ETV Bharat / state

ବିକାଶ ନାଁରେ ଉଜୁଡୁଛି ପ୍ରାକୃତିକ ବୈଭବ, ତୁନି ବସିଛି ପ୍ରଶାସନ - କାଗଜ କଲମରେ ‘ପକ୍ଷୀ ବିହାର’

ଝାରସୁଗୁଡା ଜିଲ୍ଲା ଜମେରା ପଞ୍ଚାୟତ ସିଂହାବଗା ଗ୍ରାମ । ଇବ୍ ଓ ଭେଡ଼େନ୍ ନଦୀର ପଛୁଆ ଜଳ ରାଶିରେ ପ୍ରତିବର୍ଷ ଡ଼ିସେମ୍ବରରୁ ମେ’ ମାସ ପର୍ଯ୍ୟନ୍ତ ଘୁରିବଲନ୍ତି ନାନା ରଙ୍ଗବେରଙ୍ଗର ବିଦେଶାଗତ ପକ୍ଷୀ । ହେଲେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଥିବା ଏହି ପ୍ରାକୃତିକ ବୈବଭକୁ ଉଜାଡିବାକୁ ସାଂଘାତିକ ଷଡଯନ୍ତ୍ର। ଅଧିକ ଖବର ପଢନ୍ତୁ...

polluted city
ବିକାଶ ନାଁରେ ଉଜୁଡୁଛି ପ୍ରାକୃତିକ ବୈଭବ, ତୁନି ବସିଛି ପ୍ରଶାସନ
author img

By

Published : Jan 28, 2020, 4:14 PM IST

ଝାରସୁଗୁଡ଼ା: ଶିଳ୍ପ କାରଖାନା ପ୍ରତିଷ୍ଠା ପରେ ଝାରସୁଗୁଡ଼ା ସହର ଏକ ପ୍ରଦୂଷଣର ସହର ପାଲଟି ଯାଇଛି। ଜିଲ୍ଲାରେ ଗୋଟିଏ ପରେ ଗୋଟିଏ ତାପଜ ଶିଳ୍ପ ପରିବେଶର ମୁଖ୍ୟ ଶତ୍ରୁ ସାଜୁଥିବା ବେଳେ ଏହାର କୁପରିଣାମ ଯୋଗୁଁ ପରିବେଶ ସନ୍ତୁଳନ ହରାଇ ବ୍ୟାପକ କ୍ଷତିମଧ୍ୟ ଘଟିଛି। ସବୁଜ ଗ୍ରୀଷ୍ମରାଶି ସାଙ୍ଗକୁ ଜୀବଜନ୍ତୁ ଓ ପକ୍ଷୀ ଝାରସୁଗୁଡ଼ା ଜିଲ୍ଲାରୁ କେବେ ଠାରୁ ଉଭେଇ ଗଲେଣି।

ବିକାଶ ନାଁରେ ଉଜୁଡୁଛି ପ୍ରାକୃତିକ ବୈଭବ, ତୁନି ବସିଛି ପ୍ରଶାସନ

ଏଭଳି ପରିସ୍ଥିତିରେ ସହର ନିକଟସ୍ଥ ଜମେରା ପଞ୍ଚାୟତ ଅନ୍ତର୍ଗତ ସିଂହାବଗା ଗ୍ରାମକୁ ଲାଗାତାର କିଛି ବର୍ଷ ହେଲା ବିଦେଶୀ ପକ୍ଷୀଙ୍କ ଆଗମନ ପରିବେଶବିତ୍ ମାନଙ୍କ ପାଇଁ ଆଶା ସଂଚାର କରିଥିବା ବେଳେ ଏଠାରେ ଥିବା ମହାନଦୀର ପଛୁଆ ପାଣିର ହ୍ରଦକୁ ମଧ୍ୟ ଏବେ ପୋତି ଦେବାର ଚକ୍ରାନ୍ତ ଆରମ୍ଭ ହୋଇସରିଛି ।

ସିଂହାବଗା ଗ୍ରାମ ନିକଟରେ ଇବ୍ ନଦୀ ଓ ଭେଡ଼େନ୍ ନଦୀର ପଛୁଆ ଜଳ ଅଞ୍ଚଳରେ ପ୍ରତିବର୍ଷ ଡ଼ିସେମ୍ବର ଠାରୁ ମେ ମାସ ପର୍ଯ୍ୟନ୍ତ ଏହି ସ୍ବଚ୍ଛ ଜଳରାଶି ଉପରେ ହଜାର ହଜାର ସଂଖ୍ୟାରେ ବିଦେଶୀ ପକ୍ଷୀ ବିଚରଣ କରନ୍ତି। ଯାହାର ମନଲୋଭା ଦୃଶ୍ୟ ପରିବେଶବିତ୍ ଓ ଜନସାଧାରଣଙ୍କୁ ବେଶ ଆନନ୍ଦ ଦେଇ ଆସୁଛି।

ଏହି ବିସ୍ତିର୍ଣ୍ଣ ଆର୍ଦ୍ରଭୂମି ବିଦେଶାଗତ ପକ୍ଷୀ ମାନଙ୍କ ପାଇଁ ଘର ପାଲଟିଛି। ସ୍ବଚ୍ଛ ଜଳରାଶି ସହିତ ପକ୍ଷୀଙ୍କ ପାଇଁ ଭରପୁର ଖାଦ୍ୟ ସାମଗ୍ରୀ ଯୋଗୁଁ ଏହି ଅଞ୍ଚଳକୁ ବିଭିନ୍ନ ପକ୍ଷୀ ଆକର୍ଷିତ ହେଉଛନ୍ତି। ଗତ କିଛି ବର୍ଷ ହେଲା ଶୀତ ଆରମ୍ଭରୁ ଗ୍ରୀଷ୍ମ ପର୍ଯ୍ୟନ୍ତ ଏହି ଅଞ୍ଚଳରେ ୱାଟର ହେନ୍,ପର୍ପଲ୍ ହେରୋନ୍, କମନ୍ ପୋଚାର୍ଡ଼, ଗ୍ରେଟ୍ କ୍ରେଷ୍ଟେଡ଼୍ ଗ୍ରେବ୍, କମନ୍ କୋର୍ଟ, ଲିଟିଲ କର୍ମୋରାଣ୍ଟ, ବ୍ଲାକ୍ ହେଡେଡ୍ ଗଲ୍, ଲେସର୍ ହ୍ୱିସଲିଂ ଡକ୍,ରେଡ଼୍ କ୍ରେଷ୍ଟେଡ଼୍ ପୋଚାର୍ଡ଼, ବ୍ରାଉନ୍ ହେଡେଡ୍ ଗଲ୍, ପର୍ପଲ୍ ସ୍ୱୟମହେନ୍, ପର୍ପଲ୍ ମୋରହେନ୍, ଟପ୍ଟେଡ଼୍ ଡ଼କ୍, ବ୍ରଞ୍ଚ ଉଇଙ୍ଗ ଜାକାନା, , କୋମନ୍ ଷ୍ଟିଲଟ୍, ନରଦେନ୍ ପିନ୍ଟେଲ୍ ପ୍ରଭୃତି ପକ୍ଷୀ ଶହ ଶହ ସଂଖ୍ୟାରେ ଆସି ଏହି ସ୍ଥାନରେ ରହୁ ଥିବାରୁ ଅଞ୍ଚଳଟିର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଛି।

ଗତ କିଛି ବର୍ଷ ହେଲା ଏହି ଅଞ୍ଚଳକୁ ପକ୍ଷୀଙ୍କ ଆଗମନ ହେଉଥିବା ବେଳେ ଚଳିତ ବର୍ଷର ପାଗ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି କରିଛି। ପ୍ରଦୂଷଣରେ ମାତ୍ରା ବୃଦ୍ଧି ହେଉଥିବା ଏହି ସହର ନିକଟରେ ଏତେ ପରିମାଣରେ ଜଳପକ୍ଷୀ ଆସିବା ଏକ ଶୁଭ ସୂଚନା ହୋଇଥିଲେ ମଧ୍ୟ ଏହାକୁ ସଂରକ୍ଷଣ କରିବା ପାଇଁ ପ୍ରଶାସନ ପକ୍ଷରୁ ଏଥିପ୍ରତି କୌଣସି ଆଗ୍ରହ ପ୍ରକାଶ ପାଉନଥିବା ପରିବେଶବିତ୍‌ ମାନଙ୍କୁ ହତବାକ କରିଛି।

ସିଂହାବଗା ଅଞ୍ଚଳକୁ ଯଦି ପ୍ରଶାସନ ପକ୍ଷରୁ ସଂରକ୍ଷଣ କରାଯାଇ ଏହି ଅଞ୍ଚଳରେ ଯେପରି ପକ୍ଷୀ ମାନେ ନିରାପଦରେ ସମାଗମ ହୋଇ ପାରିବେ ତାର ବ୍ୟବସ୍ଥା କଲେ ଭବିଷ୍ୟତରେ ଏହି ଅଞ୍ଚଳ ପର୍ଯ୍ୟଟକଙ୍କ ଆଗମନ ହେବ ବୋଲି ଆଶା କରାଯାଉଥିଲା। ଏ ସଂପର୍କରେ ଗତ ବର୍ଷ ଜାନୁୟାରୀ ମାସରେ ତତ୍କାଳୀନ ଜିଲ୍ଲାପାଳ ବିଭୁତି ଭୂଷଣ ପଟ୍ଟନାୟକ ଡ଼ିଏଫ୍ଓ ସୁଶାନ୍ତ କୁମାରଙ୍କ ନେଇ ସେହି ସ୍ଥାନ ପରିଦର୍ଶନ କରିଥିଲେ ଓ ଏହି ଅଞ୍ଚଳର ବିକାଶ ପାଇଁ ଏକ ଯୋଜନା ପ୍ରସ୍ତୁତ କରିବାକୁ ଡ଼ିଏଫ୍ଓଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଏଥିପାଇଁ ଜିଲ୍ଲା ଖଣିଜ ପାଣ୍ଠିରୁ ୨ କୋଟି ୨୫ ଲକ୍ଷ ଟଙ୍କା ମଞ୍ଜୁର ମଧ୍ୟ ହୋଇଥିଲା। ମାତ୍ର ଏକ ବର୍ଷ ପରେ ମଧ୍ୟ ବନ ବିଭାଗ ପକ୍ଷରୁ ଡ଼ିପିଆର୍ ପ୍ରସ୍ତୁତ କରାଯାଇ ପାରିନାହିଁ। ଅନ୍ୟ ପକ୍ଷରେ ଏହି ହ୍ରଦ କୂଳରେ ରେଳ ବିଭାଗର ଚତୁର୍ଥ ଲାଇନ ସଂପ୍ରସାରଣ ଯୋଗୁଁ ବ୍ୟାପକ ମେସିନ ଚଳାଚଳ କରୁଥିବାରୁ ଏଥର ବିଦେଶୀ ପକ୍ଷୀ ଗୁଡ଼ିକ ଆତଙ୍କିତ ହୋଇ ପଡ଼ୁଥିବା ଲକ୍ଷ୍ୟ କରାଯାଉଛି।

ଏହି ପ୍ରକୃତିକ ବୈଭବ ପ୍ରତି ଆଉ ଏକ ବିପଦ ମାଡ଼ି ଆସୁଥିବା ଶୁଣିବାକୁ ମିଳୁଛି। ତଲାବିରା ଠାରେ ଏନ୍ଏଲ୍ସି ତାର କୋଇଲା ଖଣି ଓ ତାପଜବିଦ୍ୟୁତ ପ୍ରକଳ୍ପ ଆରମ୍ଭ କରିବାକୁ ଯାଉଥିବାରୁ କମ୍ପାନୀ ଏହି ହ୍ରଦ ଉପର ଦେଇ ତାର ରେଳ ଲାଇନ ନିର୍ମାଣ କରିବାକୁ ପ୍ରସ୍ତାବ ରଖି ଥିବା ଜଣାଯାଉଛି । ଫଳରେ ପ୍ରଶାସନ ଏହି ଅଞ୍ଚଳର ବିକାଶ କରିବାକୁ ଜାଣିଶୁଣି ଚୁପ୍ ରହିଥିବା କୁହାଯାଉଛି। ଯଦି ଏନ୍ଏଲ୍ସି କୁ ରେଳ ଲାଇନ୍ ପାଇଁ ଏହି ଅଞ୍ଚଳ ଅଧିଗ୍ରହଣ କରାଯାଏ ତେବେ ଏହି ପ୍ରାକୃତିକ ବିଭବ ଅଚିରେ ଧ୍ୱଂସ ପାଇଯିବ ଓ ଏଠାରେ ଏହି ବିଦେଶୀ ପକ୍ଷୀ ମାନଙ୍କୁ ଆଉ ଦେଖିବାକୁ ମିଳିବ ନାହିଁ।

ଝାରସୁଗୁଡାରୁ ରବି ନାରାୟଣ ସାହୁ,ଇଟିଭି ଭାରତ

Intro:ଶିକାର ପାଇଁ ନିଜେ ବିଛାଇ ଥିବା ତାର ରେ ଲାଗି ଦୁଇ ଜଣଙ୍କର ମୃତ୍ୟୁ । ବନ୍ୟଜନ୍ତୁ ଙ୍କୁ ଶିକାର ପାଇଁ ବିଦ୍ୟୁତ ତାର ବିଛାଇ ଥିବା ବେଳେ ସେଇ ତାର ରେ ଲାଗି ଦୁଇ ଜଣଙ୍କର ଜୀବନ ଯାଇଛି । Body:ଅନୁଗୋଳ ଜିଲା ବନ୍ତଳା ବନାଞ୍ଚଳର କଞ୍ଜ ଗାଁରେ ଘଟିଛି ଘଟଣା । ମୃତକ ମାନେ ମହେଶ୍ୱର ବିଶ୍ୱାଳ ଓ କବିନ୍ଦ୍ର ଗଡନାୟକ । ଗତକାଲି ରାତିରେ ବରହା ଶିକାର ପାଇଁ ସେମାନେ 11କେଭି ବିଦ୍ୟୁତ ଲାଇନରୁ ତାର ଲଗାଇ ବିଛାଇ ଥିଲେ। ଅନ୍ଧାରରେ ସେମାନେ ନିଜେ ଜାଣି ପାରି ନଥିଲେ। ଫଳରେ ତାର ସଂସ୍ପର୍ଶରେ ଆସି ସେମାନଙ୍କର ମୃତ୍ୟୁ ହୋଇ ଛି । । ଆଜି ସକାଳେ ଲୋକେ ସେମାନଙ୍କ ମୃତ ଦେହ ପଡିଥିବା ଦେଖି ଥିଲେ। ତେବେ କବିନ୍ଦ୍ର କାଳେ ବଞ୍ଚି ଥିବ ଭାବି ତାଙ୍କ ସମ୍ପର୍କୀୟ ଲୋକ ଅନୁଗୋଳ ଡାକ୍ତରଖାନାକୁ ଆଣି ଥିଲେ। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣାକୁ ନେଇ ସେ ଅଞ୍ଚଳକରେ ଅସନ୍ତୋଷ ଦେଖା ଦେଇଛି। ଅନ୍ୟ ପକ୍ଷରେ ବନ ବିଭାଗ କହିଛି ସେ ଅଞ୍ଚଳକରେ କିଛି ଦିନ ହେଲା ବ୍ୟାପକ ଜନ୍ତୁ ଶିକାର ହେଉଥିବା ଅଭିଯୋଗ ହେଉଛି। ଗତ କିଛି ଦିନ ହେଲା ବନ ବିଭାଗ ବ୍ୟାପକ ପାଟ୍ରୋଲିଂ କରୁଛି।
ବାଇଟ-ଶିଶିର ଗଡନାୟକ (ମୃତ କବିନ୍ଦ୍ରର ସମ୍ପର୍କୀୟ)Conclusion:ଶିକାର ପାଇଁ ଉଦିଷ୍ଟ ବିପୁଳ ପରିମାଣର ତାର ଜବତ କରା ଯାଇଛି। ଗତ ସପ୍ତାହରେ 3/4 ଜଣଙ୍କୁ ଶିକାର ଉଦ୍ୟମ ବେଳେ ଗିରଫ ମଧ୍ୟ କରା ଯାଇଛି। ତଥାପି ଶିକାରୀ ମାନେ ଏଭଳି ଉଦ୍ୟମ କରିବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.