ETV Bharat / state

ଓଡ଼ିଶା ଛତିଶଗଡ଼ ସୀମାନ୍ତ ଅଞ୍ଚଳରେ ବନ୍ୟା ସ୍ଥିତି

author img

By

Published : Aug 15, 2022, 8:00 AM IST

ଛତିଶଗଡରେ ଲଗାଣ ବର୍ଷା । ବଢୁଛି ମହାନଦୀର ଜଳସ୍ତର, ସୀମାନ୍ତବର୍ତ୍ତୀ ଅଞ୍ଚଳ ଗାଁରେ ପଶିଲା ପାଣି । ଅଧିକ ପଢନ୍ତୁ

ଓଡ଼ିଶା ଛତିଶଗଡ଼ ସିମାନ୍ତ ଅଞ୍ଚଳରେ ବନ୍ୟା ସ୍ଥିତି

ଝାରସଗୁଡା: ଗତ ପାଞ୍ଚଦିନ ହେବ ଛତିଶଗଡରେ ଲାଗି ରହିଛି ବର୍ଷା । ଯାହା ଓଡିଶା ପାଇଁ ଏବେ ବିପଦ ଆଣିଛି । ଛତିଶଗଡରେ ଲଗାଣ ବର୍ଷା ଯୋଗୁଁ ମହାନଦୀର ଜଳସ୍ତର ବୃଦ୍ଧି ପାଇଛି । ଏନେଇ ଛତିଶଗଡ ପ୍ରଶାସନ ସତର୍କ ସୂଚନା ଜାରି କରିଛି । ବନ୍ୟାଜଳ ପ୍ରବେଶ କରିବା ପୂର୍ବରୁ ସମସ୍ତ ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ପ୍ରକ୍ରିୟା ଶେଷ ହୋଇଛି ।

ସେପଟେ ନିୟମିତ ଭାବେ ମହାନଦୀରେ ଜଳପତ୍ତନ ବୃଦ୍ଧି ପାଉଥିବା ଯୋଗୁଁ କଲମା ବ୍ୟାରେଜର ସମସ୍ତ 66ଟି ଫାଟକକୁ ଖୋଲି ଦେଇଛି ଛତିଶଗଡ଼ । ବର୍ତ୍ତମାନ ମଧ୍ୟ ସେଠାରେ ବର୍ଷା ଲାଗି ରହିଥିବା କାରଣରୁ ସୀମାବର୍ତ୍ତୀ ଝାରସୁଗୁଡା ଜିଲ୍ଲାର 19 ଖଣ୍ଡ ମୌଜାର ଶରଧା, ଚିକିଲି, ମହୁଦି,ସୁଖାଶୋଡା, ଶିମିଳିଆ ଅଞ୍ଚଳରେ ରବିବାର ସନ୍ଧ୍ୟା ସୁଦ୍ଧା ହୀରାକୁଦର ପଛୁଆ ପାଣି ପ୍ରଵେଶ କରିବା ଆଶଙ୍କା କରିଛନ୍ତି ସ୍ଥାନୀୟ ଲୋକେ । ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ଅଞ୍ଚଳରେ ବନ୍ୟା ଆଶ୍ରୟ ସ୍ଥଳୀ ସହ ଖାଦ୍ୟପେୟର ପ୍ରସ୍ତୁତ କରି ରଖାଯାଇଛି ।

ଛତିଶଗଡ଼ରେ ମହାନଦୀ ଜଳସ୍ତର ବଢିବା ଓ ଲଗାଣ ବର୍ଷା ଲାଗି ରହିବା କାରଣରୁ ନଦୀକୁ ସଂଲଗ୍ନ କରିଥିବା ତୋରା, ପୋରଥ,କୋର୍ରା, ରାନିଦିହି, ସୁରଜଗଡ଼,ନନ୍ଦିଗାଁଓ ଭଳି 12ଟି ଗାଁ ପ୍ରଭାବିତ ହୋଇଛି । ଯାଞ୍ଜଗିର ଜିଲ୍ଲାର ଚନ୍ଦ୍ରପୁର ନିକଟରେ ଜାତୀୟ ରାଜପଥ ଉପରେ 4 ଫୁଟର ପାଣି ଚାଲୁଥିବା ଯୋଗୁଁ ସାରଙ୍ଗଗଡ ଜିଲ୍ଲା ସହ ସଂଯୋଗ ବିଚ୍ଛିନ୍ନ ହୋଇଛି । ଜାତୀୟ ରାଜପଥର ଉଭୟ ପାର୍ଶ୍ବରେ ବହୁ ସଂଖ୍ୟାରେ ଯାନବାହନ ଅଟକି ରହିଥିବାରୁ ଡ଼ଙ୍ଗା ସାହାଯ୍ୟରେ ଲୋକେ ରାସ୍ତା ଅତିକ୍ରମ କରୁଛନ୍ତି ।

ଇଟିଭି ଭାରତ,ଝାରସୁଗୁଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.