ETV Bharat / state

ଡ଼ିଏଭି ସ୍କୁଲର ବର୍ଦ୍ଧିତ ଫି ବଢାଉଛି ଅସନ୍ତୋଷ - school

ଥମୁନି ଡିଏଭି ସ୍କୁଲ୍‌ ଫି ବୃଦ୍ଧି ପ୍ରସଙ୍ଗ । ଯାହାକୁ ନେଇ ଅଭିଭାବକ ମହଲରେ ଦେଖିବାକୁ ମିଳିଛି ଅସନ୍ତୋଷ । ଡ଼ିଏଭି ସ୍କୁଲରେ ଏମସିଏଲ୍‌ କର୍ମଚାରୀ ପିଲାଙ୍କ ଫି ପ୍ରାୟ ୮ ଶହ ଟଙ୍କା ହୋଇଥିବା ବେଳେ ଅନ୍ୟ ପିଲାଙ୍କ ସ୍କୁଲ୍‌ ଫି ପ୍ରାୟ ତିନି ଗୁଣା ବୃଦ୍ଧି କରାଯାଇଛି ।

ଫଟୋ ସୌଜନ୍ୟ: ପ୍ରତିନିଧି ଝାରସୁଗୁଡା
author img

By

Published : Jun 27, 2019, 8:38 AM IST

ଝାରସୁଗୁଡା: ଥମୁନି ଡିଏଭି ସ୍କୁଲ୍‌ ଫି ବୃଦ୍ଧି ପ୍ରସଙ୍ଗ । ଯାହାକୁ ନେଇ ଅଭିଭାବକ ମହଲରେ ଅସନ୍ତୋଷ ଦେଖିବାକୁ ମିଳିଛି। ଝାରସୁଗୁଡା ଜିଲ୍ଲାରେ ଥିବା ବ୍ରଜରାଜନଗର ଓ ଲଖନପୁର ଖଣି ଅଞ୍ଚଳରେ ଥିବା 3ଟି ଡ଼ିଏଭି ସ୍କୁଲରେ ଏମସିଏଲ୍‌ କର୍ମଚାରୀ ପିଲାଙ୍କ ଫି ପ୍ରାୟ ୮ ଶହ ଟଙ୍କା ହୋଇଥିବା ବେଳେ ଅନ୍ୟ ପିଲାଙ୍କ ସ୍କୁଲ୍‌ ଫି ପ୍ରାୟ ତିନି ଗୁଣା ବୃଦ୍ଧି କରାଯାଇଛି । ଯାହାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ତେବେ ଡ଼ିଏଭି ସ୍କୁଲରେ ଅଣ ଏମସିଏଲ ପିଲାଙ୍କ ଫି ବୃଦ୍ଧି ପ୍ରସଙ୍ଗରେ ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି ସ୍କୁଲ କମିଟି ଏବଂ ଏମସିଏଲ ଅଧିକାରୀଙ୍କ ସହ ବୈଠକ କରିଛନ୍ତି । ଏହାସହ ସ୍କୁଲ ଫି କିପରି ହ୍ରାସ କରାଯିବ ଏବଂ ସାଧାରଣ ଓ ଏମସିଏଲ କର୍ମଚାରୀ ପିଲାଙ୍କ ସ୍କୁଲ ଫି ସମାନ ରଖାଯିବ ସେନେଇ ସେ ଆଲୋଚନା କରିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି ଝାରସୁଗୁଡା

ଅନ୍ୟପଟେ ବ୍ରଜରାଜନଗରର ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା ଫି ବୃଦ୍ଧି ବିରୋଧରେ ଏମସିଏଲ ଈବ ଭ୍ୟାଲି ଅଧୀନରେ ଥିବା ଡିଏଭି ପବ୍ଲିକ୍‌ ସ୍କୁଲର ସମ୍ମୁଖରେ ଧାରଣା ଦେଇଛନ୍ତି । ଫି ବୃଦ୍ଧିକୁ ନେଇ ଅଞ୍ଚଳରେ ଅସନ୍ତୋଷର ଦାନା ବାନ୍ଧୁ ଥିବାବେଳେ ଏ ପ୍ରସଙ୍ଗରେ ଏମସିଏଲ ଅଧିକାରୀ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଛନ୍ତି।

ଅନ୍ୟପଟେ ସ୍କୁଲ ଫି ବାବଦରେ ଆମେ ହସ୍ତକ୍ଷେପ କରିବୁ ନାହିଁ ଏମସିଏଲର ନିଷ୍ପତ୍ତି କ୍ରମେ ସ୍କୁଲ ଫି ହ୍ରାସ କରାଯିବ ବନ୍ଧବାହାଲ ସ୍ଥିତ ଡ଼ିଏଭି ପ୍ରିନ୍ସସିପାଲ ଏକେ ମିଶ୍ର କହିଛନ୍ତି । ଗୋଟିଏ ପଟେ ଏମସିଏଲର କୋଇଲା ଖଣି ପାଇଁ ସମଗ୍ର ବ୍ରଜରାଜନଗର ବାସୀ ପ୍ରଭାବିତ ହୋଇଛନ୍ତି । ବର୍ତ୍ତମାନ ସ୍କୁଲର ଶିକ୍ଷା ବ୍ୟବସ୍ଥା ଏମସିଏଲର ସାମାଜିକ ଦାୟିତ୍ବବୋଧ ବୋଲି ଅଭିଭାବକ ଦାବି କରିଛନ୍ତି । ଫି ବୃଦ୍ଧିକୁ ନେଇ ଅସନ୍ତୋଷ ଦେଖାଦେଇଥିବା ବେଳେ ଏହାକୁ ନେଇ ରାଜନୀତି ମଧ୍ୟ ଜୋର ଧରିଛି । ତେବେ ଏମସିଏଲର ଉଚ୍ଚ କର୍ତ୍ତୃପକ୍ଷ ଏହି ବିବାଦର ସମାଧାନ କେବେ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

Intro:ଗୋଟିଏ ପଟରେ ଚାଲିଛି ବିଶ୍ବ ନିଶାମୁକ୍ତି ସମ୍ପର୍କରେ ସଚେତନତା, ଅନ୍ୟ ପକ୍ଷର ଦୃଶ୍ୟ ବୟାନ କରୁଛି ବୌଦ୍ଧ ଜିଲ୍ଲାରେ ଥିବା ନିଶାମୁକ୍ତି ର ବାସ୍ତବ ଚିତ୍ର ।ଆଜି ଦିନ ତମାମ ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା ବୌଦ୍ଧ ରେ । ଏନେଇ କାହାକୁ ଗୁହାରୀ କରିବେ ସାଧାରଣ ଲୋକ ଓ ଶୁଣିବ କିଏ ? ଏଭଳି କିଛି ଅସମାହିତ ପ୍ରଶ୍ନ ର ଦୋଛକିରେ ବୌଦ୍ଧ ଜିଲ୍ଲାର ସାଧାରଣ ଲୋକ ।

Body:ଆଜି ଥିଲା ବିଶ୍ବ ନିଶାମୁକ୍ତି ଦିବସ। ଆଉ ଠିକ ଏହି ଦିବସରେ ହିଁ ଦେଖନ୍ତୁ ଏହି ଅଭାବନୀୟ ଦୃଶ୍ୟ କୁ । ସକାଳ ପ୍ରାୟ ୧୦ ଟାରୁ ପଦ୍ମନପୁର ପଞ୍ଚାୟତ ଅନ୍ତର୍ଗତ ଦାମୋଦର ପୁର ଗ୍ରାମ ର ନ ଗୋଟି ସ୍ବୟଂ ସହାୟକ ଗୋଷ୍ଠୀ ର ଶତାଧିକ ମହିଳା ନିଜ ଗାଁ ରେ ବେଆଇନ ଭାବେ ଦେଶୀ ଓ ବିଦେଶୀ ମଦ ବିକ୍ରି ଅଭିଯୋଗ ନେଇ ଦିନ ତମାମ ବୌଦ୍ଧ ଥାନାରେ ମଦ ବନ୍ଦ କରିବାକୁ ଅଡି ବସିଥିଲେ । ଏସବୁ ବେନିୟମ କାରବାର ଅବକାରୀ ବିଭାଗ କିଭଳି ସୂରାଖ ପାଉନାହିଁ ନା ବିଭାଗର କର୍ମଚାରୀଙ୍କ ଅପାରଗତା ତଥା ଜ୍ଞାତସାରରେ ହେଉଛି ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବୌଦ୍ଧ ଥାନା ଅଧିକାରୀ ଙ୍କ ତୁରନ୍ତ ହସ୍ତକ୍ଷେପ ଫଳରେ ମହିଳା ଅଭିଯୋଗ କରିଥିବା ଦୁଇ ଅଭିଯୁକ୍ତ ଙ୍କୁ ଥାନାକୁ ଆଣି ସମସ୍ୟାର ଆଶୁ ସମାଧାନ କରିଥିଲେ । କିନ୍ତୁ ଏବେ ଏଠାରେ ଅବକାରୀ ବିଭାଗର କର୍ମଚାରୀଙ୍କ କାର୍ଯ୍ୟକାରୀ ଉପରେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Conclusion:ବାଇଟ-୧-ଅମ୍ବିକା ଷାଣ୍ଢ, ମଦ ବିରୋଧୀ ମହିଳା
ବାଇଟ-୨-କୁନୀ ସେଠୀ, ମହିଳା ସ୍ବୟଂ ସହାୟକ ଗୋଷ୍ଠୀ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.