ETV Bharat / state

ସାଫ୍ କପ ହାତେଇଲା ଭରତ, ଓଡିଆ ଖେଳାଳି ଟଙ୍କଧରଙ୍କ ହାତରେ ଟ୍ରଫି - ସାଫ୍ କପ

ପ୍ରଥମ ଥର ୧୮ ବର୍ଷରୁ କମ ସାଫ୍ କପ ଜିତିଲା ଭାରତ । ଓଡ଼ିଆ ଫୁଟବଲ ଖେଳାଳି ଭାବେ ଝାରସୁଗୁଡାର ଟଙ୍କଧର ବାଗ ହାତକୁ ନେଇଛନ୍ତି ଟ୍ରଫି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡା
author img

By

Published : Oct 23, 2019, 5:45 PM IST

ଝାରସୁଗୁଡା: ପ୍ରଥମ ଥର ୧୮ ବର୍ଷ ରୁ କମ ସାଫ୍ କପ ଜିତିଛି ଭାରତ । ଭାରତର ବିଜୟ ପରେ ଓଡ଼ିଆ ଖେଳାଳି ଟଙ୍କଧର ବାଗ ହାତରେ ଟ୍ରଫି ଧରି ଟେକିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡା

ନେପାଳ ରାଜଧାନୀ କାଠମାଣ୍ଡୁ ଖେଳାଯାଇଥିବା ୧୮ ବର୍ଷରୁ କମ ପୁରୁଷ ସାଫ୍ ଫୁଟବଲ ଚମ୍ପିୟାନସିପରେ ଭାରତ ଦଳ ଚାମ୍ପିୟାନ ହେବାରେ ସଫଳତା ହାସଲ କରିଛି । ଭାରତୀୟ ଫୁଟବଲ ଦଳରେ ଏକମାତ୍ର ଓଡ଼ିଆ ଖେଳାଳି ଭାବେ ଝାରସୁଗୁଡାର ଟଙ୍କଧର ବାଗ ପ୍ରତିନିଧିତ୍ଵ କରିବାରେ ସୁଯୋଗ ପାଇଥିଲେ । ବଲାଙ୍ଗୀର କ୍ରୀଡା ଛାତ୍ରାବାସରେ ପ୍ରଥମେ ପ୍ରଶିକ୍ଷଣ ପାଇଥିଲେ ଟଙ୍କଧର ।

ଦୀର୍ଘ ବର୍ଷ ପରେ ଜଣେ ଓଡ଼ିଆ ଖେଳାଳି ଭାବେ ୧୮ ବର୍ଷ ରୁ କମ ସାଫ୍ ଚମ୍ପିୟାନ ଦଳର ସଦସ୍ୟ ରହିବାର ସୁଯୋଗ ପାଇଥିଲେ ଟଙ୍କଧର । ଏହା ସହିତ ଭାରତୀୟ ଟିମର ଗୋଟିଏ ମ୍ୟାଚର ଶ୍ରୀଲଙ୍କା ବିପକ୍ଷରେ ଅଧିନାୟକ ରହି ଟଙ୍କଧର ଖେଳିବାରେ ସକ୍ଷମ ହୋଇଛନ୍ତି । ଚମ୍ପିୟାନ ହେବା ପରେ ଟଙ୍କଧର ନିଜ ଜନ୍ମ ମାଟି ଝାରସୁଗୁଡାରେ ପହଞ୍ଚିଛନ୍ତି । ପହଞ୍ଚିବା ପରେ ଅଞ୍ଚଳବାସୀଙ୍କ ପକ୍ଷରୁ ଟଙ୍କଧରଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯିବା ସହିତ ଏକ ରୋଡ଼ସୋ କରି ଝାରସୁଗୁଡ଼ା ସହରରେ ବୁଲାଇଛନ୍ତି ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

Intro:ଓଡ଼ିଆ ଖେଳାଳି ଟଙ୍କଧର ବାଗ ଟେକିଲେ ଟ୍ରଫି, ପ୍ରଥମ ଥର ୧୮ ବର୍ଷ ରୁ କମ ସାଫ୍ କପ ଜିତିଲା ଭାରତ । ନେପାଳ ରାଜଧାନୀ କାଠମାଣ୍ଡୁ ଖେଳାଯାଇଥିବା ୧୮ ବର୍ଷ ରୁ କମ ପୁରୁଷ ସାଫ୍ ଫୁଟବଲ ଚମ୍ପିୟାନସିପରେ ଭାରତ ଦଳ ଚାମ୍ପିୟାନ ହେବାରେ ସଫଳତା ହାସଲ କରିଛି ।ଭାରତୀୟ ଫୁଟବଲ ଦଳରେ ଏକମାତ୍ର ଓଡ଼ିଆ ଖେଳାଳି ଭାବେ ଝାରସୁଗୁଡା ର ଟଙ୍କଧର ବାଗ ପ୍ରତିନିଧିତ୍ଵ କରିବାରେ ସୁଯୋଗ ପାଇଥିଲେ । ବଲାଂଗୀର କ୍ରୀଡା ଛାତ୍ରାବାସରେ ପ୍ରଥମେ ପ୍ରଶିକ୍ଷଣ ପାଇଥିଲେ । ଦୀର୍ଘ ବର୍ଷ ପରେ ଜଣେ ଓଡ଼ିଆ ଖେଳାଳି ଭାବେ ୧୮ ବର୍ଷ ରୁ କମ ସାଫ୍ ଚମ୍ପିୟାନ ଦଳର ସଦସ୍ୟ ରହିବା ସହିତ ଭାରତୀୟ ଟିମର ଗୋଟିଏ ମ୍ୟାଚରର ଶ୍ରୀଲଙ୍କା ବିପକ୍ଷରେ ଅଧିନାୟକ ରହି ଖେଳିବାରେ ସକ୍ଷମ ହୋଇଛନ୍ତି । ଆଜି ଝାରସୁଗୁଡ଼ା ବିମାନ ବନ୍ଦରରେ ଚମ୍ପିୟାନ ହେବା ପରେ ଟଙ୍କଧର ନିଜ ଜନ୍ମ ମାଟି ଝାରସୁଗୁଡା ରେ ପହଞ୍ଚିବା ପରେ ଅଞ୍ଚଳବାସୀଙ୍କ ତରଫରୁ ବିପୁଳ ସ୍ୱାଗତ ସମର୍ଦ୍ଧନା ଦିଆଯିବା ସହିତ ଏକ ରୋଡ଼ସୋ କରି ଝାରସୁଗୁଡ଼ା ସହରରେ ବୁଲାଇଛନ୍ତି ।

byte1:-ଟଙ୍କଧର ବାଗ : ଫୁଟବଲ ଖେଳାଳି
byte2:- ମହେଶ୍ବର ବାଗ : ଟଙ୍କଧରଙ୍କ ବାପାBody:...Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.