ETV Bharat / state

ଜଗା ରଥ ପାଇଁ ‘ଜଗୁ’ ବ୍ରେକ୍; ପୁରୀରେ ପହଞ୍ଚିଲା ଝାରସୁଗୁଡାରେ ନିର୍ମିତ ବ୍ରେକ୍

author img

By

Published : Jun 15, 2023, 9:26 PM IST

2008 ମସିହାରୁ ପ୍ରାୟ 14 ବର୍ଷ ହେଲାଣି ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଅଞ୍ଚଳରେ ଥିବା ମହାନଦୀ କୋଇଲା ଖଣିର ପୂର୍ବତନ କର୍ମଚାରୀ ଜଗୁ ବେନିଆଁ ଓ ଇଂଜିନିୟର ଅଶ୍ବିନୀ ମିଶ୍ର ମିଶି ପୁରୀ ରଥ ପାଇଁ ବ୍ରେକ୍ ଓ ବ୍ରେକ୍ ରେ ବ୍ୟବହାର ହେଉଥିବା କଣ୍ଟା ତିଆରି କରି ଆସୁଛନ୍ତି l ଅଧିକ ପଢନ୍ତୁ

ରଥ ପାଇଁ ବ୍ରେକ୍
ରଥ ପାଇଁ ବ୍ରେକ୍

ରଥ ପାଇଁ ବ୍ରେକ୍

ଝାରସୁଗୁଡା: ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରାକୁ ଆଉ ମାତ୍ର ଅଳ୍ପ ଦିନ ରହିଥିବାବେଳେ ଝାରସୁଗୁଡାରେ କଣ୍ଟା ଏବଂ ବ୍ରେକ୍ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ରଥଯାତ୍ରା ପାଇଁ ପୁରୀରେ ରଥ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଥିବାବେଳେ ୩ ରଥରେ ବ୍ୟବହାର ହେଉଥିବା କଣ୍ଟା ଏବଂ ବ୍ରେକ୍ ମଧ୍ୟ ଝାରସୁଗୁଡା ବ୍ରଜରାଜନଗରରେ ନିର୍ମିତ ହୋଇସାରିଛି l ଆଜି ଝାରସୁଗୁଡା ରେଳଷ୍ଟେସନରୁ ଜଗୁ ବେନିଆଁ ଏବଂ ତାଙ୍କ ସହଯୋଗୀ ତିନି ରଥରେ ବ୍ରେକ୍ ଲଗାଇବା ପାଇଁ ପୁରୀ ଯାତ୍ରା କରିଛନ୍ତି ।

ରଥ ବ୍ରେକରେ ବ୍ୟବହାର ହେଉଥିବା ବିଭିନ୍ନ ପ୍ରକାର କଣ୍ଟା, ୱାସର ଆଦି ଝାରସୁଗୁଡା ଜିଲ୍ଲାର ବ୍ରଜରାଜନଗର ସାନଯୋବ ଗାଁର ଜଗୁ ବେନିଆଁ ଓ ସାଥି ପ୍ରସ୍ତୁତ କରିଥାନ୍ତି l ଏହି ପ୍ରସ୍ତୁତ ସାମଗ୍ରୀ ଏବଂ ନାଇଲନ ରବର ବେଲ୍ଟକୁ ସାଙ୍ଗରେ ନେଇ ରଥଯାତ୍ରାର କିଛିଦିନ ପୂର୍ବରୁ ପୁରୀ ଅଭିମୁଖେ ଯାତ୍ରା ଆରମ୍ଭ କରିଥାନ୍ତି l ବ୍ରେକ୍ ତିଆରି ପାଇଁ ଖର୍ଚ୍ଚ ହେଉଥିବା ଅର୍ଥ ଏବଂ ବ୍ରେକ୍ ଲଗାଇବା ପାଇଁ ପୁରୀକୁ ଯିବା ଆସିବା ଖର୍ଚ୍ଚ ଏମାନେ ନିଜେ ନିଜ ପକେଟରୁ ବହନ କରିଥାନ୍ତି l ଏଥିପାଇଁ ପୁରୀ ମନ୍ଦିର ପ୍ରଶାସନକୁ କିଛି ଖର୍ଚ୍ଚ ମାଗନ୍ତି ନାହିଁ l

ଜଗୁ ବେନିଆଁ ଏବଂ ଅଶ୍ୱିନୀ ମିଶ୍ର ଏବଂ ସହଯୋଗୀ ମାନେ ନିଜ ଜ୍ଞାନକୌଶଳ ବ୍ୟବହାର କରି ରଥରେ ବ୍ରେକ ଖଞ୍ଜିବା ଦ୍ବାରା ବଡ଼ଦାଣ୍ଡରେ ରଥ ଗଡ଼ିବାବେଳେ ଆବଶ୍ୟକ ସମୟରେ ରଥ ରୋକିବା ପାଇଁ ବ୍ରେକର ବ୍ୟବହାର କରାଯାଏ l ଏଥିରେ ବ୍ୟବହାର ହେଉଥିବା ନାଇଲନ ରବର ବେଲ୍ଟ ରାସ୍ତାରେ ଘର୍ଷଣ ହୋଇ ରଥର ଗତି ଠିକ ଭାବରେ ନିୟନ୍ତ୍ରିତ ରଖିଥାଏ l ତିନି ରଥର ଏହି ବ୍ରେକ ତିଆରି କରିବା ପାଇଁ ରବର ଓ ନାଇଲନ ଲେୟାର ଥିବା ବେଲ୍ଟ ଆବଶ୍ୟକ ହୋଇଥାଏ l ତିନି ରଥ ପାଇଁ ମୋଟ ୩୬ ଖଣ୍ଡ ବେଲ୍ଟ ଦରକାର ହୁଏ l

ପ୍ରତି ବେଲ୍ଟର ଲମ୍ବା ୧ ଫୁଟ, ଚଉଡା ୯ ଇଞ୍ଚ ହୋଇଥିବାବେଳେ ଏହାକୁ ୧୬ ମିଲିମିଟର ମୋଟା ରଖାଯାଏ l ଏହାସହିତ ୧୫ କେଜି ନିହାଣ କଣ୍ଟା, ୫ କେଜି ଜୁଖିଆ କଣ୍ଟା ଓ ୩ କେଜି ୱାସର ବ୍ୟବହାର ହୋଇଥାଏ । ଏହି ସାମଗ୍ରୀ ଗୁଡିକକୁ ଜଗୁ ନିଜେ ନିଜ ପୁଅ ଏବଂ ସାଥିମାନଙ୍କ ସହ ନିଜ କମାର ଶାଳରେ ପ୍ରସ୍ତୁତ କରୁଥିବାବେଳେ ମହାପ୍ରଭୁଙ୍କ ରଥରେ ଏହି ଯୋଗଦାନ ତାଙ୍କ ଏବଂ ପରିବାର ବର୍ଗଙ୍କ ପୂଣ୍ୟକର୍ମର ଫଳ ବୋଲି ଜଗୁ କହିଛନ୍ତି l

ତେବେ ଗତ 2008 ମସିହାରୁ ପ୍ରାୟ 14 ବର୍ଷ ହେଲାଣି ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଅଞ୍ଚଳରେ ଥିବା ମହାନଦୀ କୋଇଲା ଖଣିର ପୂର୍ବତନ କର୍ମଚାରୀ ଜଗୁ ବେନିଆଁ ଓ ଇଂଜିନିୟର ଅଶ୍ବିନୀ ମିଶ୍ର ମିଶି ପୁରୀ ରଥ ପାଇଁ ବ୍ରେକ୍ ଓ ବ୍ରେକ୍ ରେ ବ୍ୟବହାର ହେଉଥିବା କଣ୍ଟା ତିଆରି କରି ଆସୁଛନ୍ତି l ନିଜସ୍ୱ ଉଦ୍ୟମ ଓ ଖର୍ଚ୍ଚରେ ପ୍ରତିବର୍ଷ ଜଗୁ ଏବଂ ଅଶ୍ୱିନୀ ଏହି ବ୍ରେକ ଓ କଣ୍ଟା ତିଆରି କରି 3 ରଥରେ ଲଗାଉଛନ୍ତି l ଯାହାଫଳରେ ରଥର ଗତିକୁ ନିୟନ୍ତ୍ରଣରେ ରଖାଯାଇପାରୁଛି l

ପୂର୍ବ ସମୟରେ ରଥ ଟଣା ବେଳେ ରଥ ଗତିରେ ନିୟନ୍ତ୍ରଣ ରହୁନଥିବାରୁ ଦୁର୍ଘଟଣାର ଆଶଙ୍କା ରହୁଥିଲା l ତେଣୁ ଏହାକୁ ଦେଖି ଅଶ୍ବିନୀ ପୁରୀ ଶ୍ରୀମନ୍ଦିର ପ୍ରଶାସନ ସହିତ ଯୋଗାଯୋଗ କରିଥିଲେ । ସେ ରଥ ଉପରେ ନୂତନ ଜ୍ଞାନକୌଶଳରେ ତିଆରି ବ୍ରେକ୍ ବ୍ୟବହାର କରିବାକୁ ପ୍ରସ୍ତାବ ଦେଇଥିଲେ l ଅନୁମତି ମିଳିବା ପରେ ବ୍ରଜରାଜନଗର ସ୍ଥିତ କୋଇଲା ଖଣିର ସହକର୍ମଚାରୀ ଥିବା ଜଗୁ ବେନିଆଁ ଓ ଅନ୍ୟ ସାଥିମାନେ ମିଶି ୨୦୦୮ରୁ ତିଆରି କରିଚାଲିଛନ୍ତି ପୁରୀ ରଥ ପାଇଁ ବ୍ରେକ୍ l

ଇଟିଭି ଭାରତ, ଝାରସୁଗୁଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.