ଝାରସୁଗୁଡ଼ା: ଓଏସଏପି ଖେଳପଡ଼ିଆ ଠାରେ ରାଜ୍ୟସ୍ତରୀୟ କବାଡ଼ି ପ୍ରତିଯୋଗିତା ରବିବାର ଉଦଘାଟିତ ହୋଇଛି। ଏହି ପ୍ରତିଯୋଗିତାରେ ରାଜ୍ୟସ୍ତରୀୟ ଉଭୟ ପୁରୁଷ ଓ ମହିଳା ଦଳର ଖେଳାଳି ଅଂଶଗ୍ରହଣ କରିଛନ୍ତି । ଏହି ପ୍ରତିଯୋଗିତା ୩ ଦିନ ଧରି ଚାଲିବ । 24 ଜିଲ୍ଲାରୁ 53ଟି ଟିମ ଏଥିରେ ଭାଗ ନେଉଛନ୍ତି। ଉଦଘାଟନ ଉତ୍ସବରେ ଝାରସୁଗୁଡ଼ା ବିଧାୟକ ତଥା ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଉଭୟ ମହିଳା ଓ ପୁରୁଷ ଦଳକୁ ଉତ୍ସାହିତ କରିଥିଲେ।
ଝାରସୁଗୁଡ଼ାରୁ ରବିନାରାୟଣ ସାହୁ, ଇଟିଭି ଭାରତ