ଭବାନୀପାଟଣା: କୋରୋନା ଭଳି ମହାମାରୀକୁ ଏଡାଇବା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ସ୍ଥାନରେ ସଙ୍ଗରୋଧ କେନ୍ଦ୍ରମାନ ଖୋଲାଯାଇ ପ୍ରବାସୀମାନଙ୍କୁ ରଖାଯାଇଛି । ହେଲେ ବିଭିନ୍ନ ଜିଲ୍ଲାର ପ୍ରତିଷ୍ଠିତ ସଙ୍ଗରୋଧ କେନ୍ଦ୍ର ମାନଙ୍କରେ ବିଶୃଙ୍ଖଳାର ଚିତ୍ର ସାମାନାକୁ ଆସୁଛି । କିନ୍ତୁ କଳାହାଣ୍ଡି ଜିଲ୍ଲାର ବଗାଡ ସଙ୍ଗରୋଧ କେନ୍ଦ୍ରରେ ଦେଖିବାକୁ ମିଳିଛି ସ୍ବଚ୍ଛ ଜୀବନଚର୍ଯ୍ୟାର ନିଦର୍ଶନ ।
ଏହି ସଙ୍ଗରୋଧରେ କେନ୍ଦ୍ରରେ ଚାଲିଛି ଯୋଗାସନ । କେବଳ ସେତିକି ନୁହେଁ ୫୦ ଜଣ ପ୍ରବାସୀ ଶ୍ରମିକ ହାତରେ କୁଡି କୋଦାଲ ଧରି ସ୍କୁଲ ହତାକୁ ସଫା ସୁତୁରା ପାଇଁ ଯାଉଛନ୍ତି । ଏମାନେ ଯଦିଓ ଶ୍ରମିକ ହେଲେ ଏବେ ଅଛନ୍ତି ସଙ୍ଗରୋଧ କେନ୍ଦ୍ରରେ ଆଉ ଏହାରି ଭିତରେ ରହି ଦେଉଛନ୍ତି ସ୍ୱଚ୍ଛତାର ନିଦର୍ଶନ ।
ସେହିପରି ମଧ୍ୟାହ୍ନ ଭୋଜନ ପରେ ପୌରାଣିକ ଚଳଚିତ୍ର ଦେଖି ଗ୍ରହଣ କରୁଛନ୍ତି ଆଧ୍ୟାତ୍ମିକ ଶିକ୍ଷା । ଆଉ ଏସବୁର ଦାୟିତ୍ବକୁ ତୁଲାଉଛନ୍ତି ସ୍କୁଲର ପ୍ରଧାନ ଶିକ୍ଷକ । ପ୍ରକୃତରେ ଏହି ସଙ୍ଗରୋଧ କେନ୍ଦ୍ରର ଏଭଳି ଦୃଶ୍ୟ ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ଏବଂ ପ୍ରଶଂସନୀୟ ।
କଳାହାଣ୍ଡିରୁ ଅଜିତ୍ ସିଂ, ଇଟିଭି ଭାରତ