ETV Bharat / state

ଲାଞ୍ଜିଗଡ ବେଦାନ୍ତରେ 144 ଧାରା ଜାରି, 1 ମୃତ

author img

By

Published : Mar 18, 2019, 2:29 PM IST

ଲାଞ୍ଜିଗଡ ବେଦାନ୍ତ କମ୍ପାନୀରେ ଗଣ୍ଡଗୋଳ । ମୁହାଁମୁହିଁ ସିକ୍ୟୁରିଟି ଗାର୍ଡ ଏବଂ ସ୍ଥାନୀୟ ଲୋକ । 144 ଧାରା ଜାରି । ଲାଠିଚାର୍ଜରେ ଜଣଙ୍କ ମୃତ୍ୟୁ ସୂଚନା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି

ଭବାନୀପାଟଣା: ଗଣ୍ଡଗୋଳ ଯୋଗୁଁ ବେଦାନ୍ତ କମ୍ପାନୀ ପରିସରରେ 144 ଧାରା ଜାରି। ପୋଲିସର ଲାଠିଚାର୍ଜରେ ଜଣେ ସାଧାରଣ ଲୋକର ମୃତ୍ୟୁ ହୋଇଛି । ମୃତକ ଜଣକ ନିକଟସ୍ଥ ଛତ୍ରପୁର ଅଞ୍ଚଳର ଜାନି ବାତ୍ତ୍ରା ବୋଲି ଜଣାପଡିଛି । ଘଟଣାସ୍ଥଳରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଛି ଲାଞ୍ଜିଗଡ ପୋଲିସ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି

ମିଳିଥିବା ସୂଚନା ମୁତାବକ, କୌଣସି କାରଣକୁ ନେଇ କଳାହାଣ୍ଡି ଲାଞ୍ଜିଗଡ ସ୍ଥିତ ବେଦାନ୍ତ କମ୍ପାନୀର ସିକ୍ୟୁରିଟି ଗାର୍ଡ ଏବଂ ସ୍ଥାନୀୟ ଲୋକଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ଏହା ଉଗ୍ରରୂପ ନେଇଛି। କମ୍ପାନୀ ପରିସରରେ ଭଙ୍ଗାରୁଜା କରିଥିଲେ ସ୍ଥାନୀୟ ଲୋକ । ପରିସ୍ଥିତିକୁ ଆଖି ଆଗରେ ରଖି ଘଟଣା ସ୍ଥଳରେ 144 ଧାରା ଜାରି କରିଛି ଲାଞ୍ଚିଗଡ ପୋଲିସ। ଏନେଇ ସୂଚନା ଦେଇଛନ୍ତି କେସିଙ୍ଗା ଏସଡିପିଓ।

ତେବେ ପୋଲିସ ଲାଠିଚାର୍ଜରେ ଜଣେ ସାଧାରଣ ଲୋକର ମୃତ୍ୟୁ ହେବା ପରେ ପରିସ୍ଥିତି ଆହୁରି ଉତ୍ତଜନାପୂର୍ଣ୍ଣ ହେବାର ଆଶଙ୍କା ରହିଛି । ପରିସ୍ଥିତିକୁ କଡା ନଜରରେ ରଖିଛି ଲାଞ୍ଜିଗଡ ପୋଲିସ ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

ଭବାନୀପାଟଣା: ଗଣ୍ଡଗୋଳ ଯୋଗୁଁ ବେଦାନ୍ତ କମ୍ପାନୀ ପରିସରରେ 144 ଧାରା ଜାରି। ପୋଲିସର ଲାଠିଚାର୍ଜରେ ଜଣେ ସାଧାରଣ ଲୋକର ମୃତ୍ୟୁ ହୋଇଛି । ମୃତକ ଜଣକ ନିକଟସ୍ଥ ଛତ୍ରପୁର ଅଞ୍ଚଳର ଜାନି ବାତ୍ତ୍ରା ବୋଲି ଜଣାପଡିଛି । ଘଟଣାସ୍ଥଳରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଛି ଲାଞ୍ଜିଗଡ ପୋଲିସ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି

ମିଳିଥିବା ସୂଚନା ମୁତାବକ, କୌଣସି କାରଣକୁ ନେଇ କଳାହାଣ୍ଡି ଲାଞ୍ଜିଗଡ ସ୍ଥିତ ବେଦାନ୍ତ କମ୍ପାନୀର ସିକ୍ୟୁରିଟି ଗାର୍ଡ ଏବଂ ସ୍ଥାନୀୟ ଲୋକଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ଏହା ଉଗ୍ରରୂପ ନେଇଛି। କମ୍ପାନୀ ପରିସରରେ ଭଙ୍ଗାରୁଜା କରିଥିଲେ ସ୍ଥାନୀୟ ଲୋକ । ପରିସ୍ଥିତିକୁ ଆଖି ଆଗରେ ରଖି ଘଟଣା ସ୍ଥଳରେ 144 ଧାରା ଜାରି କରିଛି ଲାଞ୍ଚିଗଡ ପୋଲିସ। ଏନେଇ ସୂଚନା ଦେଇଛନ୍ତି କେସିଙ୍ଗା ଏସଡିପିଓ।

ତେବେ ପୋଲିସ ଲାଠିଚାର୍ଜରେ ଜଣେ ସାଧାରଣ ଲୋକର ମୃତ୍ୟୁ ହେବା ପରେ ପରିସ୍ଥିତି ଆହୁରି ଉତ୍ତଜନାପୂର୍ଣ୍ଣ ହେବାର ଆଶଙ୍କା ରହିଛି । ପରିସ୍ଥିତିକୁ କଡା ନଜରରେ ରଖିଛି ଲାଞ୍ଜିଗଡ ପୋଲିସ ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

Slug : OD_KPT_Divyang Institutions _Santakar_16-3-19

ରେଡ୍ କ୍ରସ , ରୋଟାରୀ ସୋସାଇଟି ଫର ଦ ହେଣ୍ଡିକେପଡ଼ ଏବଂ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ କୋରାପୁଟ ଜିଲ୍ଲା ସୁନାବେଡା ଠାରେ କିଛି ଗୋଦାମଘରେ ୧୯୮୬ ରେ ଖୋଲାଗଲା ଶ୍ରବଣ ବାଧିତ ଓ ଦୃଷ୍ଟି ବାଧିତ ଦିବ୍ୟାଙ୍ଗ ପିଲାଙ୍କ ପାଇଁ ଦୁଇଟି ବିଦ୍ୟାଳୟ । କିନ୍ତୁ ପରବର୍ତୀ ପର୍ଯ୍ୟାୟରେ ୧୯୯୦ ରେ ଦୃଷ୍ଟି ବାଧିତ ପିଲାଙ୍କ ବିଦ୍ୟାଳୟ କୋରାପୁଟ କୁ ସ୍ଥାନାନ୍ତରିତ ହୋଇଥିଲା । ପୁଣିଥରେ ୨୦୦୦ ମସିହାରେ କୋରାପୁଟ ରେ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଆରମ୍ଭ ହେଲା ମାନସିକ ଅନଗ୍ରସର ପିଲାଙ୍କ ପାଇଁ ସ୍ୱତନ୍ତ୍ର ବିଦ୍ୟାଳୟ 'ମାନସ' ।
ସରକାରୀ ଓ ବେସରକାରୀ ଉଦ୍ୟମରେ ଏହି ସମସ୍ତ ଅନୁଷ୍ଠାନରେ ପିଲାଙ୍କୁ ଭଲରେ ରହିବା, ଖାଇବା ପିଇବା ସହିତ ଏକ ସୁସ୍ଥ ବାତାବରଣ ମଧ୍ୟରେ ଶିକ୍ଷାଦାନ କରିବା ପାଇଁ ପ୍ରଶଂସନୀୟ ପଦକ୍ଷେପ ନିଆଯାଇଥିବା ଏହି ବିଦ୍ୟାଳୟ ଗୁଡିକର ପ୍ରଧାନ ଶିକ୍ଷକ ମାନେ ମତ ଦେଇଛନ୍ତି । ସୁନାବେଡା ସ୍ଥିତ ଶ୍ରବଣ ବାଧିତ ପିଲାଙ୍କ ବିଦ୍ୟାଳୟରେ ନାଲକୋ ତରଫରୁ ପିଲାଏ ଶୋଇବା ପାଇଁ ଉନ୍ନତ ମାନର ଖଟ ଓ ଶେଯ ପ୍ରଦାନ କରାଯାଇଥିବା ବେଳେ ମାନସ ରେ ଶିକ୍ଷଣୀୟ ସାମଗ୍ରୀ ପ୍ରଦାନ କରାଯାଇଛି । ସେହିପରି ମାନସ ରେ ଏଚଏଏଲ ଦ୍ୱାରା ଏକ ବିଶାଳ ସଭାଗୃହ ଓ ପ୍ରୋଜେକ୍ଟର ଦିଆଯାଇଛି ଯେଉଁଠାରେ ପିଲାଙ୍କ ପାଇଁ ଖେଳିବା ସହ ଚିତ୍ତବିନୋଦନର କାର୍ଯ୍ୟକ୍ରମ କରାଇପାରୁଛନ୍ତି ସ୍କୁଲ କର୍ତ୍ତୃପକ୍ଷ । କୋରାପୁଟ ସହରର ଅନେକ ବଦାନ୍ୟ ବ୍ୟକ୍ତିଙ୍କ ଦ୍ୱାରା ପିଲା ମାନେ ଶୁଦ୍ଧ ପାନୀୟ ଜଳ ପାଇବା  ପାଇଁ ଉପକରଣ  ଓ ଚିତ୍ତବିନୋଦନ କରିବା ଉଦ୍ଦେଶ୍ୟରେ ଟେଲିଭିଜନ ଏହି ଅନୁଷ୍ଠାନ ଗୁଡିକୁ ଦାନ ଆକାରରେ ଦେଇଛନ୍ତି ।
ଖେଳପଡ଼ିଆ ନଥିଲେବି କ୍ରୀଡା ଶିକ୍ଷକ ଚନ୍ଦ୍ରଶେଖର ପଟ୍ଟନାୟକ ଙ୍କ ଅଦମ୍ୟ ପ୍ରଚେଷ୍ଟା ଫଳରେ ଦୃଷ୍ଟି ବାଧିତ ପିଲାଙ୍କ ବିଦ୍ୟାଳୟରୁ ଦୁଇ ଜଣ ଛାତ୍ର ଦୃଷ୍ଟିହୀନ ଅନ୍ତର୍ରାଷ୍ଟ୍ରୀୟ କ୍ରିକେଟ ପ୍ରତିଯୋଗିତାରେ ଭାଗ ନେଇ ଦେଶ ପାଇଁ ସୁନାମ ଅର୍ଜନ କରିଛନ୍ତି । ଶ୍ରବଣ  ବାଧିତ ବିଦ୍ୟାଳୟରେ ଶିକ୍ଷକଙ୍କ ଦ୍ୱାରା ଦିଆଯାଉଥିବା ବୈଷୟିକ ଓ ଧନ୍ଦାମୂଳକ ଶିକ୍ଷା ହାସଲ କରି ଅନେକେ ସ୍ୱାବଲମ୍ବୀ ହୋଇଥିବା ବେଳେ ଆଉ କେତେ ଜଣ ନାଲକୋ ଓ ଏଚଏଏଲ ରେ ନିଯୁକ୍ତି ପାଇଛନ୍ତି । ମାନସ ବିଦ୍ୟାଳୟର ଛାତ୍ର ଛାତ୍ରୀ କଳାର ଦୁନିଆରେ ଜାତୀୟ ସ୍ତରର ପ୍ରତିଯୋଗିତାରେ ଜିଲ୍ଲା ପାଇଁ ଗୌରବ ଆଣିଦେଇଛନ୍ତି ।
ବର୍ତମାନ ସୁନାବେଡାରେ ଶ୍ରବଣ ବାଧିତ ପିଲାଙ୍କ  ବିଦ୍ୟାଳୟ ଓ କୋରାପୁଟରେ ଦୃଷ୍ଟି ବାଧିତ ପିଲାଙ୍କ ବିଦ୍ୟାଳୟ ଟିଣ ଘରୁ ନିଜସ୍ୱ କୋଠା ଘରକୁ ସ୍ଥାନାନ୍ତରିତ ହେବା ଦିବ୍ୟାଙ୍ଗଙ୍କ ପାଇଁ ଜିଲ୍ଲା ପ୍ରଶାସନ ର ଆନ୍ତରିକତା ର ଉଦାହରଣ ଦେଇଛି । ତେବେ ଦୃଷ୍ଟିବାଧିତ ପିଲାଙ୍କ ପାଇଁ ଠିକ୍ ସମୟରେ ଠିକ୍ ପରିମାଣରେ ବ୍ରେଲ ପୁସ୍ତକ ସହ ଆଧୁନିକ ଡିଜିଟାଲ ଉପକରଣ ଯୋଗାଇଦେଲେ ପିଲାଙ୍କ ଶିକ୍ଷା ଗ୍ରହଣ କ୍ଷେତ୍ରରେ ସହାୟକ ହୋଇପାରନ୍ତା ବୋଲି ବିଦ୍ୟାଳୟର ଶିକ୍ଷକ ଚନ୍ଦ୍ରଶେଖର ପଟ୍ଟନାୟକ ଜଣାଇଛନ୍ତି । ସେହିପରି ଶ୍ରବଣ ବାଧିତ ପିଲାମାନେ ବିଦ୍ୟାଳୟରେ ବୈଷୟିକ ଓ ଧନ୍ଦାମୂଳକ ତାଲିମ ପାଇବା ପରେ ସେ ସଂକ୍ରାନ୍ତରେ ମାନ୍ୟତା ବହନ କରୁଥିବା ମାନପତ୍ର ପ୍ରଦାନ କରାଗଲେ ସେମାନଙ୍କ ଜୀବିକା ନିର୍ବାହ ପାଇଁ ନୂତନ ସୁଯୋଗ ଅକ୍ଳେଶରେ ମିଳିପାରନ୍ତା ବୋଲି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିନାୟକ ମିଶ୍ର  ଆଶା ପୋଷଣ କରିଛନ୍ତି । ମାନସିକ ଅନଗ୍ରସର ପିଲାଙ୍କୁ ତାଲିମ ଦେବା ପାଇଁ ଆବଶ୍ୟକ ମୁତାବକ ତାଲିମପ୍ରାପ୍ତ ଶିକ୍ଷକଙ୍କ ଆବଶ୍ୟକତା ରହିଥିବା ମାନସ ର ପ୍ରଧାନ ଶିକ୍ଷକ ବିଦ୍ୟାଧର ପରମାନିକ ସୂଚନା ପ୍ରଦାନ କରିଛନ୍ତି । ତେବେ ଏସବୁ ଦିଗରେ ପ୍ରଶାସନିକ ଯୋଜନା କରାଯାଇଥିବା କଥା ଜିଲ୍ଲା  ସାମାଜିକ ସୁରକ୍ଷା ଅଧିକାରୀ ସୀମାଞ୍ଚଳ ମହାପାତ୍ର ସ୍ପଷ୍ଟ କରିଛନ୍ତି ।
......
Byte :  ବିନାୟକ କୁମାର ମିଶ୍ର , ପ୍ରଧାନ ଶିକ୍ଷକ , ଶ୍ରବଣ ବାଧିତ ପିଲାଙ୍କ ବିଦ୍ୟାଳୟ
Byte : ଚନ୍ଦ୍ରଶେଖର ପଟ୍ଟନାୟକ , କ୍ରୀଡା ଶିକ୍ଷକ , ଦୃଷ୍ଟି ବାଧିତ ବିଦ୍ୟାଳୟ
Byte : ବିଦ୍ୟାଧର ପରମାନିକ , ପ୍ରଧାନ ଶିକ୍ଷକ , ମାନସ
Byte : ସୀମାଞ୍ଚଳ ମହାପାତ୍ର , ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ
.......
ଶାନ୍ତାକାର
କୋରାପୁଟ
.........

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.