ETV Bharat / state

Sambalpur Violence: ସରକାରର ଅପାରଗତା ପାଇଁ ଘଟଣା ଘଟିଲା: ବିଜେପି

ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ । ପଶ୍ଚିମ ବଙ୍ଗ ଓ ବିହାର ଦିଗରେ ଗତି ରାଜ୍ୟ ଗତି କରୁଛି । ଏଠି କେନ୍ଦ୍ରମନ୍ତ୍ରୀ, ସାଂସଦ ବିଧାୟକଙ୍କୁ ପୋଲିସ ଉଦ୍ଦେଶ୍ୟ ମୂଳକ ଭାବେ ନିୟମ ବିରୋଧରେ ଯାଇ ଅଟକ ରଖୁଛି । ବରଗଡ ସାଂସଦ ସୁରେଶ ପୂଜାରୀ ସାମ୍ବାଦିକ ସମ୍ମିଳନୀ କରି ଏଭଳି ଅଭିଯୋଗ କରିଛନ୍ତି । ଅଧିକ ପଢନ୍ତୁ

author img

By

Published : Apr 19, 2023, 6:26 PM IST

Updated : Apr 19, 2023, 7:00 PM IST

ସରକାରର ଅପାରଗତା ପାଇଁ ଘଟଣା ଘଟିଲା: ବିଜେପି
ସରକାରର ଅପାରଗତା ପାଇଁ ଘଟଣା ଘଟିଲା: ବିଜେପି
ସରକାରର ଅପାରଗତା ପାଇଁ ଘଟଣା ଘଟିଲା: ବିଜେପି

ଝାରସୁଗୁଡା: ସମ୍ବଲପୁର ଘଟଣା କାହିଁକି ଘଟିଲା ? ଏଥିପାଇଁ ଦାୟୀ କିଏ ? ସରକାରଙ୍କ ଯଦି ସତ୍‌ସାହାସ ଅଛି ଦଙ୍ଗାକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ । ମାମଲାର ବିଚାର ଫାଷ୍ଟଟ୍ରାକ କୋର୍ଟରେ ହେଉ । ଦଙ୍ଗାକାରୀଙ୍କ ସମ୍ପତ୍ତି ବ୍ୟାଜାପ୍ତି ହେଉ । ମୁଖ୍ୟମନ୍ତ୍ରୀ ବିଦେଶ ବୁଲୁଛନ୍ତି । ଅଥଚ ସମ୍ବଲପୁରକୁ ଆସିବାକୁ ସମୟ ପାଇଲେ ନାହିଁ । ଝାରସୁଗୁଡାରେ ପ୍ରେସ୍‌ମିଟ୍‌ କରି ଏଭଳି ରାଜ୍ୟ ସରକାରଙ୍କ ବିରୋଧରେ ବର୍ଷିଛି ରାଜ୍ୟ ବିଜେପି ।

ଏହାବି ପଢନ୍ତୁ- Battle For Karnataka: ତିନି ଦିନିଆ କର୍ଣ୍ଣାଟକ ଗସ୍ତରେ ଯିବେ ଅମିତ ଶାହ

ଝାରସୁଗୁଡାରେ ଏକ ପ୍ରେସମିଟ କରି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି "ସମ୍ବଲପୁରରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ପ୍ରଥମ ଥର ହେଉନାହିଁ । କେଉଁ କାଳରୁ ଏଠି ଶୋଭାଯାତ୍ରା ହେଉଛି । ହନୁମାନ ଜୟନ୍ତୀ ଶୋଭାଯାତ୍ରା କମିଟି ଓ ଜିଲ୍ଲା ପ୍ରଶାସନ ପାଖରେ ଏହାର ଅଭିଜ୍ଞତା ରହିଛି । କିନ୍ତୁ ଗୁଇନ୍ଦା ଫେଲ୍‌ ମାରିଲା । ଦେଶଦ୍ରୋହୀ ପଥର ନେଇ ଛାତରେ ରଖିଲେ l ଉଦ୍ଦେଶ୍ୟମୂଳକ ଭାବେ ଶୋଭାଯାତ୍ରା ଉପରକୁ ପଥର ମାଡ କଲେ । କେନ୍ଦ୍ର ଗୃହମନ୍ତ୍ରଣାଳୟ ସତର୍କ କରିଥିଲା । ଏହାସତ୍ବେ କାହିଁକି ଶୋଭାଯାତ୍ରା ପାଇଁ ସମ୍ବଲପୁରରେ ଆବଶ୍ୟକ ସୁରକ୍ଷା ପୋଲିସ ଦିଆଗଲା ନାହିଁ ? ଯଦି ପୋଲିସ ପାଖରେ ଶକ୍ତି କି ସାମର୍ଥ୍ୟ ନଥିଲା, କେନ୍ଦ୍ରୀୟ ଫୋର୍ସର ସହାୟତା ନେବାକୁ କେଉଁଠି ଅସୁବିଧା ଥିଲା ? ଜାଣିଶୁଣି ରାଜ୍ୟ ସରକାରଙ୍କ ଅବହେଳା କାରଣରୁ ଶାନ୍ତିର ସହର ସମ୍ବଲପୁରରେ ଆଶାନ୍ତି ପରିବେଶ ସୃଷ୍ଟି କରାଗଲା । ଦଙ୍ଗା ପାଇଁ ସୁଯୋଗ ସୃଷ୍ଟି କରାଗଲା ।" ତୁରନ୍ତ ସମ୍ବଲପୁରରୁ କର୍ଫ୍ୟୁ ପ୍ରତ୍ୟାହାର ସହ ଇଣ୍ଚରନେଟ ସେବାକୁ ସଚଳ କରିବାକୁ ଦାବି କରିଛନ୍ତି ମନମୋହନ । ସାମଲ ଆହୁରି କହିଛନ୍ତି ଯେଉଁ ସରକାର ଜାତିର ଦେବତାଙ୍କ ରତ୍ନ ଭଣ୍ଡାର ଚାବି ହଜେଇ ପାରୁଛି, ଫାଇଲ ହଜେଇ ପାରୁଛି, ସେ ସରକାରଠାରୁ ଅଧିକ କଣ ଆଶା କରାଯାଇପାରିବ ।

ସେହିପରି ବରଗଡ ସାଂସଦ ସୁରେଶ ପୂଜାରୀ ଆହୁରି ମଧ୍ୟ କହିଛନ୍ତି, "ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ । ପଶ୍ଚିମ ବଙ୍ଗ ଓ ବିହାର ଦିଗରେ ଗତି ରାଜ୍ୟ ଗତି କରୁଛି । ଏଠି କେନ୍ଦ୍ରମନ୍ତ୍ରୀ, ସାଂସଦ ବିଧାୟକଙ୍କୁ ପୋଲିସ ଉଦ୍ଦେଶ୍ୟମୂଳକ ଭାବେ ନିୟମ ବିରୋଧରେ ଯାଇ ଅଟକ ରଖୁଛି । ଯାହା ଜିଲ୍ଲା ପ୍ରଶାସନର ଅଧିକାର ବାହାରେ । କିଏ ଚାପ ପକାଇଲା ପ୍ରଶାସନ ଉପରେ ବିଜେପିକୁ ଅଟକ ରଖିବା ପାଇଁ। ପ୍ରଶାସନ ବିରୋଧରେ ସଂସଦରେ ସ୍ବାଧିକାର ଭଙ୍ଗ ନୋଟିସ ଅଣାଯିବ ବୋଲି ସୁରେଶ କହିଛନ୍ତି । ନାଲି ଆଖି ଦେଖାଇ କେବେ ସମ୍ବଲପୁରରେ ଶାନ୍ତି ଫେରିନାହିଁ ପ୍ରଶାସନ ଏହା ବୁଝିବା ଦରକାର ବୋଲି ସୁରେଶ କହିଛନ୍ତି । ଏହି ପ୍ରେସ୍‌ମିଟରେ ବିଜେପି ରାଜ୍ୟ ସଭାପତି, ବରଗଡ ସାଂସଦ, କଳାହାଣ୍ଡି ସାଂସଦ, ସୁନ୍ଦରଗଡ ସାଂସଦ, ବରିଷ୍ଠ ନେତା ସମୀର ମହାନ୍ତିଙ୍କ ସମେତ ଦଳର ବହୁ ବିଧାୟକ ଉପସ୍ଥିତ ଥିଲେ ।

ସୂଚନାଯୋଗ୍ଯଯେ ଗତକାଲି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନେତୃତ୍ବରେ ବିଜେପିର ଏକ ପ୍ରତିନିଧି ମଣ୍ଡଳୀ ସମ୍ବଲପୁର ଗସ୍ତରେ ଯାଉଥିବା ବେଳେ ପୋଲିସ ଝାରସୁଗୁଡା ସୀମାନ୍ତରେ ଅଟକ ରଖିଥିଲା । ଜିଲ୍ଲା ପ୍ରଶାସନ ବିଜେପି ଟିମକୁ ଯିବା ପାଇଁ ଅନୁମତି ଦେଇନଥିଲା । ପରେ ସ୍ଥାନୀୟ ଠେଲକୋଇ ଥାନାକୁ ବିଜେପି ନେତାଙ୍କୁ ଆଣି ସଂଧ୍ୟା ପର୍ଯ୍ୟନ୍ତ ଅଟକ ରଖିଥିଲା । ପରେ ସଂଧ୍ଯାରେ ସେମାନଙ୍କୁ ଝାରସୁଗୁଡା ଅଭିମୁଖେ ଛାଡି ଦେଇଥିଲା ।

ଇଟିଭି ଭାରତ, ଝାରସୁଗୁଡା

Last Updated : Apr 19, 2023, 7:00 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.