ETV Bharat / state

Panchayat Poll: ଗାଁ ମୁହାଁ ନେତା, ଜମୁଛି ପ୍ରଚାର - ଝାରସୁଗୁଡା ନିର୍ବାଚନ ଅପଡେଟ

ଝାରସୁଗୁଡା ଜିଲ୍ଲାରେ ଏବେ ଜିଲ୍ଲା ପରିଷଦ ଆସନ ପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରଚାର ଆରମ୍ଭ ହୋଇଯାଇଥିବା ବେଳ ସମିତି ସଭ୍ୟ, ସରପଞ୍ଚ ଓ ଓ୍ବାର୍ଡ ମେମ୍ବର ପ୍ରାର୍ଥୀମାନେ ମଧ୍ୟ ପ୍ରଚାର ଆରମ୍ଭ କରି ଦେଇଛନ୍ତି । ଅଧିକ ପଢନ୍ତୁ

Panchayat Poll: ଗାଁ ମୁହାଁ ନେତା
Panchayat Poll: ଗାଁ ମୁହାଁ ନେତା
author img

By

Published : Feb 2, 2022, 7:45 PM IST

ଝାରସୁଗୁଡା: ଆଉ କିଛି ଦିନ ପରେ ହେବାକୁ ଥିବା ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନର ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପରେ ଏବେ ଗାଁ ଗାଁର ଚାଲିଛି ଭୋଟ ପ୍ରଚାର । ଝାରସୁଗୁଡା ଜିଲ୍ଲାରେ ଏବେ ଜିଲ୍ଲା ପରିଷଦ ଆସନ ପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରଚାର ଆରମ୍ଭ ହୋଇଯାଇଥିବା ବେଳେ ସମିତି ସଭ୍ୟ, ସରପଞ୍ଚ ଓ ଓ୍ବାର୍ଡ ମେମ୍ବର ପ୍ରାର୍ଥୀମାନେ ମଧ୍ୟ ପ୍ରଚାର ଆରମ୍ଭ କରି ଦେଇଛନ୍ତି । ଚଳିତ ନିର୍ବାଚନ କରୋନା କଟକଣା ଭିତରେ ହେଉଥିବା ବେଳେ ଏହାକୁ ମାନି ପ୍ରାର୍ଥୀମାନେ ମଧ୍ୟ ସିମିତ ସଂଖ୍ୟକ ସମର୍ଥକଙ୍କ ସହିତ ଗାଁ ଗାଁରେ ଭୋଟ ଭିକ୍ଷା କରୁଥିବା ଦେଖାଯାଇଛି ।

Panchayat Poll: ଗାଁ ମୁହାଁ ନେତା

ଜିଲ୍ଲାରେ ନିର୍ବାଚନ ପ୍ରଚାର ଆରମ୍ଭ ହୋଇଥିବା ବେଳେ ଝାରସୁଗୁଡା ବ୍ଲକ ଜୋନ-୨ର ବିଜେଡ଼ି ଜିଲ୍ଲା ପରିଷଦ ପ୍ରାର୍ଥୀ ଦିଗାମ୍ବର ଭୋଇ ଦଲକି ପଞ୍ଚାୟତରେ ବୁଲି ଡୋର ଟୁ ଡୋର କ୍ୟାମ୍ପେନ୍‌ କରିଛନ୍ତି । ଲୋକଙ୍କ ଘରକୁ ଯାଇ ସେମାନଙ୍କୁ ଉନ୍ନତି ଏବଂ ବିକାଶର ପ୍ରତିଶୃତି ଦେବାସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟ ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟକୁ ଆଖି ଆଗରେ ରଖି ତାଙ୍କୁ ସମର୍ଥନ ଜଣାଇବା ପାଇଁ ଲୋକଙ୍କୁ ଅନୁରୋଧ କରିଛନ୍ତି । କୋଭିଡ କଟକଣା ଯୋଗୁଁ ଚଳିତ ନିର୍ବାଚନରେ ବାଜା ଓ ସାଉଣ୍ଡ ସିଷ୍ଟମକୁ ବାରଣ କରାଯାଇଥିବାରୁ ଦିଗାମ୍ବର ନିଜର ସମର୍ଥକଙ୍କ ସହ ଘରେ ଘରେ ବୁଲି ପ୍ରଚାର କରୁଛନ୍ତି । ସେପଟେ ଝାରସୁଗୁଡା ବ୍ଲକ ଜୋନ-2ର ବିଜେପି ପକ୍ଷରୁ ପ୍ରାର୍ଥୀ ହୋଇଥିବା ହେମରଞ୍ଜନ ସିଂ ମଧ୍ୟ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି । ସେ ନିଜର ସମର୍ଥକଙ୍କ ସହ ପରାମ୍ପରିକ କୃଷ୍ଣଗୁରୁ ଲୋକ ନୃତ୍ୟ ଦ୍ୱାରା ଗାଁଗାଁରେ ବୁଲି ପ୍ରଚାର କରୁଛନ୍ତି ।

ଲୋକ ନୃତ୍ୟ ମାଧ୍ୟ୍ୟମରେ ଗୀତଗାଇ ନୃତ୍ୟ କରି ଲୋକଙ୍କୁ ଭୋଟ ମାଗିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକାଭିମୁଖୀ କାର୍ଯ୍ୟକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ପାଇଁ ଲୋକଙ୍କୁ ପ୍ରତିଶୃତି ଦେଉଛନ୍ତି । ତେବେ ଚଳିତ ନିର୍ବାଚନରେ ଉଚିତ ପ୍ରାର୍ଥୀ ଓ ଅଞ୍ଚଳର ବିକାଶ କାମ ଯିଏ କରିବ ତାକୁ ଭୋଟ ଦେବୁ ବୋଲି ସାଧାରଣ ଲୋକେ ପ୍ରକାଶ କରିଛନ୍ତି l

ଝାରସୁଗୁଡ଼ାରୁ ଗୁରୁଚରଣ ବାଘ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.