ଝାରସୁଗୁଡା : ଓପିଜିସି ମୁଖ୍ୟ ଫାଟକ ସମ୍ମୁଖରେ ଧାରଣା । ଝାରସୁଗୁଡା ବନହରପାଲିରେ ଥିବା ଓପିଜିସିରେ ଆଶ୍ ହ୍ୟାଣ୍ଡଲିଂ ପ୍ଲାଣ୍ଟରେ ହପର ଖସି ଶ୍ରମିକଙ୍କ ଉପରେ ଗରମ ପାଉଁଶ ପଡିଯାଇଥିଲା । ଏହି ଘଟଣାରେ ସମ୍ପୃ୍କ୍ତ ଥିବା ଲୋକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି । ଆହତମାନଙ୍କୁ ଉପଯୁକ୍ତ ଚିକିତ୍ସା ସହିତ ପରିବାରକୁ ଆର୍ଥିକ ସହାୟତା ଦାବି କରି ଓପିଜିସି ମୁଖ୍ୟ ଫାଟକରେ ଧାରଣା ଦେଇଛନ୍ତି ସ୍ଥାନୀୟ ବାସିନ୍ଦା ।
ଓପିଜିସିର କର୍ତ୍ତୃପକ୍ଷ ଖୁବଶୀଘ୍ର ପଦକ୍ଷେପ ନେବାକୁ ଦାବି କରି ସମସ୍ତ ଠିକା ଶ୍ରମିକ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିଛନ୍ତି । ଆହତଙ୍କ ପରିବାର ସହ ସ୍ଥାନୀୟ ଲୋକେ ଧାରଣାରେ ବସିଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ବୁଝାସୁଝା କରୁଛି । ସୂଚନାଯୋଗ୍ୟ ଯେ ଓପିଜିସିରେ ଗରମ ପାଉଁଶ ଶ୍ରମିକଙ୍କ ଦେହରେ ପଡି ଯାଇଥିଲା । ଆହତ ସମସ୍ତଙ୍କୁ ପ୍ରଥମେ ଓପିଜିସିର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ପରେ ସେମାନଙ୍କ ମଧ୍ୟରୁ 3 ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ବରର ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଗତ 6 ତାରିଖରେ ଏହି ଅଘଟଣ ଘଟିଥିଲା ।
ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ