ETV Bharat / state

ଶନିବାର ମୋଦିଙ୍କ ଝାରସୁଗୁଡା ଗସ୍ତ, ସୁରକ୍ଷା ତଦାରଖ କଲେ ଏସପି - ଝାରସୁଗୁଡା ବିମାନ ବନ୍ଦର

ବାୟୁସେନାର ସ୍ବତନ୍ତ୍ର ବିମାନ ଯୋଗେ ଝାରସୁଗୁଡା ବିମାନ ବନ୍ଦରରେ ଶନିବାର ସକାଳ 10. 25 ମିନିଟ୍‌ରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ। ଏହାପରେ ଝାରସୁଗୁଡାରୁ ହେଲିକପ୍ଟର ଯୋଗେ ସୁନ୍ଦରଗଡ ଯିବେ।

ଫଟୋ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡା
author img

By

Published : Apr 5, 2019, 6:12 PM IST

ଝାରସୁଗୁଡା: ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ବାଚନୀ ପ୍ରଚାର ପାଇଁ ସୋନପୁର ଓ ସୁନ୍ଦରଗଡ ଗସ୍ତରେ ଆସିବେ। ସେ ନୂଆଦିଲ୍ଲୀରୁ ବିମାନ ଯୋଗେ ସିଧାସଳଖ ଝାରସୁଗୁଡାରେ ଓହ୍ଲାଇବେ। ଏଥିପାଇଁ ସୁରକ୍ଷା ବ୍ୟବସ୍ଥା ତଦାରଖ କରିଛନ୍ତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡା

ରିପୋର୍ଟ ଅନୁସାରେ ବାୟୁସେନାର ବିମାନ ଯୋଗେ ଝାରସୁଗୁଡା ବିମାନ ବନ୍ଦରରେ ସକାଳ 10. 25 ମିନିଟ୍‌ରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ। ଏହାପରେ ଝାରସୁଗୁଡାରୁ ହେଲିକପ୍ଟର ଯୋଗେ ସୁନ୍ଦରଗଡ ଯିବେ। ସେଠାରେ ନିର୍ବାଚନୀ ସଭାକୁ ସମ୍ବୋଧନ କରିବା ପରେ ସୋନପୁର ଅଭିମୁଖେ ଯାତ୍ରା କରିବେ।

ତେବେ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ଶୁକ୍ରବାର ଝାରସୁଗୁଡା ବିମାନ ବନ୍ଦରରେ ସୁରକ୍ଷା ବ୍ୟବସ୍ଥା ତଦାରଖ କରିଛନ୍ତି ଏସପି ଅଶ୍ବିନୀ ମହାନ୍ତି। ମୋଦିଙ୍କ ଯାତ୍ରାରେ ଯେପରି କୌଣସି ସମସ୍ୟା ନ ଉପୁଜେ ସେଥିପ୍ରତି ସତର୍କ ଦୃଷ୍ଟି ରଖାଯାଇଛି ବୋଲି ସେ କହିଛନ୍ତି।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.