ETV Bharat / state

କାଳବୈଶାଖୀ କାଳ: 4 ଗୁରୁତର

author img

By

Published : Apr 3, 2021, 9:20 PM IST

କାଳବୈଶାଖୀ କାରଣରୁ ବୋଲେରୋ ଦୁର୍ଘଟଣାଗ୍ରସ୍ତ । ଚିକିତ୍ସା ସାରି ଡାକ୍ତରଖାନାରୁ ଫେରିବାବେଳେ ଦୁର୍ଘଟଣାରେ 4 ଗୁରୁତର । ଅଧିକ ପଢନ୍ତୁ..

କାଳ ବୈଶାଖୀ କାଳ: 4 ଗୁରୁତର
କାଳ ବୈଶାଖୀ କାଳ: 4 ଗୁରୁତର

ଭବାନୀପାଟଣା: ଭାରସାମ୍ୟ ହରାଇ ବୋଲେରୋ ଦୁର୍ଘଟଣାଗ୍ରସ୍ତ । 4 ଜଣ ଗୁରୁତରଙ୍କୁ ଡାକ୍ତରଖାନାରେ ଭର୍ତ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡିକୁ ଜବତ କରିବା ସହ ଅଧିକ ତଦନ୍ତ ଆରମ୍ଭ କରିଛି ।

କାଳ ବୈଶାଖୀ କାଳ: 4 ଗୁରୁତର
୨୬ ନଂ ଜାତୀୟ ରାଜପଥ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମହାଜନଗୁଡା ନିକଟରେ ଭାରସାମ୍ୟ ହରାଇ ଚାଷଜମିରେ ଓଲଟି ପଡିଲା ବୋଲେରୋ । ଏଥିରେ 4ଜଣ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି କୋକସରା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ମାତ୍ର ସେଠାରେ ତାଙ୍କ ଅବସ୍ଥା ଅଧିକ ସଙ୍କଟାପନ୍ନ ହେବାରୁ ଡାକ୍ତର ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଛନ୍ତି ।

ଗୁରୁତରମାନେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅଞ୍ଚଳର ବୋଲି ଜଣାପଡିଛି । ସେମାନେ ମାଲକାନଗିରି ଜିଲ୍ଲା କାଲିମେଳାକୁ ଚିକିତ୍ସା ପାଇଁ ଯାଇ ଫେରୁଥିବା ସମୟରେ କାଳ ବୈଶାଖୀ କାରଣରୁ ବୋଲେରୋ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ଖବର ପାଇ ଆମପାଣି ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.