ଝାରସୁଗୁଡା: ପୁଣି କିଛିଦିନ ବ୍ୟବଧାନରେ ଝାରସୁଗୁ଼ଡାରେ ଫେରିଲା କୋରୋନା । ସପରିବାର ଗତ 16 ତାରିଖରେ ଆଗ୍ରାରୁ ଫେରି ସଙ୍ଗରୋଧରେ ଥିଲେ । ହେଲେ ଏହି ପରିବାରର ଜଣେ 5 ବର୍ଷୀୟ ଶିଶୁ କୋରୋନା ପଜିଟିଭ ଥିବା ଜଣାପଡିଛି ।

ଝାରସୁଗୁଡା ସହର ସ୍ଥିତ ମଙ୍ଗଳବଜାର ଅଞ୍ଚଳରେ ସେମାନଙ୍କ ଘର । ପାଞ୍ଚ ବର୍ଷୀୟ ଶିଶୁ କୋରୋନା ପଜିଟିଭ ନେଇ ସୂଚନା ଦେଇଛନ୍ତି ଝାରସୁଗୁଡ଼ା ଜିଲ୍ଲାପାଳ । ତେବେ ଏହି କୋରୋନାକୁ ନେଇ ଜିଲ୍ଲାବାସୀ ଚିନ୍ତାରେ ଅଛନ୍ତି । କୋରୋନା ପଜିଟିଭିକୁ ନେଇ ଜିଲ୍ଳାବାସୀ ଭୟଭୀତ ନହେବା ପାଇଁ ସୂଚନା ଦେଇଛନ୍ତି ଜିଲ୍ଲାପାଳ ।
ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ