ଝାରସୁଗୁଡ଼ା: ଜିଲ୍ଲା ଲଖନପୁର ଗ୍ରାମର ଜଗନ୍ନାଥ ମନ୍ଦିରପଡ଼ାରେ 2016 ମସିହାରୁ ଏମସିଏଲ ସିଏସଆର ( MCL -CSR) ପାଣ୍ଠିରୁ ଲକ୍ଷାଧିକ ଟଙ୍କା ବ୍ୟୟ ଅଟକଳରେ ହାଇ-ମାଷ୍ଟ ଲାଇଟ ସ୍ଥାପନ କରାଯାଇଥିଲା । ମାତ୍ର ଏହି ହାଇ-ମାଷ୍ଟ ଲାଇଟରେ ବିଦ୍ୟୁତ ସଂଯୋଗ ନହେବାରୁ ତାହା ସେହିପରି ଅଚଳ ଅବସ୍ଥାରେ ରହିଛି । ଯାହାକୁ ନେଇ ସ୍ଥାନୀୟ ଯୁବକ ଅଭିନବ ଉପାୟରେ ପ୍ରତିବାଦ କରିଛନ୍ତି । କିଛି ସ୍ଥାନୀୟ ଯୁବକ ମିଶି ଓଏଲ୍ଏକ୍ସରେ ବିକ୍ରି କରିବାକୁ ବିଜ୍ଞାପନ ଦେଇଛନ୍ତି ।
ଦୀର୍ଘ ଚାରି ବର୍ଷ ପରେ ହେଲା ଝାରସୁଗୁଡା ଲଖନପୁର ଗ୍ରାମରେ ହାଇ-ମାଷ୍ଟ ଲାଇଟ ସ୍ଥାପନ କରାଯାଇଛି । ହେଲେ ଏଥିରେ ବିଦ୍ୟୁତ ସଂଯୋଗ ନହେବାରୁ ଏହା କାର୍ଯ୍ୟକ୍ଷମ ହୋଇ ପାରୁନାହିଁ । ବାରମ୍ବାର ଅଭିଯୋଗ କରୁଥିବା ସତ୍ତ୍ବେ ଏଥିରେ ବିଦ୍ୟୁତ ସଂଯୋଗ କରା ନଯିବାରୁ ସ୍ଥାନୀୟ କେତେକ ଯୁବକ ଏଥିପାଇଁ ଅଭିନବ ଉପାୟରେ ପ୍ରତିବାଦ କରିଛନ୍ତି ।
ସ୍ଥାନୀୟ ଯୁବକ ମାନେ ମିଶି ଏହି ଲାଇଟକୁ ଓଏଲଏକ୍ସରେ ମାତ୍ର ୯୯୯ ଟଙ୍କାରେ ବିକ୍ରି କରିବାକୁ ବିଜ୍ଞାପନ ଦେଇଛନ୍ତି । ଯାହା ଏବେ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି । ବାରମ୍ବର ଅଭିଯୋଗ ପରେ ମଧ୍ୟ ଏମସିଏଲ କି ବିଦ୍ୟୁତ ବିଭାଗ ଏହି ଲାଇଟକୁ କାର୍ଯ୍ୟକ୍ଷମ କରିବା ଦିଗରେ କୌଣସି ପଦକ୍ଷେପ ନେଉନାହାଁନ୍ତି । ଯାହା ଫଳରେ ଏହା ଗ୍ରାମବାସୀଙ୍କ ପାଇଁ ଏକ ଅଦରକାରୀ ସାମଗ୍ରୀ ସଦୃଶ୍ୟ । ଏହା ଗ୍ରାମପାଇଁ ଅଦରକାରୀ ହୋଇ ପଡିରହିଛି ।
ତେଣୁ ଆଧୁନିକ ଶୈଳୀରେ ଅନଲାଇନ ମାଧ୍ୟମରେ ପ୍ରତିବାଦ ଦର୍ଶାଇବା ପାଇଁ ସ୍ଥାନୀୟ ଯୁବକମାନେ ଏହାକୁ ଓଏଲଏକ୍ସରେ ବିକ୍ରି ପାଇଁ ବିଜ୍ଞାପନ ଦେଇଛନ୍ତି । ଏହାସହ ସରକାରୀ ସମ୍ପତ୍ତିକୁ ବିକ୍ରି କରିବା ତାଙ୍କର କୌଣସି ଉଦ୍ୟଶ ନାହିଁ ଏହା କେବଳ ଏକ ପ୍ରତିବାଦ ବୋଲି କହିଛନ୍ତି ସେମାନେ କହିଛନ୍ତି ।
ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ