ETV Bharat / state

ଜିଲ୍ଳାସ୍ତରୀୟ ଲୋକ ଅଦାଲତ, ୮୮୪ ମୋକଦ୍ଦମାର ଆପୋଷ ସମାଧାନ

ଝାରସୁଗୁଡ଼ା ଜିଲ୍ଲା ନ୍ୟାୟାଳୟ ପରିସରରେ ଜିଲ୍ଳାସ୍ତରୀୟ ଲୋକ ଅଦାଲତ । ୮୮୪ ଗୋଟି ମୋକଦ୍ଦମାର ୨୬,୯୬,୧୯୯ ଟଙ୍କାରେ ଆପୋଷ ସମାଧାନ । ଅଧିକ ପଢନ୍ତୁ

distrcit level lok adalat
distrcit level lok adalat
author img

By

Published : Jul 9, 2023, 11:55 AM IST

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ନ୍ୟାୟାଳୟ ପରିସରରେ ଜିଲ୍ଳାସ୍ତରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ୮୮୪ ଗୋଟି ମୋକଦ୍ଦମାର ୨୬,୯୬,୧୯୯ ଟଙ୍କାରେ ଆପୋଷ ସମାଧାନ ହୋଇଛି । ଜାତୀୟ ଆଇନ ସେବା ଏବଂ ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶକ୍ରମେ ନ୍ୟାୟାଳୟ ପରିସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଦିଗାମ୍ବର ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଲୋକ ଅଦାଲତ ଅନୁଷ୍ଠିତ ହୋଇଛି ।

ଏହି ଲୋକ ଅଦାଲତରେ ଜାତୀୟ ଆଇନ ସେବା ପ୍ରାଧିକରଣ ଦ୍ୱାରା ନିର୍ଦ୍ଧାରିତ ବିଚାରାଧିନ ମୋକଦ୍ଦମା ଏବଂ ଚେକ୍ ବାଉନ୍ସ ବିବାଦ ମାମଲା ଗୁଡିକ ଆପୋଷ ସମାଧାନ ପାଇଁ ବିଚାରକୁ ନିଆଯାଇଥିଲା । ସେଥିମଧ୍ୟରୁ ମୋଟରଯାନ ଦୁର୍ଘଟଣା ଦାବି ଟ୍ରିବ୍ୟୁନାଲ ବିଚାରାଧିନ ଥିବା ଗୋଟିଏ ମୋକଦ୍ଦମାର ୧୦,୦୦,୦୦୦ ଟଙ୍କାରେ, ୭ଟି ଚେକ୍ ବାଉନ୍ସ ବିବାଦ ମାମଲା ୮୮,୭୭୦ ଟଙ୍କାରେ, ଗୋଟିଏ ପରିବାର ବିବାଦ ମୋକଦ୍ଦମା, ୮୭୪ଟି ରାଜସ୍ୱ ମୋକଦ୍ଦମା ୪,୫୯,୨୫୪ ଟଙ୍କାରେ ଓ ଗୋଟିଏ କର୍ମଚାରୀ କ୍ଷତିପୂରଣ ମାମଲା ୧୧,୪୮,୧୭୫ ଟଙ୍କାରେ ଆପୋଷ ବୁଝାମଣା ମାଧ୍ୟମରେ ସମାଧାନ ହୋଇଯାଇଛି ।

ଜିଲ୍ଲା ଓ ଦୌରାଜଜ୍ ମୋଟରଯାନ ଦୁର୍ଘଟଣା ଦାବି ଜନିତ ମୋକଦ୍ଦମାର ଆପୋଷ ବୁଝାମଣା ମାଧ୍ୟମରେ ସମାଧାନ କରି ବୀମା କମ୍ପାନୀକୁ କ୍ଷତିପୂରଣ ରାଶି ପ୍ରଦାନ କରିବା ପାଇଁ ଆଦେଶ କରିଥିଲେ । ଏଥିସହ ପରିବାର ଅଦାଲତର ବିଚାରପତି ସତ୍ୟବ୍ରତ ମିଶ୍ର ପରିବାର ବିବାଦ ମାମଲାର ସମାଧାନ କରିଥିଲେ । ସେହିପରି ଉପଖଣ୍ଡ ସ୍ତରୀୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ସୁଶ୍ରୀ ଗାୟତ୍ରୀ ମିଶ୍ର ଏବଂ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ (କଗନିଜେନ୍ସ) ଶ୍ରୀମୟୀ ନନ୍ଦ ଚେକ୍ ବାଉନ୍ସ ବିବାଦ ମାମଲା ଗୁଡିକର ଆପୋଷ ବୁଝାମଣା ମାଧ୍ୟମରେ ସମାଧାନ କରିଥିଲେ ।

ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ (ପୋକ୍ସୋ) ନୀଳଗିରି ଜେନା, ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ସୁବାସ ଚନ୍ଦ୍ର ଧଳ, ସିଭିଲ କୋର୍ଟ ରେଜିଷ୍ଟ୍ରାର ମଳୟ କୁମାର ପ୍ରଧାନ ଓ ବରିଷ୍ଠ ଦେୱାନି ବିଚାରପତି ଦିବ୍ୟସଚି ବେହେରା ଉକ୍ତ ଲୋକ ଅଦାଲତରେ ଉପସ୍ଥିତ ଥିଲେ । ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ସଚିବ ସୁଶ୍ରୀ ନେହା ଦାସ ଏହି ଲୋକ ଅଦାଲତକୁ ପରିଚାଳନା କରିଥିବା ବେଳେ ଆପୋଷ ବୁଝାମଣା ମାଧ୍ୟମରେ ସମାଧାନରେ ସହଯୋଗ କରିବା ପାଇଁ ୫ଟି ଲୋକ ଅଦାଲତ ବେଞ୍ଚର ଗଠନ କରାଯାଇଥିଲା । ଏହି ବେଞ୍ଚ ଗୁଡିକର ସଦସ୍ୟ ଭାବରେ ମଧ୍ୟସ୍ଥତା କେନ୍ଦ୍ରର ମଧ୍ୟସ୍ଥି ସୁରେନ୍ଦ୍ର ମହାପାତ୍ର, ଡାକେଶ୍ୱର ପାଣ୍ଡେ, ସମାଜସେବୀ ଦେବାର୍ଚନ ଠାକୁର, ପ୍ରାଧିକରଣର ତାଲିକାଭୁକ୍ତ ଆଇନଜୀବୀ ଆଦି ଉପସ୍ଥିତ ଥିଲେ । ସେହିପରି ବେସରକାରୀ ବୀମା କମ୍ପାନୀମାନଙ୍କ ପକ୍ଷରୁ ଓକିଲ ଅନୁପ କୁମାର ମିଶ୍ର ଆପୋଷ ବୁଝାମଣା ପାଇଁ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଝାରସୁଗୁଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.