କଳାହାଣ୍ଡି: ସେବାଶ୍ରମ ହଷ୍ଟେଲର 57 ଛାତ୍ରୀ ଅସୁସ୍ଥ। କଳାହାଣ୍ଡି ଜିଲ୍ଲା ସଦର ବ୍ଲକର ଗୋଡଭଟାର ଆଦିବାସୀ ଓ ହରିଜନ ଛାତ୍ରୀ ନିବାସର ଅଧିକାଂଶ ଛାତ୍ରୀ ଅସୁସ୍ଥ ଥିବା ଜଣାପଡିଛି। ଘଟଣା ବିଷୟରେ ସୂଚନା ପାଇ ରବିବାର ଏକ ମେଡିକାଲ ଟିମ ସେମାନଙ୍କ ରକ୍ତ ନମୂନା ସଂଗ୍ରହ କରି ଫେରିଛି।
ତେବେ ସମସ୍ତ ଛାତ୍ରୀ ଭାଇରାଲ ଫିବରରେ ଆକ୍ରାନ୍ତ ଥିବା ଡାକ୍ତର ପ୍ରକାଶ କରିଥିବା ବେଳେ ଗୁରୁତର ମାନଙ୍କୁ ଡାକ୍ତରଖାନାରେ ଭର୍ତିକରି ଚିକିତ୍ସା ପରେ ଛାଡି ଦିଆଯାଇଛି। ହଷ୍ଟେଲର ମୋଟ ୫୭ ଜଣ ଅସୁସ୍ଥ ଥିବା ବେଳେ ଚିକିତ୍ସା ପରେ ସୁସ୍ଥ ଅନୁଭବ କରୁଥିବା ସୂଚନା ମିଳିଛି। ତେବେ ବିଦ୍ୟାଳୟ ପରିସରରେ ଅସ୍ବାସ୍ଥ୍ୟକର ପରିବେଶ ଓ ଦୂଷିତ ପିଇବା ପାଣି ଯୋଗୁଁ ଏଭଳି ଭୂତାଣୁ ଜନିତ ଜ୍ବର ବ୍ୟାପି ଥିବା ଅନୁମାନ କରାଯାଉଛି।
କଳାହାଣ୍ଡିରୁ ଅଜିତ୍ ସିଂ, ଇଟିଭି ଭାରତ