ଝାରସୁଗୁଡ଼ା: ଆଜି ହେଉଛି 'ବିଶ୍ୱ ହୃଦୟ ଦିବସ'( World Heart Day )। କଥାରେ ଅଛି, "ଯଦି ହୃଦୟ ଖୁସି ରୁହେ ତେବେ ସମସ୍ତେ ଖୁସି ହୁଅନ୍ତି ।" ଏହାକୁ ଧ୍ୟାନରେ ରଖି ପ୍ରତିବର୍ଷ ସେପ୍ଟେମ୍ବର 29ରେ ସମଗ୍ର ବିଶ୍ୱରେ 'ବିଶ୍ୱ ହୃଦୟ ଦିବସ' ପାଳନ କରାଯାଏ । "ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ" ନିଜ ରିପୋର୍ଟରେ ଏହା ସ୍ପଷ୍ଟ କରିସାରିଛି ଯେ ହୃଦଘାତରେ ମୃତ୍ୟୁବରଣ କରୁଥିବା ଲୋକଙ୍କ ସଂଖ୍ୟା ସମଗ୍ର ବିଶ୍ୱରେ ସର୍ବାଧିକ। ତେବେ ଏହାକୁ ଦୃଷ୍ଟିରେ ରଖି ଲୋକମାନଙ୍କୁ ସଚେତନତା କରିବା ଉଦ୍ଦେଶ୍ୟରେ ଝାରସୁଗୁଡ଼ା ସହରରେ ବିଶ୍ଵ ହୃଦୟ ଦିବସକୁ ନେଇ ଏକ Walkathon ଅନୁଷ୍ଠିତ ହୋଇଯାଇଛି।
ତେବେ ଲୋକମାନଙ୍କର ଜୀବନଶୈଳୀ ଏବଂ ଖରାପ ଖାଇବା ଅଭ୍ୟାସ ଯୋଗୁଁ ହୃଦଘାତର ସମ୍ମୁଖୀନ ହୋଇଥାନ୍ତି। 'ବିଶ୍ୱ ହୃଦୟ ଦିବସ' ଅବସରରେ ଲୋକମାନଙ୍କୁ ଏହି ରୋଗ ପ୍ରତି ସଚାତନତା କରିବା ପାଇଁ ଆଜି ଝାରସୁଗୁଡ଼ା ସହରରେ ଏକ Walkathon ଆୟୋଜନ କରାଯାଇଥିଲା। ତେବେ ସକାଳ 8 ଟାରେ ଝାରସୁଗୁଡା ରେଳ ଷ୍ଟେସନ ଠାରୁ ମନମୋହନ ସ୍କୁଲ ପର୍ଯ୍ୟନ୍ତ ଏକ ଶୋଭାଯାତ୍ରା କରାଯାଇଥିଲା। ଏହି ଶୋଭାଯାତ୍ରାରେ ଝାରସୁଗୁଡ଼ା ASP ଲମ୍ବୋଧର ବୁଡ଼ା, ବିଜେପି ରାଜ୍ୟ ସମ୍ପାଦକ ଟଙ୍କଧର ତ୍ରିପାଠୀ, ବିକାଶ ଗ୍ରୁପର ଅଧ୍ୟକ୍ଷ ଡ଼ି.ମୁରୁଲି କ୍ରିଷ୍ଣା, ଯଜ୍ଞସିନୀ ହସ୍ପିଟାଲର ନିର୍ଦେଶକ Dr S.J. Patel, ସମାଜସେବୀ ପବନ ସୁଲତାନିଆ ପ୍ରମୁଖ ଯୋଗଦେଇଥିଲେ।
ଏହା ମଧ୍ୟ ପଢ଼ନ୍ତୁ...World Heart Day 2023: ଏହି ରୋଗରେ ଆକ୍ରାନ୍ତ ବ୍ୟକ୍ତି ହୋଇଯାଆନ୍ତୁ ସାବଧାନ ! ହୋଇପାରେ ହୃଦରୋଗ
ତେବେ ଏହି ଅବସରରେ ଝାରସୁଗୁଡ଼ାର ମୁରଲୀ କ୍ରିଷ୍ଣା ଫାଉଣ୍ଡେସନ ତରଫରୁ ଏକ ମାଗଣା ସ୍ବାସ୍ଥ୍ୟ ଶିବିର ଆୟୋଜନ କରାଯାଇଥିଲା । ସେଠାରେ ହୃଦରୋଗ ବିଶେଷଜ୍ଞଙ୍କ ଉପସ୍ଥିତରେ ମାଗଣାରେ ହାର୍ଟ ରୋଗର ଚିକିତ୍ସା ସହିତ ପରୀକ୍ଷା ମଧ୍ୟ କରାଯାଇଥିଲା ।
'ବିଶ୍ୱ ହୃଦୟ ଦିବସ' ପାଳନ କରିବାର କାରଣ କ’ଣ? : ବାସ୍ତବରେ, ଆମେ ଆମର ହୃଦୟ ବିଷୟରେ ସମ୍ପୂର୍ଣ୍ଣ ଚିନ୍ତିତ । ହାର୍ଟ ଶରୀରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଂଶ । ଏହା ଶରୀରରେ ପମ୍ପ ସିଷ୍ଟମ ପରି କାମ କରେ । ଯଦି ହୃଦୟରେ କୌଣସି ବ୍ୟାଘାତ ହୁଏ କିମ୍ବା ଏଥିରେ ରକ୍ତ ସଞ୍ଚାଳନ ନହୁଏ, ତେବେ ବ୍ୟକ୍ତି ହୃଦଘାତ ଶିକାର ହୁଅନ୍ତି । କେବଳ ଏତିକି ନୁହେଁ, ମୃତ୍ୟୁ ମୁଖରେ ପଡ଼ିବାର ଆଶଙ୍କା ମଧ୍ୟ ରହିଥାଏ । ପ୍ରତିବର୍ଷ ହୃଦଘାତ ଷ୍ଟ୍ରୋକ୍ ଯୋଗୁଁ 20.5 ନିୟୁତରୁ ଅଧିକ ଲୋକ ମୃତ୍ୟୁ ବରଣ କରିଥାନ୍ତି। 'ୱାର୍ଲ୍ଡ ହାର୍ଟ ଫେଡେରେସନ୍' ଅନୁଯାୟୀ ଯଦି ହୃଦୟରେ ସାମାନ୍ୟ ବ୍ୟାଘାତ ହୁଏ କିମ୍ବା ଏହାର ରକ୍ତ ସଞ୍ଚାଳନ ନହୁଏ, ତେବେ ହୃଦଘାତ, ଷ୍ଟ୍ରୋକ୍ ଏବଂ ହୃଦଘାତ ହେବାର ସମ୍ଭାବନା ବଢ଼ିଥାଏ। ସାରା ବିଶ୍ୱରେ 'ବିଶ୍ୱ ହୃଦୟ ଦିବସ' ପାଳନ କରିବାର କାରଣ ହେଉଛି ଲୋକମାନଙ୍କୁ ଏହା ସମ୍ବନ୍ଧୀୟ ରୋଗ ଏବଂ ହୃଦୟର ମହତ୍ତ୍ୱ ବିଷୟରେ ଅବଗତ କରାଇବା ।
ଇଟିଭି ଭାରତ, ଝାରସୁଗୁଡ଼ା