିକ ପଢନ୍ତୁ...

ହିତାଧିକାରୀଙ୍କୁ ମିଳୁନି ପ୍ରଧାନମନ୍ତ୍ରୀ ଆବାସ ଘର

author img

By

Published : Oct 23, 2020, 11:23 AM IST

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସାନପୋଡାଗୁଡା ରାଜସ୍ବ ଗାଁର ଅଧିନରେ ଥିବା 5ଟି ଗାଁର ହିତାଧିକାରୀଙ୍କୁ ମିଳୁନି ପ୍ରଧାନମନ୍ତ୍ରୀ ଆବାସ ଘର । ଏନେଇ ଦୀର୍ଘ 5 ବର୍ଷ ଧରି ବିଭିନ୍ନ ଅଫିସରଙ୍କୁ ଜଣାଇଥିଲେ ମଧ୍ୟ ଘର ମିଳୁନଥିବା ଅଭିଯୋଗ ହୋଇଛି ।

ହିତାଧିକାରୀଙ୍କୁ ମିଳୁନି ପ୍ରଧାନମନ୍ତ୍ରୀ ଆବାସ ଘର

ଅଭିଯୋଗ ଅନୁସାରେ, ସାନପୋଡାଗୁଡା ପଞ୍ଚାୟତ ଅଧୀନରେ ଥିବା କୁଲେରଗୁଡା, ସୌରୀପଡା,କଲୋନୀପଡା, ଆମପଡା, ସିନାପଡା ସମେତ ପୋଡାଗୁଡା ଗାଁରେ ରହୁଥିବା ଅନେକ ବାସହୀନ ପରିବାରକୁ ୫ବର୍ଷ ହେଲା ଆବାସ ଯୋଜନାରେ ଘର ଖଣ୍ଡିଏ ମିଳିନାହିଁ । ଏନେଇ ପଞ୍ଚାୟତ,ବ୍ଲକ ପ୍ରଶାସନ, ଜିଲ୍ଲା ପ୍ରଶାସନ ସହ ବିଧାୟକଙ୍କ ଦୃଷ୍ଟି ଗୋଚର କଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା କହିଛନ୍ତି ହିତାଧିକାରୀ ।

ଫଳରେ ସେମାନେ ବିଜେପି ଯୁବନେତା ଲଷ୍ମୀକାନ୍ତ ବାଗଙ୍କ ନେତୃତ୍ବରେ କୋକସରା ବିଡିଓ ମନୀଷା ଦାସଙ୍କ ନିକଟରେ ଫେରାଦ ହୋଇ ବାସଗୃହ ଯୋଗାଇ ଦେବାପାଇଁ ଏକ ଦାବିପତ୍ର ଦେଇଛନ୍ତି । ହିତାଧିକାରୀ ଆଗାମୀ ଦିନରେ ଘର ନ ମିଳିଲେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି । ଏନେଇ ବିଡିଓ ଅବଗତ ଥିବା ବେଳେ ଆଇନ ଅନୁଯାୟୀ ପଦକ୍ଷେପ ନିଆଯାଇଛି ଆସନ୍ତା ବର୍ଷରୁ ହିତାଧିକାରୀ ଯୋଜନାର ଲାଭ ପାଇବେ ବୋଲି ସୂଚନା ଦେଇଛନ୍ତି ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.