ETV Bharat / state

ମନୋଜ ମିଶ୍ର ବ୍ୟାନ୍ ଘଟଣା: ନଭେମ୍ବର ୧୮ରେ ଝାରସୁଗୁଡା ମହାବନ୍ଦ ଡ଼ାକରା

author img

By ETV Bharat Odisha Team

Published : Nov 15, 2023, 3:18 PM IST

Manoj Mishra Controversy: ପଶ୍ଚିମ ଓଡ଼ିଶାରେ ତେଜିବାରେ ଲାଗିଛି ମନୋଜ ମିଶ୍ର ବ୍ୟାନ ଘଟଣା । ଆସନ୍ତା ୧୮ ତାରିଖରେ ମହାବନ୍ଦ ଡ଼ାକରା ଦେଇଛି କୋଶଲ ରାଜ୍ୟ ମିଳିତ କ୍ରିୟାଅନୁଷ୍ଠାନ କମିଟି । ଅଧିକ ପଢନ୍ତୁ

ମନୋଜ ମିଶ୍ର ବ୍ୟାନ୍ ଘଟଣା: ନଭେମ୍ବର ୧୮ରେ ଝାରସୁଗୁଡା ମହାବନ୍ଦ ଡ଼ାକରାt
ମନୋଜ ମିଶ୍ର ବ୍ୟାନ୍ ଘଟଣା: ନଭେମ୍ବର ୧୮ରେ ଝାରସୁଗୁଡା ମହାବନ୍ଦ ଡ଼ାକରା

ମନୋଜ ମିଶ୍ର ବ୍ୟାନ୍ ଘଟଣା: ନଭେମ୍ବର ୧୮ରେ ଝାରସୁଗୁଡା ମହାବନ୍ଦ ଡ଼ାକରା

ଝାରସୁଗୁଡା: ଦିନକୁ ଦିନ ତେଜିବାରେ ଲାଗିଛି ଓଲିଉଡ୍‌ ଏବଂ ମନୋଜ ମିଶ୍ର ବିବାଦ ଘଟଣା । ଗୋଟିଏ ପଟେ ବିବାଦକୁ ନେଇ ନେତା, ଅଭିନେତା ଓ ସଂଗଠନମାନେ ମୁହାଁମୁହିଁ ହେଉଥିବା ବେଳେ ଏହି ସମୟରେ କୋଶଳ ରାଜ୍ୟ ମିଳିତ କ୍ରିୟାନୁଷ୍ଠାନ କମିଟି ଆସନ୍ତା ୧୮ ତାରିଖ ଦିନ ଝାରସୁଗୁଡ଼ାରେ କୋଶଳ ମହାବନ୍ଦ ଡାକରା ଦେଇଛି । ଏନେଇ କୋଶଳ ରାଜ୍ୟ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସୂଚନା ଦିଆଯାଇଛି ।

ସହର ସ୍ଥିତ ବେହେରାମାଲ ଠାରେ ଥିବା କୋଶଲ ସେନା କାର୍ଯ୍ୟାଳୟଠାରେ ମହାବନ୍ଦକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ହୋଇଥିଲା । ଏଥିରେ ଆସନ୍ତା ୧୮ ତାରିଖ ଦିନ କୋଶଲ ସେନା ପକ୍ଷରୁ ଝାରସୁଗୁଡା ଜିଲ୍ଲାରେ ମହାବନ୍ଦ କରାଯିବା ନେଇ ସୂଚନା ଦିଆଯାଇଛି । ୧୮ ତାରିଖରେ ଝାରସୁଗୁଡା ଜିଲ୍ଲାରେ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିବ । ସରକାରୀ ଓ ଘରୋଇ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ, ଦୋକାନ ବଜାର ମଧ୍ୟ ବନ୍ଦ ରହିବ । କେବଳ ଜରୁରୀ ସେବାକୁ ବନ୍ଦ ଡାକରାରୁ ବାଦ ଦିଆଯିବ । ଏଥିସହ ସ୍ବତନ୍ତ୍ର କୋଶଲ ରାଜ୍ୟ ଗଠନ ନେଇ ଆନ୍ଦୋଳନକୁ ବ୍ୟାପକ କରିବାକୁ ବନ୍ଦ ଡାକରା ଦିଆଯାଇଛି ବୋଲି କମିଟି ସ୍ପଷ୍ଟ କରିଛି ।

କେବଳ ଜରୁରୀକାଳୀନ ସେବାକୁ ଛାଡ଼ି ସମସ୍ତ ଚଳାଚଳକୁ ବିରୋଧ କରାଯିବାର ସୂଚନା ଦେଇଛନ୍ତି ଝାରସୁଗୁଡ଼ା କୋଶଳ ସେନା । ଦୀର୍ଘଦିନ ଧରି ପୂର୍ବ ଓଡ଼ିଶାର ଏକତରଫା ମନୋବୃତ୍ତିକୁ ନେଇ ଓ ପଶ୍ଚିମ ଓଡ଼ିଶାବାସୀଙ୍କୁ ଅଣଦେଖା କରୁଥିବା ଅଭିଯୋଗ ଆଣି ଆସନ୍ତା ୧୮ ତାରିଖରେ ମହାବନ୍ଦର ଡାକରା ଦେଇଛନ୍ତି କୋଶଳ ସେନା । କିଛିଦିନ ତଳେ ପଶ୍ଚିମ ଓଡ଼ିଶାର ଜଣେ ପ୍ରସିଦ୍ଧ କଳାକାର ଓ ପ୍ରଯୋଜକ ମନୋଜ ମିଶ୍ରଙ୍କ ସିନେମାକୁ ପୂର୍ବ ଓଡ଼ିଶାରେ ହୋଇଥିବା ନିଷିଦ୍ଧକୁ ବିରୋଧ କରି ଓଡ଼ିଆ ଭାଷୀ ଚଳଚ୍ଚିତ୍ର ପଶ୍ଚିମ ଓଡ଼ିଶାରେ କୋଶଳ ସେନା ପକ୍ଷରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ନିଷିଦ୍ଧ କରିଛନ୍ତି । ଏଥିସହ ସ୍ବତନ୍ତ୍ର କୋଶଳ ରାଜ୍ୟ ଦାବି ମଧ୍ୟ ଜୋର ଧରିଛି । ତେବେ ଓଲିଉଡ୍‌ ରାଜନୀତି ଉପରେ ଏହି ମହାବନ୍ଦ ଡାକରା କି ପ୍ରଭାବ ପକାଇବ, ତାହା ଦେଖିବାକୁ ବାକି ରହିଲା ।

ଏହା ମଧ୍ୟ ପଢନ୍ତୁ: ନଭେମ୍ବର 15ରେ ପଶ୍ଚିମ ଓଡ଼ିଶା ବନ୍ଦ ଡାକରା

ସୂଚନା ଥାଉ କି, ଗତ ୨୦ ତାରିଖରେ ଅଭିନେତା ଅରନ୍ଦିମ ରୟଙ୍କ ଓଡ଼ିଆ ଫିଲ୍ମ 'ରାମ'କୁ ସମ୍ବଲପୁରରେ ଚଳାଇ ନଦେବା ପାଇଁ ମନୋଜ ମିଶ୍ର ଷଡଯନ୍ତ୍ର କରିଥିବା ଅଭିଯୋଗ ହୋଇଥିଲା । ସମ୍ବଲପୁରର ଏକ ସିନେମା ହଲରେ ୩ ଜଣ ବ୍ୟକ୍ତି 'ରାମ'କୁ ବିରୋଧ କରିବାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ମଧ୍ୟ ହୋଇଥିଲା । ଏହାପରେ ଅଭିନେତା ଅରିନ୍ଦମ ପ୍ରଡ୍ୟୁସର ସଂଘକୁ ଏନେଇ ଅବଗତ କରାଇଥିଲେ । ତଥ୍ୟ ପ୍ରମାଣ ମିଳିବାରୁ ମନୋଜ ମିଶ୍ରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ସଂଘ । ଏହାସହ ୨ ବର୍ଷ କୌଣସି ଫିଲ୍ମରେ ଅଭିନୟ ପାଇଁ ନିଆଯିବନି ବା ବ୍ୟାନ କରାଯିବ ବୋଲି ନିଷ୍ପତ୍ତି ନେଇଥିଲା । ଯାହାକୁ ନେଇ ପଶ୍ଚିମ ଓଡ଼ିଶାରେ ବିରୋଧ ତେଜିଥିବାବେଳେ ମନୋଜଙ୍କୁ ସମର୍ଥନ କରିଛନ୍ତି ଅନେକ ନେତା । ଏହାପରେ ଇଣ୍ଡଷ୍ଟ୍ରିରେ ରାଜନୀତି ନେଇ ଅନେକ କଳାକାର ଅସନ୍ତୋଷ ପ୍ରକାଶ କରିଥିଲେ ।

ଇଟିଭି ଭାରତ, ଝାରସୁଗୁଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.