ETV Bharat / state

କଳାହାଣ୍ଡିରେ ଲଜ୍ଜା, ବୃଦ୍ଧାକୁ ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତ ଗିରଫ

author img

By

Published : Jun 5, 2023, 12:25 PM IST

କଳାହାଣ୍ଡିରେ ବୃଦ୍ଧାଙ୍କୁ ଦୁଷ୍କର୍ମ । ଅଭିଯୋଗ ପରେ ଅଭିଯୁକ୍ତକୁ ଗିରଫ କଲା ପୋଲିସ । ଅଧିକ ପଢନ୍ତୁ

old woman raped in kalahandi
old woman raped in kalahandi
old woman raped in kalahandi

ଭବାନୀପାଟଣା: ହଜିଗଲା ମାନବିକତା,ମରିଗଲା ମଣିଷ ପଣିଆ । 70 ବର୍ଷୀୟ ବୃଦ୍ଧାଙ୍କୁ ବି ଛାଡିଲେନି । ନାଳରୁ ଗାଧୋଇ ଘରକୁ ଫେରୁଥିବା ଦୁଷ୍କର୍ମର ଶିକାର ହେଲେ ବୃଦ୍ଧା । ଥାନାରେ ଅଭିଯୋଗ ପରେ ଅଭିଯୁକ୍ତକୁ ଗିରଫ କଲା ପୋଲିସ । ଏଭଳି ଲଜ୍ଜା ଜନକ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲାରେ । ପୀଡିତା ବୃଦ୍ଧା ଜଣଙ୍କ ମାନସିକ ବିକୃତ ହୋଇଥିବା ଜଣାପଡିଛି । ଗିରଫ ଅଭିଯୁକ୍ତ ହେଉଛି ମଙ୍ଗଳପୁର ଗାଁର ଭୁଜ ପହରିଆ। ସେ ଟ୍ରାକ୍ଟର ଡ୍ରାଇଭର ଭାବରେ କାର୍ଯ୍ୟ କରେ।

ମିଳିଥିବା ସୂଚନା ଅନୁଯାୟୀ, ଜୟପାଟଣା ଥାନା ଅଞ୍ଚଳର ପୀଡିତା ବୃଦ୍ଧା ଜଣଙ୍କ ଗତକାଲି ନିଜ ଗାଁ ମୁଣ୍ଡରେ ଥିବା ନାଳରୁ ଗାଧୋଇ ଘରକୁ ଫେରୁଥିଲେ। ଏହି ସମୟରେ ବୃଦ୍ଧାଙ୍କ ଉପରେ ଖରାପ ଦୃଷ୍ଟି ପକାଇଥିଲା ଅଭିଯୁକ୍ତ ଭୁଜ ପହରିଆ। ସେହି ଅଞ୍ଚଳରେ ସେ ଜଣେ ଟ୍ରାକ୍ଟର ଡ୍ରାଇଭର ଭାବେ କାମ କରୁଥିବା ବେଳେ ବୃଦ୍ଧାଙ୍କୁ ଏକୁଟିଆ ଦେଖି ଦୁଷ୍କର୍ମ କରିଥିଲା। ଏହା ଦେଖି ସ୍ଥାନୀୟ ଲୋକେ ଭୁଜକୁ ଗୋଡାଇ ଥିଲେ । କିନ୍ତୁ ଘଟଣାସ୍ଥଳରୁ ଫେରାର ହୋଇୟାଇଥିଲା ଅଭିଯୁକ୍ତ ।

ଏନେଇ ସଙ୍ଗେସଙ୍ଗେ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ପୀଡିତା ବୃଦ୍ଧାଙ୍କୁ ଉଦ୍ଧାର କରି ସ୍ଥାନୀୟ ଜୟପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲା । ପରେ ଭିଯୁକ୍ତକୁ ଗିରଫ କରାଯାଇଥିବା ସୂଚନା ମିଳିଛି । ଏହି ଘଟଣା ଏବେ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି। ବିଭିନ୍ନ ମହଲରେ ଘଟଣାକୁ ନିନ୍ଦା କରାଯାଉଥିବା ବେଳେ ତୁରନ୍ତ ଅଭିଯୁକ୍ତକୁ କୋଠରରୁ କୋଠର ଦଣ୍ଡ ଦେବାକୁ ଦାବି ହେଉଛି । ଅଭିଯୁକ୍ତ ଜଣକ ପୂର୍ବରୁ ମଧ୍ୟ ବିଭିନ୍ନ ସମୟରେ ମହିଳାମାନଙ୍କୁ ଅସଦାଚରଣ କରୁଥିବା ଅଭିଯୋଗ ହୋଇ ଆସୁଥିଲା ।

ଗତବର୍ଷ ଡିସେମ୍ବର ମାସରେ କଟକରେ ଜଣେ ବୃଦ୍ଧାଙ୍କୁ ଦୁଷ୍କର୍ମ ହୋଇଥିବା ଖବର ସାମ୍ନାକୁ ଆସିଥିଲା । ବକ୍ସି ବଜାର ଅଞ୍ଚଳର ଜଣେ ୬୦ ବର୍ଷରୁ ଊର୍ଦ୍ଧ୍ବ ବୟସ୍କା ବୃଦ୍ଧାଙ୍କୁ ଦୁଷ୍କର୍ମ କରି ଫେରାର ହୋଇ ଯାଇଥିଲା ଦୁର୍ବୃତ୍ତ । ବୃଦ୍ଧା ଜଣକ ଘରେ ଏକା ଥିବା ବେଳେ ଦୁର୍ବୃତ୍ତ ଘରେ ପଶି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ଗତ ମେ' ମାସ 26 ତାରିଖରେ ଜଗତସିଂହପୁରରୁ ଏକ ଦୁଷ୍କର୍ମ ଘଟଣା ସାମ୍ନାକୁ ଆସିଥିଲା । ଶାରଳା ମନ୍ଦିର ପୂଜକଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ ମହିଳା । ଘରକୁ ପୂଜା କରିଯିବା ବାହାନାରେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିବା ନେଇ ଜଗତସିଂହପୁର ଥାନାରେ ଅଭିଯୋଗ ହୋଇଥିଲା । ଏହି ଘଟଣାରେ ଜଗତସିଂହପୁର ପୋଲିସ ସମ୍ପୃକ୍ତ ପୂଜକଙ୍କ ବିରୋଧରେ ଦୁଷ୍କର୍ମ ମାମଲା ରୁଜୁ କରି ତାଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.