ETV Bharat / state

CBSE ଦ୍ଵାଦଶ ପରୀକ୍ଷା: ଝାରସୁଗୁଡା DAVକୁ ଉଲ୍ଲେଖନୀୟ ସଫଳତା - ଝାରସୁଗୁଡା DAV ସଫଳତା

CBSEର ଦ୍ୱାଦଶ ବୋର୍ଡ ପରୀକ୍ଷାରେ ଝାରସୁଗୁଡ଼ା ଡିଏଭି ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ଉଲ୍ଲେଖନୀୟ ସଫଳତା । ବିଜ୍ଞାନରେ ଅଭିନବ ପ୍ରକାଶ ଅଗ୍ରୱାଲ ୯୯.୦ ପ୍ରତିଶତ ଓ ବାଣିଜ୍ୟରେ ୟଶ ଡିଡ଼ୱାନିଆ ୯୯.୪ ନମ୍ବର ହାସଲ କରି ରେକର୍ଡ ସୃଷ୍ଟି । ଅଧିକ ପଢନ୍ତୁ...

CBSE ଦ୍ଵାଦଶ ପରୀକ୍ଷା: ଝାରସୁଗୁଡା DAVକୁ ଉଲ୍ଲେଖନୀୟ ସଫଳତା

author img

By

Published : Jul 30, 2021, 10:38 PM IST

ଝାରସୁଗୁଡା: ଶୁକ୍ରବାର CBSEର ଦ୍ୱାଦଶ ବୋର୍ଡ ପରୀକ୍ଷା ଫଳ ପ୍ରକାଶିତ ହୋଇଛି । ଝାରସୁଗୁଡ଼ା DAVକୁ ଏ ବର୍ଷ ଶତ ପ୍ରତିଶତ ସଫଳତା ମିଳିଛି । ଦ୍ୱାଦଶ ଶ୍ରେଣୀ ବିଜ୍ଞାନରେ ୭୦ ଜଣ ଓ ବାଣିଜ୍ୟରେ ୫୨ ଜଣ ସହ ସର୍ବ ମୋଟ ୧୨୨ ଜଣ ପରୀକ୍ଷା ଦେଇଥିଲେ । ମୋଟ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨୭ ଜଣ ୯୫ ପ୍ରତିଶତରୁ ଅଧିକ, ୬୨ ଜଣ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଅଧିକ ନମ୍ବର ପ୍ରାପ୍ତ ହୋଇ ଝାରସୁଗୁଡ଼ା DAV ଲାଗି ନୂତନ ରେକର୍ଡ ସୃଷ୍ଟି କରିବା ସହିତ DAV ଇତିହାସରେ ନୂତନ ଫର୍ଦ୍ଦ ଯୋଡ଼ିଛନ୍ତି । ଏଥର ଛାତ୍ରୀଙ୍କୁ ପଛରେ ପକାଇ ଛାତ୍ର ଆଗରେ ରହିଛନ୍ତି ।

ବିଜ୍ଞାନରେ ଅଭିନବ ପ୍ରକାଶ ଅଗ୍ରୱାଲ ୯୯.୦ ପ୍ରତିଶତ ଓ ବାଣିଜ୍ୟରେ ୟଶ ଡିଡ଼ୱାନିଆ ୯୯.୪ ନମ୍ବର ହାସଲ କରି ସମସ୍ତ ପୁରୁଣା ରେକର୍ଡ଼କୁ ଭାଙ୍ଗିଛନ୍ତି । ବିଦ୍ୟାଳୟର ଅଧ୍ୟକ୍ଷ ପ୍ରଶାନ୍ତ କୁମାର ପଣ୍ଡା, ଦ୍ୱାଦଶ ଶ୍ରେଣୀ ସୁପରଭାଇଜର ନୀଳିମା ପଟେଲଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଛାତ୍ରଛାତ୍ରୀମାନଙ୍କ ଅପୂର୍ବ ସଫଳତା ପାଇଁ ଅଭିନନ୍ଦନ ଜଣାଇଛନ୍ତି । ସେପଟେ ପିଲାଙ୍କ ପ୍ରଶଂସନୀୟ ସଫଳତା ପାଇଁ ଅଭିଭାବକ ମହଲରେ ଖୁସିର ଲହରୀ ଖେଳିଯାଇଛି ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.