ETV Bharat / state

ପ୍ରସ୍ତାବିତ ତାପଜ ବିଦ୍ୟୁତ କେନ୍ଦ୍ରକୁ ବିରୋଧ, ଜନ ଶୁଣାଣିରେ ଯୋଗ ଦେଲେନି ପାଞ୍ଚଟି ଗ୍ରାମ - ପ୍ରସ୍ତାବିତ ତାପଜ ବିଦ୍ୟୁତ କେନ୍ଦ୍ରକୁ ବିରୋଧ

ପ୍ରସ୍ତାବିତ ତାପଜ ବିଦ୍ୟୁତ କେନ୍ଦ୍ରକୁ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସାମାଜିକ ପ୍ରଭାବ ଆକଳନ ସର୍ବେକ୍ଷଣ ବିବରଣୀ ଜନ ଶୁଣାଣି କରାଯାଇଛି । ଏହାକୁ ପାଞ୍ଚଟି ଗ୍ରାମ ବିରୋଧ କରିବା ସହ ଜନ ଶୁଣାଣିରେ ଉପସ୍ଥିତ ହେବାକୁ ମନା କରିଛନ୍ତି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡା
author img

By

Published : Oct 22, 2019, 2:47 PM IST

ଝାରସୁଗୁଡ଼ା: ଜିଲ୍ଲାରେ ହେବାକୁ ଥିବା 3200 ମେଗାୱାଟ ବିଶିଷ୍ଟ ତାପଜ ବିଦ୍ୟୁତ କେନ୍ଦ୍ର ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସାମାଜିକ ପ୍ରଭାବ ଆକଳନ ସର୍ବେକ୍ଷଣ ବିବରଣୀ ଜନ ଶୁଣାଣି କରାଯାଇଛି । ଏହି ପ୍ରକଳ୍ପକୁ ପାଞ୍ଚଟି ଗ୍ରାମ ବିରୋଧ କରିବା ସହ ଜନ ଶୁଣାଣିରେ ଉପସ୍ଥିତ ହେବାକୁ ମନା କରିଛନ୍ତି । କୌଣସି ଅପ୍ରୀତିକର ପରିସ୍ଥିତିକି ଏଡାଇବାକୁ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡା

ପ୍ରସ୍ତାବିତ ତାପଜ ବିଦ୍ୟୁତ କେନ୍ଦ୍ରକୁ ହିର୍ମା ପଞ୍ଚାୟତର କୁମ୍ଭାରୀ, ତରେଇକେଲା, ହିର୍ମା, ଲୁହୁରେନକଚ୍ଚାର ଓ ତୁମ୍ଭେକେଲା ଆଦି ପାଞ୍ଚୋଟି ଗ୍ରାମ ବିରୋଧ କରିଆସୁଛନ୍ତି । ତେଣୁ ପ୍ରଶାସନ ପକ୍ଷରୁ ବାରମ୍ବାର ଅନୁରୋଧ ସତ୍ତ୍ବେ ଜନ ଶୁଣାଣିକୁ ସେମାନେ ବର୍ଜନ କରିଛନ୍ତି ।

ଗ୍ରାମବାସୀ କହିଛନ୍ତି ବାରମ୍ବାର ପ୍ରଦୂଷଣ ଓ କମ୍ପାନୀମାନଙ୍କ ଠକାମିର ଶିକାର ହୋଇଛି ଝାରସୁଗୁଡା ଜିଲ୍ଲା । ପଞ୍ଚାୟତର ଆଖପାଖରେ ଥିବା ବିଭିନ୍ନ କାରଖାନା ଗୁଡିକ ସ୍ଥାନୀୟ ପରିବେଶକୁ ପ୍ରଦୂଷିତ କରି ସାରିଲେଣି । ତେଣୁ ଏହି ଅଞ୍ଚଳରେ ଆହୁରି କାରଖାନା ତିଆରି ହେବାକୁ ଦିଆଯିବ ନାହିଁ ବୋଲି ସ୍ଥାନୀୟ ଲୋକେ କହିଛନ୍ତି ।

NLCIL କାରଖାନା ତିଆରି କରିବା ପାଇଁ ମୋଟ 1221 ହେକ୍ଟର ଜମି ଆବଶ୍ୟକତା ଥିବାବେଳେ 178.65 ହେକ୍ଟର ସରକାରୀ ଜମି ଚିହ୍ନଟ ହୋଇଛି । ବାକି ରହିଥବା 1042 ହେକ୍ଟର ଜମି ହିର୍ମା ପଞ୍ଚାୟତର 5 ଟି ଗାଁରୁ ଜମି ଅଧିଗ୍ରହଣ କରିବା ପାଇଁ ଯୋଜନା ଚାଲିଛି । ଏହି କାରଖାନା ସ୍ଥାପିତ ହେଲେ ପଞ୍ଚାୟତର 762 ପରିବାର ବିସ୍ଥାପିତ ହେବେ।

ଝାରସୁଗୁଡ଼ାରୁ ରବିନାରାୟଣ ସାହୁ, ଇଟିଭି ଭାରତ

Intro:ଝାରସୁଗୁଡ଼ା ଜିଲ୍ଲା ରେ ହେବାକୁ ଥିବା ନେଭେଳି ଲିଗ ନାଇଟ କର୍ପୋରେସନ 3200 ମେଗାୱାଟ ବିଶିଷ୍ଟ ତାପଜ ବିଦୂତ କେନ୍ଦ୍ର କୁ ଆଜି ଜିଲ୍ଲା ପ୍ରଶାସନ ତରଫରୁ ହେବାକୁ ଥିବା ସମାଜିକ ପ୍ରଭାବ ଅକଲନ ସର୍ବେକ୍ଷଣ ବିବରଣୀ ଜନ ଶୁଣାଣି ଆଜି ଜିଲ୍ଲା ପ୍ରଶାସନ ତରଫରୁ ଆୟୋଜନ କରାଯାଇଛି । ଏହାର ସ୍ଥାନୀୟ ଗ୍ରାମବାସୀମାନେ କୁମ୍ଭାରୀ,ତରେଇକେଲା,ହିର୍ମା,ଲୁହୁରେନକଚ୍ଚାର, ଓ ତୁମ୍ଭେକେଲା ହେଲେ ଆଜି ଏହି ଜଣ ଶୁଣାଣି କୁ ହିର୍ମା ପଞ୍ଚୟତ ର ପାଞ୍ଚୋଟି ଗ୍ରାମ ଏହାକୁ ବିରୋଧ କରୁଛନ୍ତି।ତାହା ସହ ଜଣ ଶୁଣାଣି କୁ ଆସିବାକୁ ମନା କରିଦେଇଛନ୍ତି।କିଛି ଅପ୍ରତିକର ପରିସ୍ଥିତି ପାଇଁ ପୋଲିସ ଫୋର୍ସ ମୁତୟନ ରହିଛନ୍ତି। ପ୍ରଶାସନ ପକ୍ଷରୁ ବାରମ୍ବାର ଅନୁରୋଧ ସତ୍ୱେ ପଞ୍ଚୟତ ବସି ଜଣଶୁଣାଣି କୁ ବିରୋଧ କରିଛନ୍ତି l ଗ୍ରାମବାସୀ କହିଛନ୍ତି ବାରମ୍ବାର ପ୍ରଦୂଷଣ ଓ କମ୍ପାନୀ ମାନଙ୍କଠାରୁ ଠକାମି ର ଶିକାର ହେଉଛି ସମ୍ପୂର୍ଣ ଝାରସୁଗୁଡା ଜିଲ୍ଲା l ପଞ୍ଚଯାତ ଆଖପାଖରେ ଥିବା ଅନ୍ୟ କାରଖାନା ଗୁଡିକ ଏଠିକାର ଜଳବାୟୁ ପ୍ରଦୂଷିତ କରି ସାରିଲେଣି l ତେଣୁ ଏହି ଅଂଚଳ ରେ ଆହୁରି କାରଖାନା ତିଆରି ହାବକୁ ଦିୟା ଯିବ ନାହିଁ ବୋଲି ସ୍ଥାନୀୟ ଲୋକେ ବିରୋଧକରିଛନ୍ତି l NLCIL କାରଖାନା ତିଆରି କରିବା ପାଇଁ ମୋଟ 1221 ହେକଟର ଜମି ଆବଶ୍ୟକତା ଥିବା ବେଳେ 178.65 ହେକଟର ସରକାରୀ ଜମି ଚିହ୍ନଟ ହୋଇଛି l ବାକି ରହିଥବା 1042ହେକଟର ଜମି ହିର୍ମା ପଞ୍ଚଯାତ ର 5 ଟି ଗାଁ ରୁ ଜମି ଅଧିଗ୍ରହଣ କରିବା ପାଇଁ ଯୋଜନା ଚାଲିଛି l ଏହି କାରଖାନା ସ୍ଥାପିତ ହେଲେ ପଞ୍ଚଯାତ ର 762 ପରିବାର ର 2448 ଜଣ ବିସ୍ଥାପିତ ହେବେ।
Byte-- ସୁରେନ୍ଦ୍ର ସାହୁ , ହିର୍ମା ଗ୍ରାମବାସୀ
Byte--ବୋଧରମ ଗରିଆ , କୁମ୍ଭାରୀ ଗ୍ରାମବାସୀBody:।।।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.