ETV Bharat / state

କେବେ ସରିବ ଲକଡାଉନ, କେବେ ଗଡିବ ଜୀବନ ଅଟୋ ? - ଅସହାୟ ଅଟୋଚାଳକ

ଏ ହେଉଛି କଳାହାଣ୍ଡି ଜିଲ୍ଲା ଅଟୋ ଷ୍ଟାଣ୍ଡର ଦୃଶ୍ୟ । ଯେଉଁଠି ଦୈନିକ ହଜାର ହଜାର ଯାତ୍ରୀଙ୍କୁ ଦେଖି ଅଟୋ ଚାଳକଙ୍କ ଛାତି କୁଣ୍ଢେମୋଟ ହେଉଥିବା ବେଳେ ଏବେ ଏହି ସ୍ଥାନ ଯାତ୍ରୀଶୂନ୍ୟ । ଅଧିକ ପଢନ୍ତୁ...

lockdown in kalahandi, corona effect in odisha, autorickshaw drivers facing problem for lockdown, helpless autp drivers, kalahandi latest news, କଳାହାଣ୍ଡିରେ ଲକଡାଉନ, ଓଡିଶାରେ କୋରୋନା ପ୍ରଭାବ, ଲକଡାଉନରେ ବୁଡୁଛି ଅଟୋଚାଳକଙ୍କ ବ୍ୟବସାୟ, ଅସହାୟ ଅଟୋଚାଳକ, କଳାହାଣ୍ଡି ଲାଟେଷ୍ଟ ନ୍ୟୁଜ୍‌
କେବେ ସରିବ ଲକଡାଉନ, କେବେ ଗଡିବ ଜୀବନ ଅଟୋ ?
author img

By

Published : May 6, 2020, 5:59 PM IST

ଭବାନୀପାଟଣା: ଲକଡାଉନର ଶକ୍ତ ମାଡରେ ଘାଇଲା ଅଟୋ ଚାଳକ । ମାସେ ହେଲା ରାସ୍ତାରେ ଚକ ଗଡୁ ନଥିବାରୁ ସଂକଟରେ ସହରୀ ପରିବହନର ଲାଇଫ ଲାଇନ କୁହାଯାଉଥିବା ଅଟୋ ଚାଳକଙ୍କ ବୃତ୍ତି । ଦିନେ ଅଧେ ନୁହେଁ ଲକଡାଉନ ଯୋଗୁଁ ମାସେ ହେଲା ଅଟୋ ଚାଳକଙ୍କ ବ୍ୟବସାୟ ପୁରା ଗୋଲ। ଫଳରେ ଅସହ୍ୟ ହୋଇ ପଡିଛି ପେଟ ପାଟଣାର ଜ୍ବାଳା ।

କେବେ ସରିବ ଲକଡାଉନ, କେବେ ଗଡିବ ଜୀବନ ଅଟୋ

ଏ ହେଉଛି କଳାହାଣ୍ଡି ଜିଲ୍ଲା ଅଟୋ ଷ୍ଟାଣ୍ଡର ଦୃଶ୍ୟ । ଯେଉଁଠି ଦୈନିକ ହଜାର ହଜାର ଯାତ୍ରୀଙ୍କୁ ଦେଖି ଅଟୋ ଚାଳକଙ୍କ ଛାତି କୁଣ୍ଢେମୋଟ ହେଉଥିବା ବେଳେ ଏବେ ଏହି ସ୍ଥାନ ଯାତ୍ରୀଶୂନ୍ୟ । ସହରଠାରୁ ଗ୍ରାମାଞ୍ଚଳକୁ ଯାତାୟତ ପାଇଁ ଅଟୋ ପ୍ରମୁଖ ମାଧ୍ୟମ ହୋଇଥିବାରୁ ଏହାକୁ ଭରସା କରି ବିଭିନ୍ନ ସ୍ଥାନରୁ ପେଟ ପୋଷିବାକୁ ଆସିଥିବା ଅଟୋ ଚାଳକଙ୍କ ସଂଖ୍ୟା ମଧ୍ୟ କିଛି କମ ନୁହେଁ। ହେଲେ ଏମାନଙ୍କର ଭାଗ୍ୟରେ ଯେ ଦିନେ ଏମିତି ଦିନ ଆସିବ ତାହା ଚିନ୍ତା ବାହାରେ ଥିଲା।

ଉଚ୍ଚଶିକ୍ଷିତ ବେକାରୀଙ୍କର ଜୀବନ ଜୀବିକାର ଏକ ଭରସାଯୋଗ୍ୟ ମାଧ୍ୟମ ପାଲଟିଛି ଅଟୋ । ହେଲେ ଏତେ ଦିନ ଧରି ବେପାରରେ ଡୋରି ଲାଗିଥିବାରୁ ପିଲା ପରିବାର କେମିତି ବଞ୍ଚିବେ ତାକୁ ନେଇ ଆଶା ଆଶଙ୍କାରେ କଟୁଛି ଏହି ଅଟୋ ଚାଳକଙ୍କ ଦିନ। ଆଉ ଏପଟେ ରାଜ୍ୟ ସରକାର ଅଭାବି ଦିନ ମଜୁରିଆ ଓ ଶ୍ରମିକଙ୍କ ପାଇଁ ସ୍ବତନ୍ତ୍ର ସହାୟତା ଘୋଷଣା କରିଥିବାରୁ ଏମାନଙ୍କ ପାଇଁ ବି ସହଯୋଗର ହାତ ବଢ଼ାଇବା ଦରକାର ବୋଲି ଜିଲ୍ଲାର ବିଭିନ୍ନ ଅଟୋ ଚାଳକ ସଙ୍ଘ ଦାବି କରିଛନ୍ତି।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.