ETV Bharat / state

ପୋଖରୀରୁ ପଙ୍କ ଉଦ୍ଧାର ବେଳେ ମଧ୍ୟଯୁଗର କୀର୍ତ୍ତିରାଜି ଉଦ୍ଧାର - ପୋଖରୀରୁ ପୁରାତନ ମନ୍ଦିରର ଭଗ୍ନାବଶେଷ ଉଦ୍ଧାର

କଳାହାଣ୍ଡି ଜିଲ୍ଲା ଦାଦପୁର ପଞ୍ଚାୟତରେ ଥିବା ପୋଖରୀ ପଙ୍କ ଉଦ୍ଧାର କାମ ଚାଲିଥିବା ବେଳେ ପୁରାତନ ମନ୍ଦିରର ଭଗ୍ନାବଶେଷ ଉଦ୍ଧାର ହୋଇଛି । ଅଧିକ ପଢ଼ନ୍ତୁ

ancient temple found in kalahandi
ପୋଖରୀରୁ ପୁରାତନ ମନ୍ଦିରର ଭଗ୍ନାବଶେଷ ଉଦ୍ଧାର
author img

By

Published : May 27, 2023, 10:38 PM IST

ପୋଖରୀରୁ ପୁରାତନ ମନ୍ଦିରର ଭଗ୍ନାବଶେଷ ଉଦ୍ଧାର

ଭବାନୀପାଟଣା: ପୋଖରୀରୁ ପଙ୍କ ଉଦ୍ଧାର ସମୟରେ ଐତିହାସିକ କୀର୍ତ୍ତିରାଜି ଉଦ୍ଧାର । କଳାହାଣ୍ଡି ଜିଲ୍ଲା ଦାଦପୁର ପଞ୍ଚାୟତରେ ଥିବା ପୋଖରୀ ପଙ୍କ ଉଦ୍ଧାର କାମ ଚାଲିଥିବା ବେଳେ ପୁରାତନ ମନ୍ଦିରର ଭଗ୍ନାବଶେଷର ସନ୍ଧାନ ମିଳିଛି । ଐତିହାସିକ କୀର୍ତ୍ତିରାଜି ଗୁଡ଼ିକ ମଧ୍ୟ ଯୁଗର ହୋଇଥିବା ଅନୁମାନ କରାଯାଉଛି । ପ୍ରଶାସନ ପକ୍ଷରୁ ଏହି ପୋଖରୀକୁ ସିଲ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

ଗତ ୫ ଦିନ ତଳେ ଦାଦପୁର ପଞ୍ଚାୟତ ପକ୍ଷରୁ SFC ଯୋଜନାରେ ପୋଖରୀରୁ ପଙ୍କ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି କ୍ରମରେ ଆଜି ମଧ୍ୟ ପଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା । ଜେସିବି ମାଧ୍ୟମରେ କାମ ଚାଲିଥିବା ବେଳେ ଠିକ ପୋଖରୀ ର ମଧ୍ୟ ଭାଗରେ କିଛି ପଥର ଉଦ୍ଧାର ହୋଇଥିଲା । ପଙ୍କ ଉଦ୍ଧାର ସମୟରେ ପୁରାତନ ମନ୍ଦିରର ଅନେକ ଭଗ୍ନାବଶେଷ ମିଳିଛି । ଯାହାକି ମଧ୍ୟ ଯୁଗର ବୋଲି ଦାବି କରୁଛନ୍ତି ଗବେଷକ । ଏହାକୁ ଦେଖିବା ପାଇଁ ଅଞ୍ଚଳବାସୀଙ୍କ ଭିଡ଼ ଜମିଥିଲା । ପୋଖରୀ ଭିତରେ ଐତିହାସିକ କୀର୍ତ୍ତିରାଜି ରହିଥିବା ଦାବି ହେଉଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ପୋଖରୀକୁ ସିଲ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଏଥିରେ ଅନେକ ପଦାର୍ଥ ଥିବା ଅନୁମାନ କରାଯାଉଛି । ତେଣୁ ପୋଖରୀ ଉପରେ ଗବେଷଣା କଲେ ଅନେକ ତଥ୍ୟ ସାମ୍ନାକୁ ଆସିବ ବୋଲି ଗବେଷକ ଦାବି କରିଛନ୍ତି । ଏ ଦିଗରେ ପତ୍ନତତ୍ତ୍ୱ ବିଭାଗ ହସ୍ତକ୍ଷେପ କରି ପୁଙ୍ଖାନୁପୁଙ୍ଖ ତଦନ୍ତ କଲେ ଐତିହାସିକ କୀର୍ତ୍ତିରାଜିର ସତ୍ୟାସତ୍ୟ ଉନ୍ମୋଚନ ହୋଇପାରିବ । ସେପଟେ ଖନନ ସମୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀକୁ କିଛି ମୁଷ୍ଟିମେୟ ବ୍ୟକ୍ତି ନେଇ ଯାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

ଗବେଷକ କହିଛନ୍ତି, "ପ୍ରକୃତିର ଅବଦାନ ଭରା କଳାହାଣ୍ଡି ଜିଲ୍ଲାରେ ଭରି ରହିଛି ହୀରା,ନୀଳା, ମୋତି, ମାଣିକ୍ୟ । କିମ୍ବଦନ୍ତୀ କୁହେ ଏହି ଜିଲ୍ଲାକୁ ଏକାଦଶ ଶତାବ୍ଦୀରୁ ଦ୍ବାଦଶ ଶତାବ୍ଦୀରେ ଗଙ୍ଗବଂଶ ରାଜା ଶାସନ କରୁଥିଲେ । ସେହି ସମୟରେ ଜିଲ୍ଲାର ଦାଦପୁର ଅଞ୍ଚଳ ଥିଲା ମହାରାଜଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ଜମିଦାରି ଅଞ୍ଚଳ । ଦାଦପୁର ଜମିଦାରି ଅଞ୍ଚଳରେ ପାତାଳ ପୋଖରୀ ଖନନ ହୋଇଥିଲା । ଏହାସହ ଅନେକ ମନ୍ଦିର ନିର୍ମାଣ ଓ ପୋଖରୀ ଖନନ କରାଯାଇଥିଲା । ପରେ ପରେ ନାଗବଂଶ ମହାରାଜଙ୍କ ଶାସନ କାଳ ଆସିବା ପରେ ମଧ୍ୟ ଏହି ଅଞ୍ଚଳ ଜିଲ୍ଲାର କିମ୍ବଦନ୍ତୀ ପାଇଁ ପ୍ରସିଦ୍ଧ ରହିଥିଲା । ଯାହାର ପ୍ରମାଣ ପୋଖରୀରୁ ପଙ୍କ ଉଦ୍ଧାର ସମୟରେ ସାମ୍ନାକୁ ଆସିଛି ।"

ଇଟିଭି ଭାରତ, ଭବାନୀପାଟଣା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.