ETV Bharat / state

ନୂଆଡିହିସ୍ଥିତ ଟୋଲ ଗେଟ ସମ୍ମୁଖରେ ସ୍ଥାନୀୟ ଲୋକଙ୍କ ଧାରଣା - ୪ ଦଫା ଦାବି ନେଇ ଟୋଲ ଗେଟ ସମ୍ମୁଖରେ ସ୍ଥାନୀୟ ଲୋକଙ୍କ ଧାରଣା

ଟୋଲ ଗେଟର ଉଚ୍ଛେଦ ଦାବି ସହ ୪ ଦଫା ଦାବିରେ ନୂଆଡିହିସ୍ଥିତ ଟୋଲ ଗେଟ ସମ୍ମୁଖରେ ସ୍ଥାନୀୟ ଲୋକଙ୍କ ଧାରଣା । ଅଧିକ ପଢନ୍ତୁ

୪ ଦଫା ଦାବି ନେଇ  ନୁଆଡିହିସ୍ଥିତ ଟୋଲ ଗେଟ ସମ୍ମୁଖରେ ସ୍ଥାନୀୟ ଲୋକଙ୍କ ଧାରଣା

author img

By

Published : Mar 3, 2022, 4:24 PM IST

ଝାରସୁଗୁଡା: ଟୋଲ ଗେଟର ଉଚ୍ଛେଦ ଦାବିରେ ନୂଆଡିହିସ୍ଥିତ ଟୋଲ ଗେଟ ସମ୍ମୁଖରେ ସ୍ଥାନୀୟ ଲୋକଙ୍କ ଧାରଣା । ୪ ଦଫା ଦାବି ନେଇ ସକାଳ ୧୦ଟାରୁ ସନ୍ଧ୍ୟା 5ଟା ପର୍ଯ୍ୟନ୍ତ ଧାରଣା ଦେବା ନେଇ କହିଛନ୍ତି ସ୍ଥାନିୟ ବାସିନ୍ଦା ।

ସୂଚନାଅନୁସାରେ, ୨୦୧୯ ମସିହା ସେପ୍ଟେମ୍ବର ୨୪ତାରିଖରୁ ଟୋଲ ଗେଟକୁ ୨ ବର୍ଷ ପାଇଁ ଅସ୍ଥାୟୀ ଭାବରେ ନୂଆଡିହିରେ କାର୍ଯ୍ୟକ୍ଷମ କରାଯାଇଥିଲା । ଏହାର ସମୟ ସୀମା ଶେଷ ହୋଇଥିଲେ ମଧ୍ୟ ଟୋଲ ଗେଟକୁ ଉଚ୍ଛେଦ କରାଯାଇ ନାହିଁ । ତେଣୁ ଏହି ଟୋଲ ଗେଟର ଉଚ୍ଛେଦ ଦାବିରେ ସ୍ଥାନୀୟ ଲୋକେ ଧାରଣା ଦେଇଛନ୍ତି ।

୪ ଦଫା ଦାବି ନେଇ ନୁଆଡିହିସ୍ଥିତ ଟୋଲ ଗେଟ ସମ୍ମୁଖରେ ସ୍ଥାନୀୟ ଲୋକଙ୍କ ଧାରଣା

ନୂଆଡିହିସ୍ଥିତ ଟୋଲ ଗେଟର ସମ୍ପୂର୍ଣ୍ଣ ଉଚ୍ଛେଦ, ଦ୍ୱିତୀୟ ଇବ ସେତୁ ନିର୍ମାଣ, ପ୍ରଶନ୍ନ ପଣ୍ଡା ଛକରୁ କନକତୋରା ଯାଏଁ ୪ ଲେନ ରାସ୍ତାର ନିର୍ମାଣ । ପୁରାତନ ଇବ ସେତୁର ମରାମତି ଓ ଆଲୋକୀରରଣର ବ୍ୟବସ୍ଥା ଏହି ୪ ଦଫା ଦାବି ନେଇ ଧାରଣା ଦେଇଛନ୍ତି ସ୍ଥାନୀୟ ଲୋକେ ।

ଯଦି ଦାବି ଏନଏଚଏଆଇ ପକ୍ଷରୁ ପୂରଣ କରାନଯାଏ ତେବେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚେତାବନୀ ଦେଇଛନ୍ତି ସ୍ଥାନୀୟ ଲୋକେ । ଅନ୍ୟପଟେ ଏନଏଚଏଆଇ ଏବଂ ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନେ ଆସି ଲୋକଙ୍କସହ ଆଲୋଚନା କରିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଧାରଣା ଜାରି ରହିଛି ।

ଝାରସୁଗୁଡ଼ାରୁ ଗୁରୁଚରଣ ବାଘ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.