ETV Bharat / state

ଡାକ୍ତର ମଞ୍ଜୁଲତା: ମେଡିକାଲ ଛାତରୁ ଗଳୁଛି ବର୍ଷା ପାଣି, ତଥାପି ଯୋଗାଉଛନ୍ତି 24 ଘଣ୍ଟିଆ ସେବା - କଳାହାଣ୍ଡି ଖବର

କଳାହାଣ୍ଡି ଲାଞ୍ଜିଗଡ ବେନଗାଁ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରର ଆୟୁଷ ଡାକ୍ତର ମଞ୍ଜୁଲତା ରଣା । ସରକାରଙ୍କ ଦ୍ବାରା ନିଯୁକ୍ତ ଏହି ଡାକ୍ତରାଣୀଙ୍କୁ ରହିବାକୁ ପକ୍କା ଘର ତ ମିଳିଛି, ହେଲେ ଛାତ ଉପରେ ପଡିଛି ପଲିଥିନ। ବର୍ଷା ହେଲେ ଘରର ସ୍ଥିତି ନକହିବା ଭଲ । ତଥାପି ଉପାନ୍ତ ଅଞ୍ଚଳରେ ପରିସ୍ଥିତି ସହ ଖାପ ଖୁଆଇ 50 ଖଣ୍ଡ ଗାଁର ଲୋକଙ୍କୁ ଯୋଗାଉଛନ୍ତି 24 ଘଣ୍ଟିଆ ସେବା ।

ଦୂରାବସ୍ଥାରେ ବେନଗାଁ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରର ଆୟୁଷ ଡାକ୍ତର, ମିଳୁନି ସରକାରୀ ସୁବିଧା

author img

By

Published : Oct 22, 2020, 9:07 PM IST

କଳାହାଣ୍ଡି: ଦୂରବସ୍ଥାରେ ଦ୍ବିତୀୟ ଭଗବାନ । ଅସ୍ବାସ୍ଥ୍ୟକର ପରିବେଶ, ବର୍ଷାପାଣି ଗଳୁଥିବା ଭଙ୍ଗାରୁଜା ବଖରାରେ ରହୁଛନ୍ତି ଆୟୁଷ ଡାକ୍ତର । ଏ ହେଉଛନ୍ତି କଳାହାଣ୍ଡି ଲାଞ୍ଜିଗଡ ବେନଗାଁ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରର ଆୟୁଷ ଡାକ୍ତର ମଞ୍ଜୁଲତା ରଣା । ସରକାରଙ୍କ ଦ୍ବାରା ନିଯୁକ୍ତ ଏହି ଡାକ୍ତରାଣୀଙ୍କୁ ରହିବାକୁ ପକ୍କା ଘର ତ ମିଳିଛି, ହେଲେ ଛାତ ଉପରେ ପଡିଛି ପଲିଥିନ । ବର୍ଷା ହେଲେ ଘରର ସ୍ଥିତି ନକହିବା ଭଲ । ତଥାପି ଉପାନ୍ତ ଅଞ୍ଚଳରେ ପରିସ୍ଥିତି ସହ ଖାପ ଖୁଆଇ ଆଖପାଖ ପ୍ରାୟ 50 ଖଣ୍ଡ ଗାଁର 25 ହଜାରରୁ ଊର୍ଦ୍ଧ ଲୋକଙ୍କୁ ସେ ଯୋଗାଉଛନ୍ତି 24 ଘଣ୍ଟିଆ ସେବା ।

ଦୂରାବସ୍ଥାରେ ବେନଗାଁ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରର ଆୟୁଷ ଡାକ୍ତର, ମିଳୁନି ସରକାରୀ ସୁବିଧା

ତେବେ ଡାକ୍ତର ମଞ୍ଜୁଲତାଙ୍କ 3 ବର୍ଷର ଝିଅଟିଏ ବି ଅଛି, ହେଲେ ଶିକ୍ଷା ସହ ବୌଦ୍ଧିକ ଜ୍ଞାନଠୁ ଅପହଞ୍ଚ ଲାଞ୍ଜିଗଡରେ ଝିଅର ଶିକ୍ଷା ଓ ଭବିଷ୍ୟତକୁ ନେଇ ଚିନ୍ତିତ ମଞ୍ଜୁଲତା । ଏହା ସହ ଅଞ୍ଚଳରେ ନା ଅଛି ଯୋଗାଯୋଗ ବ୍ୟବସ୍ଥା ନା ଭଲ ନେଟୱାର୍କ ସେବ । ସମ୍ପର୍କୀୟଙ୍କୁ ଫୋନ କରିବା ପାଇଁ ତାଙ୍କୁ ଯିବାକୁ ପଡିଥାଏ ଗାଁ ମୁଣ୍ଡରେ ଥିବା ଆମ୍ଭଗଛ ମୂଳକୁ । ଆଉ ବିଜୁଳିବତୀର ବ୍ୟବସ୍ଥା ଅଛି ସତ, ହେଲେ ଅଳ୍ପ ବର୍ଷା ପବନରେ 3 ଦିନ ଏହା ବନ୍ଦ ରହିଥାଏ । ଏସବୁ ସର୍ବନିମ୍ମ ଭିତ୍ତିଭୂମି ଠାରୁ ଦୂରରେ ଥିବା ବେନଗାଁରେ କେମିତି କିପରି ଚଳିବେ ସେନେଇ ଚିନ୍ତାରେ ଡାକ୍ତରାଣୀ ମଞ୍ଜୁଲତା ।

ଅନ୍ୟପଟେ ଜିଲ୍ଲାରେ ଡାକ୍ତର ଅଭାବକୁ ସ୍ବୀକାର କରିଛନ୍ତି ଖୋଦ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ । ଜିଲ୍ଲାରେ ମଞ୍ଜୁର ପ୍ରାପ୍ତ ପ୍ରାୟ 339 ଜଣ ଡାକ୍ତର ରହିବା କଥା, ମାତ୍ର ଅଛନ୍ତି 135 ଡାକ୍ତର । ଆଉ ଯେଉଁ 12 ଜଣ ପିଜି ଡାକ୍ତର ଅଛନ୍ତି ସେମାନଙ୍କୁ କୋଭିଡ ହସ୍ପିଟାଲରେ ନିଯୁକ୍ତ କରାଯାଇଛି । ସେହିଭଳି ଜିଲ୍ଲାରେ ଡାକ୍ତରଙ୍କ ଆନୁସଙ୍ଗିକ ଅବ୍ୟବସ୍ଥା ସାଙ୍ଗକୁ ସରକାରୀ ରିଲିଭିଂ ଲେଟରକୁ ନେଇ ମଧ୍ୟ ସମସ୍ୟା । ଫଳରେ ଗୋଟିଏ ପଟେ ଲୋକଙ୍କ ସ୍ବାସ୍ଥ୍ୟ ଚିନ୍ତା ଅନ୍ୟପଟେ ଡାକ୍ତରଙ୍କ ଆବଶ୍ୟକ ସୁବିଧା ସୁଯୋଗ ଅଭାବ ମଧ୍ୟରେ ଅଟକିଛି କଳାହାଣ୍ଡି ଉପାନ୍ତବାସୀଙ୍କ ଜୀବନ ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.