ETV Bharat / state

ରାଜଧାନୀକୁ ଉଡିଲା ଝାରସୁଗୁଡାରୁ ବିମାନ - bbsr

ଝାରସୁଗୁଡାରୁ ଏଣିକି ସିଧାସଳଖ ଭାବେ ଭୁବନେଶ୍ବର ଓ ରାୟପୁରକୁ ଉଡିଲା ବିମାନ । ଏଥର ଆକଶପଥରେ ଉଭୟ ନୂଆଦିଲ୍ଲୀ ଓ ଭୁବନେଶ୍ବର ସହ ଯୋଡି ହେଲା ଓଡିଶାର ଦ୍ବିତୀୟ ବିମାନ ବନ୍ଦର ।

ଫଟୋ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡା
author img

By

Published : Jun 5, 2019, 3:19 PM IST

ଝାରସୁଗୁଡା: ଆରମ୍ଭ ହେଲା ଝାରସୁଗୁଡାରୁ ଭୁବନେଶ୍ବର ଓ ରାୟପୁରକୁ ବିମାନ ସେବା । ପୂର୍ବରୁ ନୂଆଦିଲ୍ଲୀ, କୋଲକତା ଓ ହାଇଦ୍ରାବାଦକୁ ଏଠାରୁ ବିମାନ ଚଳଚଳ ଆରମ୍ଭ ହୋଇଥିଲା । ଆଉ ଏବେ ଉଡାନ ଯୋଜନାରେ ଆଉ ଦୁଇଟି ରାଜ୍ୟ ରାଜଧାନୀ ସହ ଯୋଡି ହୋଇଛି ଝାରସୁଗୁଡା ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡା

ଆକାଶପଥରେ ଯୋଡି ହେଲା ଝାରସୁଗୁଡା-ଭୁବନେଶ୍ବର । ଆଜିଠାରୁ ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନବନ୍ଦରକୁ ଉଡିଲା ଝାରସୁଗୁଡାରୁ ବିମାନ । ଏହାସହ ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ରାୟପୁରକୁ ମଧ୍ୟ ବିମାନ ଚଳାଚଳ ଆରମ୍ଭ ହୋଇଛି । କେନ୍ଦ୍ର ବେସାମରିକ ବିମାନ ଚଳାଚଳ ବିଭାଗର ଯୁଗ୍ମ ସଚିବ ଉଷା ପାଢ଼ୀ ଏହାକୁ ଉଦଘାଟନ କରିଛନ୍ତି । ବରଗଡ଼ ସାଂସଦ ସୁରେଶ ପୂଜାରୀ, ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଏବଂ ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି ମଧ୍ୟ ଏହି ଏହି ସମୟରେ ଉପସ୍ଥିତ ରହିଥିଲେ ।

ରାଜ୍ୟର ଦ୍ବିତୀୟ ବିମାନ ବନ୍ଦର ଝାରସୁଗୁଡା । ଏହା କାର୍ଯ୍ୟକ୍ଷମ ହେବା ପରେ ସ୍ଥାନୀୟ ଲୋକ ବେଶ ଲାଭବାନ ହେଉଛନ୍ତି । ଝାରସୁଗୁଡାରୁ ନିୟମିତ ବିମାନ ସେବା ମିଳିବା ପରେ ଏବେ ଝାରସୁଗୁଡା ବିମାନ ବନ୍ଦର ଉପରେ ସମଗ୍ର ପଶ୍ଚିମ ଓଡିଶା ନିର୍ଭରଶୀଳ । ପଡୋଶୀ ଛତିଶଗଡ଼ ଓ ଝାଡ଼ଖଣ୍ଡର ଯାତ୍ରୀମାନେ ମଧ୍ୟ ଏହାଦ୍ବାରା ସୁଫଳ ପାଇପାରୁଛନ୍ତି ।

ଗତ ମାର୍ଚ୍ଚ 31 ତାରିଖରୁ ସ୍ପାଇସ ଜେଟ ଝାରସୁଗୁଡାରୁ ବିମାନ ସେବା ଆରମ୍ଭ କରିଥିଲା । ଉଡାନ 3 ଯୋଜନାରେ ଝାରସୁଗୁଡାରୁ ନୂଆଦିଲ୍ଲୀ, କୋଲକତା ଏବଂ ହାଇଦ୍ରାବାଦକୁ ବିମାନ ସେବା ଆରମ୍ଭ ହୋଇଥିଲା ।

ଝାରସୁଗୁଡାରୁ ରବିନାରାୟଣ ସାହୁ, ଇଟିଭି ଭାରତ

ରାଜ୍ୟର ଦ୍ବିତୀୟ ବିମାନ ବନ୍ଦର କାର୍ଯ୍ୟକ୍ଷମ ହେବା ପରେ ଏହାର ସୁଫଳ ପାଇପାରୁଛନ୍ତି ସ୍ଥାନୀୟ ଲୋକ । ଝାରସୁଗୁଡା ରୁ ନିୟମିତ ବିମାନ ସେବା ମିଳିବା ପରେ ଏବେ ଝାରସୁଗୁଡା ବିମାନ ବନ୍ଦର ଉପରେ ସମଗ୍ର ପଶ୍ଚିମ ଓଡିଶା ସହିତ ପଡୋଶୀ ଛତିଶଗଡ଼ ଓ ଝାରଖଣ୍ଡ ର ଯାତ୍ରୀମାନେ ମଧ୍ୟ ନିର୍ଭରଶୀଳ । ଝାରସୁଗୁଡା ବିମାନ ବନ୍ଦର କାର୍ଯ୍ୟକ୍ଷମ ହେବା ପରେ ସ୍ଥାନୀୟ ଅଞ୍ଚଳର ଆର୍ଥିକ,ସାମାଜିକ ବିକାଶ ହେବା ସହ ସମଗ୍ର ପଶ୍ଚିମ ଓଡ଼ିଶାରେ ଶିକ୍ଷା, ସ୍ୱାସ୍ଥ୍ୟ ,ପଯ୍ୟଟନ ଶିଳ୍ପର ବିକାଶ ସହିତ ଶିଳ୍ପାୟନ କ୍ଷେତ୍ରରେ ଅଭିବୃଦ୍ଧି ଘଟିବ ଏଥି ସହ ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧସମ୍ବଲପୁରୀ ଶାଢ଼ୀ ଓ ହସ୍ତତନ୍ତ ର ବ୍ୟବସାୟ ବୃଦ୍ଧି ରେ ସହାୟକ ହୋଇପାରିବ ।

ଗତ ମାର୍ଚ୍ଚ 31 ତାରିଖ ରୁ ସ୍ପାଇସଜେଟ ଝାରସୁଗୁଡା ରୁ ବିମାନ ସେବା ଆରମ୍ଭ କରିଥିଲା । ଉଡାନ 3 ଯୋଜନାରେ ଝାରସୁଗୁଡା-ନୂଆଦିଲ୍ଲୀ, ନୂଆଦିଲ୍ଲୀ-ଝାରସୁଗୁଡା, ଝାରସୁଗୁଡା-କୋଲକାତା, କୋଲକାତା-ଝାରସୁଗୁଡା, ଝାରସୁଗୁଡା-ହାଇଦ୍ରାବାଦ, ହାଇଦ୍ରାବାଦ-ଝାରସୁଗୁଡା ମଧ୍ୟରେ ନିୟମିତ ଭାବେ alliance air  ବିମାନ ସେବା ଯୋଗାଇ ଦେଉଛି  । ଏଥିର ଝାରସୁଗୁଡ଼ା ବିମାନ ବନ୍ଦରରୁ ଭୁବନେଶ୍ୱରକୁ ବିମାନ ସେବା ଆରମ୍ଭ ହୋଇଛି। ଆଜି ଠାରୁ  ଭୁବନେଶ୍ୱର ବିଜୁ ପଟ୍ଟନାୟକ ଏୟାରପୋର୍ଟକୁ ଉଡ଼ାଣ ଆରମ୍ଭ ହେଲା। ଏହାସହ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ରାୟପୁରକୁ ବିମାନ ଚଳାଚଳ କରିବ। ଝାରସୁଗୁଡା ବିମାନବନ୍ଦର ଉଦଘାଟନୀ ସମାରୋହ ଅନୁଷ୍ଠିତ ହୋଇଛି ଏଥିରେ କେନ୍ଦ୍ର ବେସାମରିକ  ବିମାନ ଚଳାଚଳ ବିଭାଗ ର ଯୁଗ୍ମ  ସଚିବ ଉଷା ପାଢ଼ୀ ସମେତ ସ୍ଥାନୀୟ ବରଗଡ଼ ସାଂସଦ ସୁରେଶ ପୂଜାରୀ ଏବଂ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ,ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି ଯୋଗ ଦେଇଛନ୍ତି ଓ ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରର ନିର୍ଦ୍ଦେଶକ ଏସ୍‌କେ ଚୌହ୍ୱାନ। 

byte1:-  ଚୈତାଲି , ଯାତ୍ରୀ
Byte2:- ଏସ୍‌କେ ଚୌହ୍ୱାନ , ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରର ନିର୍ଦ୍ଦେଶକ
byte3:- ଉଷା ପାଢ଼ୀ , କେନ୍ଦ୍ର ବେସାମରିକ  ବିମାନ ଚଳାଚଳ ବିଭାଗ ର ଯୁଗ୍ମ  ସଚିବ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.