ETV Bharat / state

ଟ୍ରକ ଦୁର୍ଘଟଣାରେ ଡ୍ରାଇଭର ମୃତ, କ୍ଷତିପୂରଣ ଦାବି କଲେ ସାଥି କର୍ମଚାରୀ - ଝାରସୁଗୁଡା କୋଇଲା ଖଣିରେ ଦୁର୍ଘଟଣା

ଝାରସୁଗୁଡା ସମଲେଶ୍ବରୀ କୋଇଲା ଖଣିରେ ଦୁର୍ଘଟଣା । ଦୁର୍ଘଟଣାରେ ଟ୍ରକ ଡ୍ରାଇଭରଙ୍କର ମୃତ୍ୟୁ । ମୃତକ ଉତ୍ତରପ୍ରଦେଶ ପ୍ରୟାଗରାଜର ହୋଇଥିବାବେଳେ ତାଙ୍କ ପରିବାରକୁ କ୍ଷତିପୂରଣ ଦାବି କରିଛନ୍ତି ସାଥି କର୍ମଚାରୀ । ଅଧିକ ପଢ଼ନ୍ତୁ

ଟ୍ରକ ଦୁର୍ଘଟଣାରେ ଡ୍ରାଇଭର ମୃତ, କ୍ଷତିପୂରଣ ଦାବି କଲେ ସାଥି କର୍ମଚାରୀ

author img

By

Published : Jun 29, 2022, 7:46 AM IST

ଝାରସୁଗୁଡା: ବ୍ରଜରାଜନଗର ଥାନା ଅନ୍ତର୍ଗତ ସମଲେଶ୍ବରୀ କୋଇଲା ଖଣିରେ ଟ୍ରକ ଦୁର୍ଘଟଣା । ଦୁର୍ଘଟଣାରେ ଡ୍ରାଇଭର ରାମେଶ୍ବର ପ୍ରସାଦ ପାଣ୍ଡେଙ୍କର ମୃତ୍ୟୁ । ସେ ଉତ୍ତରପ୍ରଦେଶ ପ୍ରୟାଗରାଜର ହୋଇଥିବାବେଳେ ସମଲେଶ୍ବରୀ କୋଇଲା ଖଣିର ଠିକା କମ୍ପାନୀରେ ଡ୍ରାଇଭର ଭାବରେ କାର୍ଯ୍ୟ କରୁଥିଲେ । ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବି କଲେ ସାଥି କର୍ମଚାରୀ ।

ଟ୍ରକ ଦୁର୍ଘଟଣାରେ ଡ୍ରାଇଭର ମୃତ, କ୍ଷତିପୂରଣ ଦାବି କଲେ ସାଥି କର୍ମଚାରୀ

ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ରାମେଶ୍ବର ଟ୍ରକ ନେଇ କୋଇଲାଖଣିକୁ ଆସୁଥିବାବେଳେ ଆଉ ଏକ ଟ୍ରକ ସହ ଧକ୍କା ହୋଇଥିଲା । ଫଳରେ ତାଙ୍କ ଗୋଡ଼ ଏବଂ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ତାଙ୍କୁ ଚିକିତ୍ସା ପାଇଁ ବୁର୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ଆଲୋକୀକରଣର ଅଭାବ ଓ କୋଇଲା ଗୁଣ୍ଡ ଯୋଗୁଁ ରାସ୍ତା ଦେଖାଯାଉନଥିବାରୁ ଦୁର୍ଘଟଣା ଘଟିଥିବା ମୃତକଙ୍କ ସାଥି କର୍ମଚାରୀ ଅଭିଯୋଗ କରିଛନ୍ତି । ସେଥିପାଇଁ ରାମେଶ୍ୱରଙ୍କ ପରିବାରବର୍ଗଙ୍କୁ କ୍ଷତିପୂରଣ ଦେବା ସହ ତାଙ୍କ ପରିବାରର ଜଣକୁ ନିଯୁକ୍ତି ଦିଆଯାଉବୋଲି ଦାବି କରିଛନ୍ତି ।

ଇଟିଭି ଭାରତ, ଝାରସୁଗୁଡ଼ା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.