ETV Bharat / state

ଝାରସୁଗୁଡ଼ାରେ ଜଳିଲା ରାବଣ, ପାଉଁଶ ହେଲା ଅନ୍ୟାୟ-ଅଧର୍ମ - ଜଳିଲା ୬୦ଫୁଟର ରାବଣ

ଝାରସୁଗୁଡ଼ା ରବାହାଲ ସ୍ଥିତ ଓଁ ଶ୍ରୀ ଦୁର୍ଗାପୂଜା କମିଟି ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି ରାବଣ ପୋଡ଼ି । ଅଧିକ ପଢ଼ନ୍ତୁ

ଝାରସୁଗୁଡ଼ାରେ ଜଳିଲା ରାବଣ, ପାଉଁଶ ହେଲା ଅନ୍ୟାୟ-ଅଧର୍ମ

author img

By

Published : Oct 6, 2022, 7:26 AM IST

ଝାରସୁଗୁଡ଼ା: ଗତକାଲି ଥିଲା ପବିତ୍ର ବିଜୟା ଦଶମୀ । ଏହି ଅବସରରେ ଝାରସୁଗୁଡ଼ା ସରବାହାଲ ସ୍ଥିତ ଓଁ ଶ୍ରୀ ଦୁର୍ଗାପୂଜା କମିଟି ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି ରାବଣ ପୋଡ଼ି । ଦୁଇବର୍ଷର କୋଭିଡ କଟକଣା ପରେ ଦଶହରାରେ ଦୁର୍ଗାପୂଜା ମଣ୍ଡପ ଗୁଡ଼ିକରେ ମା'ଙ୍କୁ ଦର୍ଶନ ପାଇଁ ଭକ୍ତଙ୍କୁ ଅନୁମତି ମିଳିଥିବା ବେଳେ ବିଭିନ୍ନ ସ୍ଥାନରେ ରାବଣ ପୋଡ଼ିକୁ ମଧ୍ୟ ଅନୁମତି ମିଳିଛି ।

ଝାରସୁଗୁଡ଼ାରେ ଜଳିଲା ରାବଣ, ପାଉଁଶ ହେଲା ଅନ୍ୟାୟ-ଅଧର୍ମ

ଏହି ଉତ୍ସବ 47ବର୍ଷରେ ପଦାର୍ପଣ କରିଛି । ଚଳିତ ବର୍ଷ କୋରୋନା ମହାମାରୀର କୌଣସି କଟକଣା ନଥିବାରୁ ଏହି ରାବଣ ପୋଡ଼ି ମହୋତ୍ସବ ଧୁମଧାମରେ ଚାଲିଥିଲା । ଏଠାରେ ୬୦ଫୁଟର ରାବଣ ନିର୍ମାଣ କରାଯାଇଥିଲା । ଏହି ରାବଣ ପୋଡ଼ି ଉତ୍ସବରେ ମୁଖ୍ୟଅତିଥି ଭାବେ ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସ ଯୋଗଦେଇ ଅଗ୍ନି ସଂଯୋଗ କରିଥିଲେ । ସ୍ଥାନୀୟ ଜନସାଧାରଣ ବେଶ ଭିଡ଼ ଜମିଥିଲା ସେଥିପାଇଁ ପୂଜା କମିଟି ଗୁଡିକ ବିଶେଷ ଧ୍ୟାନ ଦେଇଥିଲେ ।

ଦୁଇ ବର୍ଷ ପରେ ଚଳିତ ବର୍ଷ ରାବଣ ପୋଡ଼ିରେ ଲୋକଙ୍କ ବହୁ ସମାଗମ ହୋଇଥିଲା । ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ପୋଲିସ ଫୋର୍ସ ନିୟୋଜିତ କରାଯାଇଥିଲା । ଅନ୍ୟପକ୍ଷରେ ଏହି ବିଜୟା ଦଶମୀ ଅବସରରେ ଝାରସୁଗୁଡାବାସୀ ତଥା ଓଡିଶାବାସୀଙ୍କ ଉନ୍ନତି କାମନା କରିଥିଲେ ସ୍ଵାସ୍ଥ୍ୟ ମନ୍ତ୍ରୀ ।

ଇଟିଭି ଭାରତ, ଝାରସୁଗୁଡ଼ା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.