ETV Bharat / state

ଦୁର୍ଦ୍ଦାନ୍ତ ଅପରାଧୀ ସୋନୁ ଘୋଷର ଭିଣୋଇ ଗିରଫ, ଦେଶୀ ବନ୍ଧୁକ ଓ ୩ ଅଫୁଟା ଗୁଳି ଜବତ - notorious criminal

ଝାରପଡା ଜେଲରେ ଥିବା ଦୁର୍ଦ୍ଦାନ୍ତ ଅପରାଧୀ ସୋନୁ ଘୋଷର ଅନ୍ୟତମ ଘନିଷ୍ଠ ସହଯୋଗୀ କୁହାଯାଉଥିବା ଅଜୟ ପାଠକକୁ ଗିରଫ କଲା ଝାରସୁଗୁଡ଼ା ପୋଲିସ । ଏହାସହ ଚଢାଉ ବେଳେ ଅଜୟ ଘରୁ ଏକ ୭.୬୫ ଦେଶୀ ବନ୍ଧୁକ ଓ ୭.୬୫ ଏମଏମର 3ଟି ଅଫୁଟା ଗୁଳି ଉଦ୍ଧାର ହୋଇଛି ।

ଦେଶୀ ବନ୍ଧୁକ ଓ ୩ ଜୀବନ୍ତ ଗୁଳି ଜବତ
ଦେଶୀ ବନ୍ଧୁକ ଓ ୩ ଜୀବନ୍ତ ଗୁଳି ଜବତ
author img

By

Published : Mar 5, 2021, 7:34 PM IST

ଝାରସୁଗୁଡା: ଦୁର୍ଦ୍ଦାନ୍ତ ଅପରାଧୀ ସୋନୁ ଘୋଷର ଅନ୍ୟତମ ଘନିଷ୍ଠ ସହଯୋଗୀ ଗିରଫ । ଝାରପଡା ଜେଲରେ ଥିବା ଦୁର୍ଦ୍ଦାନ୍ତ ଅପରାଧୀ ସୋନୁ ଘୋଷର ଅନ୍ୟତମ ଘନିଷ୍ଠ ସହଯୋଗୀ କୁହାଯାଉଥିବା ଅଜୟ ପାଠକକୁ ଗିରଫ କଲା ଝାରସୁଗୁଡ଼ା ପୋଲିସ ।

ଦେଶୀ ବନ୍ଧୁକ ଓ ୩ ଜୀବନ୍ତ ଗୁଳି ଜବତ

ସୋନୁ ସହ ମିଶି ଅନେକ ଅପରାଧ ଘଟାଇଥିବା ଅଜୟର ଗତିବିଧିକୁ ପୋଲିସ କିଛିଦିନରୁ ନଜର ରଖିବା ପରେ ଅପରାଧିକ ପୃଷ୍ଠଭୂମି ଥିବା ଅଭିଯୁକ୍ତ ଅଜୟଙ୍କ ଘରୁ ଏକ ଦେଶୀ ବନ୍ଧୁକ ସହିତ ୩ଟି ଅଫୁଟା ଗୁଳି ଜବତ କରିବାରେ ସକ୍ଷମ ହୋଇଛି ବ୍ରଜରାଜନଗର ପୋଲିସ ।

ବେଆଇନ ଭାବେ ବନ୍ଧୁକ ରଖିଥିବା ଅଭିଯୋଗରେ ସୋନୁ ଘୋଷର ଭିଣୋଇ ଅଜୟ ପାଠକକୁ ପୋଲିସ ଗିରଫ କରିଛି। ଅଜୟ କୌଣସି ଅପରାଧ ପାଇଁ ଘରେ ବନ୍ଧୁକ ଓ ଗୁଳି ଲୁଚାଇ ରଖିଥିବା ଏସପି ବିକାଶଚନ୍ଦ୍ର ଦାସ ଖବର ପାଇଥିଲେ। ଏସପିଙ୍କ ନିର୍ଦ୍ଦେଶରେ, ବ୍ରଜରାଜନଗର ଏସଡିପିଓଙ୍କ ନେତୃତ୍ଵରେ ପୋଲିସ ବୁଧବାର ବିଳମ୍ବିତ ରାତିରେ ଚଢ଼ାଉ କରିଥିଲା।

ଏହି ଚଢାଉରେ ଅଜୟର ଘରୁ ଏକ ୭.୬୫ ଦେଶୀ ବନ୍ଧୁକ ଓ ୭.୬୫ ଏମଏମର 3ଟି ଜୀବନ୍ତ ଗୁଳି ମିଳିଥିଲା । ଦିନକୁ ଦିନ ବ୍ରଜରାଜନଗର ଅପରାଧୀଙ୍କ ପାଇଁ ଏକ ପ୍ରକାର ଚରାଭୂଇଁ ପାଲଟିବାରେ ଲାଗିଛି। ଏଠାରେ ଥିବା ଚୋରା କୋଇଲା କାଳାବଜାର ସାମ୍ରାଜ୍ୟ ବିସ୍ତାର ପାଇଁ ଅନେକ ରକ୍ତପାତ ହୋଇଆସୁଛି । ଗତବର୍ଷ ଦୁଇଗୋଷ୍ଠୀ ମଧ୍ୟରେ ହୋଇଥିବା ସଂଘର୍ଷରେ ଗୁଳିମାଡ଼ରେ ଦୁଇଜଣଙ୍କ ଜୀବନ ଯାଇଛି।

ଅଜୟପାଠକ ମଧ୍ୟ କୌଣସି ଏକ ଅପରାଧ କରିବା ପାଇଁ ଏହି ବନ୍ଧୁକ ରଖିଥିବା ସମ୍ବାଦିକ ସମ୍ମିଳନୀରେ ଆରକ୍ଷୀ ଅଧିକ୍ଷକ ବିକାଶଚନ୍ଦ୍ର ଦାଶ କହିଛନ୍ତି । ଅଜୟ ପାଠକ ବିରୋଧରେ ବ୍ରଜରାଜନଗର ଥାନାରେ ଗତ ୨୦୦୬ ଓ ୨୦୦୮ ମସିହାରେ ୨ଟି ମାମଲା ଥିବା ସହ ରାଜ୍ୟର ଅନ୍ୟ ଥାନା ଓ ପଡୋଶୀ ରାଜ୍ୟ ଝାଡଖଣ୍ଡରେ ଅନେକ ମାମଲାରେ ସମ୍ପୃକ୍ତ ଥିବା ଝାରସୁଗୁଡା ଏସପି କହିଛନ୍ତି ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟଇଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.