ETV Bharat / state

ଝାରସୁଗୁଡାରେ ବଢୁଛି ବିଜେଡି ବଳ, ଦଳରେ ମିଶିଲେ ଶତାଧିକ କଂଗ୍ରେସ କର୍ମୀ

ଝାରସୁଗୁଡାରେ ଆହୁରି ଶକ୍ତିଶାଳୀ ହେଉଛି ବିଜେଡି । ଉପନିର୍ବାଚନ ପୂର୍ବରୁ ବିଜେଡିରେ ସାମିଲ ହେଲେ ଶତାଧିକ କଂଗ୍ରେସ କର୍ମୀ । ଅଧିକ ପଢନ୍ତୁ

author img

By

Published : Apr 26, 2023, 8:10 AM IST

ଝାରସୁଗୁଡାରେ ବିଜେଡିର ମିଶ୍ରଣ ପର୍ବ
ଝାରସୁଗୁଡାରେ ବିଜେଡିର ମିଶ୍ରଣ ପର୍ବ

ଝାରସୁଗୁଡା: ଉପନିର୍ବାଚନ ପୂର୍ବରୁ ବଢୁଛି ବିଜେଡି ବଳ । ଉପନିର୍ବାଚନ ଯେତିକି ପାଖେଇ ଆସୁଛି ଝାରସୁଗୁଡାରେ ଆହୁରି ଶକ୍ତିଶାଳୀ ହେଉଛି ବିଜେଡି । ଶାସକ ବିଜୁ ଜନତା ଦଳରେ ସାମିଲ ହେଉଛନ୍ତି ଅନ୍ୟ ଦଳର ନେତା ଓ କର୍ମୀ । ଏହି କ୍ରମରେ ମଙ୍ଗଳବାର ଝାରସୁଗୁଡାର ସ୍ଥିତ ଏକ ହୋଟେଲରେ ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କଂଗ୍ରେସର ଜିଲ୍ଲା ଯୁବ ସଭାପତି ଶୈଳେଶ ତିୱାରୀଙ୍କ ସହ ଶତାଧିକ କଂଗ୍ରେସ କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି ।

ବିଜେଡିର ଟାର୍ଗେଟରେ ରହିଛି ଯୁବ ଶକ୍ତି । ଯୁବ ଶକ୍ତି ହିଁ ବିଜୁ ଜନତା ଦଳର ଶକ୍ତି ବୋଲି ଦଳର ବରିଷ୍ଠ ନେତା କହିଛନ୍ତି । ସେହିପରି ସ୍ବର୍ଗତ ନବ ଦାସଙ୍କ ପୁଅ ବିଶାଳ ଦାସ କହିଛନ୍ତି ଯେ, ଯୁବ ଶକ୍ତି ହିଁ ରାଷ୍ଟ୍ର ଶକ୍ତି । ଝାରସୁଗୁଡ଼ା ସହରାଞ୍ଚଳର କଂଗ୍ରେସ ଦଳରେ ଥିବା ଯୁବକମାନେ ବାପାଙ୍କ ଉନ୍ନୟନମୂଳକ କାର୍ଯ୍ୟ ପ୍ରତି ଅନୁପ୍ରାଣିତ ହୋଇ ବିଜେଡିରେ ଯୋଗଦାନ କରିଛନ୍ତି । ଏହି ଯୁବକମାନେ ହିଁ ଆଗାମୀ ଉପନିର୍ବାଚନରେ ଦଳର ବଳ ବଢ଼ାଇବେ ।

ବିଜେଡି ନେତା କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ଲଗାତାର ଭାବରେ ମହିଳା ଓ ପୁରୁଷ ବିଜୁ ଜନତା ଦଳରେ ସାମିଲ ହେଉଛନ୍ତି । ଝାରସୁଗୁଡାରେ ବିଜେଡି ପ୍ରତି ବିପୁଳ ଜନସମର୍ଥନ ରହିଛି । ଉପନିର୍ବାଚନରେ ଦୀପାଳି ଦାସ ରେକର୍ଡ ସଂଖ୍ୟକ ଭୋଟରେ ବିଜୟୀ ହେବେ । ଜିଲ୍ଲା କଂଗ୍ରେସର ଯୁବ ସଭାପତି ବିଜେଡିରେ ଯୋଗ ଦେବା ଫଳରେ ଦଳର ସଂଗଠନ ଆହୁରି ମଜବୁତ ହେବ ।

ଏହାମଧ୍ୟ ପଢନ୍ତୁ: ନୂଆ ଟିମକୁ ଶରତଙ୍କ ଶୁଭେଚ୍ଛା, ସାଲୁଜା କହିଲେ ପ୍ରଥମ ଥର ପାଇଁ ଭଲ ଟିମ ପାଇଛି ଓପିସିସି

ଝାରସୁଗୁଡାରେ ବିଜେଡିର ମିଶ୍ରଣ ପର୍ବରେ ମନ୍ତ୍ରୀ ରୀତା ସାହୁ, ପର୍ଯ୍ୟବେକ୍ଷକ ପ୍ରସନ୍ନ ଆଚାର୍ଯ୍ୟ, ଶାରଦା ପ୍ରସାଦ ନାୟକ, ପୁଷ୍ପେନ୍ଦ୍ର ସିଂହଦେଓ, ପ୍ରତାପ ଜେନା ଓ ବିଶାଳ ଦାସ ପ୍ରମୁଖ ଉପସ୍ଥିତ ରହି ଦଳରେ ମିଶିଥିବା କଂଗ୍ରେସ କର୍ମୀଙ୍କୁ ଉତ୍ତରୀୟ ଦେଇ ସ୍ଵାଗତ କରିଥିଲେ । ପ୍ରକାଶଥାଉ କି, ମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁ ପରେ ଝାରସୁଗୁଡା ବିଧାନସଭା ଆସନ ଖାଲି ପଡିଥିବାରୁ ଆସନ୍ତା ମେ' ୧୦ ତାରିଖରେ ଏଠାରେ ଉପନିର୍ବାଚନ ହେବାକୁ ଯାଉଛି । ବିଜେଡି ନବ ଦାସଙ୍କ ଝିଅ ଦୀପାଳି ଦାସଙ୍କୁ ପ୍ରାର୍ଥୀ କରିଛି ।

ଏହାମଧ୍ୟ ପଢନ୍ତୁ: Sambalpur Violence: ସମ୍ବଲପୁରରେ ଜାତୀୟ ST କମିଶନଙ୍କ ତଦନ୍ତ

ଇଟିଭି ଭାରତ, ଝାରସୁଗୁଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.