ETV Bharat / state

ଆଉ ୫ ଦିନ ରିମାଣ୍ଡରେ ଗୋପାଳ, ଘଟଣାସ୍ଥଳରେ ଅନୁଧ୍ୟାନ କରି ଫେରିଲେ ଜଷ୍ଟିସ ଦାସ ଓ ଡିଜିପି - ଘଟଣାସ୍ଥଳ ଅନୁଧ୍ୟାନ କଲେ ଜଷ୍ଟିସ ଦାସ ଓ ଡିଜିପି

ଝାରସୁଗୁଡ଼ାରୁ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ତଦନ୍ତର ତଦାରଖ କରି ଭୁବନେଶ୍ବର ଫେରିଯାଇଛନ୍ତି ଜଷ୍ଟିସ ଜେପି ଦାସ ଓ ପୋଲିସ ଡିଜି ସୁନୀଲ ବଂଶଲ । ଅଭିଯୁକ୍ତ ଗୋପାଳର ଦ୍ବିତୀୟ ପର୍ଯ୍ୟାୟ ରିମାଣ୍ଡ ଅବଧି ଶେଷ ହେଉଥିବାବେଳେ ଆଉ ୫ ଦିନ ରିମାଣ୍ଡ ପାଇଁ ଅନୁମତି ଦେଇଛନ୍ତି କୋର୍ଟ । ଖୁବଶୀଘ୍ର ଘଟଣାର ସତ୍ୟାସତ୍ୟ ପଦାକୁ ଆସିବ ବୋଲି କହିଛନ୍ତି ପୋଲିସ ଡିଜି ସୁନୀଲ ବଂଶଲ । ନାର୍କୋ ଟେଷ୍ଟ ପାଇଁ ଗୋପାଳକୁ ଗୁଜୁରାଟ ନିଆଯିବ ବୋଲି ସୂଚନା ମିଳିଛି । ଅଧିକ ପଢ଼ନ୍ତୁ

ଘଟଣାସ୍ଥଳରେ ଅନୁଧ୍ୟାନ କରି ଫେରିଲେ ଜଷ୍ଟିସ ଦାସ ଓ ଡିଜିପି

author img

By

Published : Feb 8, 2023, 5:49 PM IST

Updated : Feb 8, 2023, 6:30 PM IST

ଆଉ ୫ ଦିନ ରିମାଣ୍ଡରେ ଗୋପାଳ

ଝାରସୁଗୁଡ଼ା: ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ଘଟଣାର ତଦନ୍ତକୁ ତଦାରଖ କରିବାକୁ ଗତକାଲି ଝାରସୁଗୁଡ଼ା ଆସିଥିଲେ ହାଇକୋର୍ଟ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଜେପି ଦାସ । ତାଙ୍କ ସହ ପୋଲିସ ଡିଜି, ଆଇନ ଶୃଙ୍ଖଳା ଏଡିଜି ଓ ଗୁଇନ୍ଦା ନିର୍ଦ୍ଦେଶକ ମଧ୍ୟ ଝାରସୁଗୁଡ଼ା ଗସ୍ତରେ ଆସିଥିଲେ । ଆଜି ଘଟଣାସ୍ଥଳ ପରିଦର୍ଶନ ପରେ କ୍ରାଇମବ୍ରାଞ୍ଚ ଓ ଫରେନ୍ସିକ ଟିମ୍‌ ସହିତ ଘଟଣା ସମ୍ପର୍କରେ ବିସ୍ତୃତ ଆଲୋଚନା ସେମାନେ ଭୁବନେଶ୍ବର ଫେରିଯାଇଛନ୍ତି । ସେପଟେ ଆଜି ଅଭିଯୁକ୍ତ ଗୋପାଳର ଦ୍ବିତୀୟ ପର୍ଯ୍ୟାୟ ରିମାଣ୍ଡ ଅବଧି ଶେଷ ହେଉଥିବାବେଳେ ଆଉ ୫ ଦିନ ରିମାଣ୍ଡ ପାଇଁ ଅନୁମତି ଦେଇଛନ୍ତି କୋର୍ଟ । ଏହି ସମୟରେ ନାର୍କୋ ଟେଷ୍ଟ ପାଇଁ ଗୋପାଳକୁ ଗୁଜୁରାଟ ନିଆଯିବ ବୋଲି ସୂଚନା ମିଳିଛି ।

ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ଘଟଣାରେ ତଦନ୍ତକୁ ଜୋରଦାର କରିଛି କ୍ରାଇମବ୍ରାଞ୍ଚ । ଗୁରୁବାର ଅଭିଯୁକ୍ତ ଗୋପାଳର ଦ୍ବିତୀୟ ପର୍ଯ୍ୟାୟ ରିମାଣ୍ଡ ଅବଧି ଶେଷ ହେଉଥିବା ବେଳେ ଗତକାଲି ତାକୁ ଘଟଣାସ୍ଥଳକୁ ନେଇ କ୍ରାଇମ ସିନ୍‌ର ରିକ୍ରିଏସନ କରିଥିଲା କ୍ରାଇମବ୍ରାଞ୍ଚ । ଏହାପରେ ଘଟଣାରେ ତଦନ୍ତକୁ ତଦାରଖ କରିବା ପାଇଁ ଗତକାଲି ଝାରସୁଗୁଡ଼ାରେ ପହଞ୍ଚିଥିଲେ ହାଇକୋର୍ଟ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଜେପି ଦାସ । ଆଇନ ଶୃଙ୍ଖଳା ଦୃଷ୍ଟିରୁ ତାଙ୍କ ସହ ପୋଲିସ ଡିଜି, ଆଇନ ଶୃଙ୍ଖଳା ଏଡିଜି ଓ ଗୁଇନ୍ଦା ନିର୍ଦ୍ଦେଶକ ମଧ୍ୟ ଝାରସୁଗୁଡ଼ା ଗସ୍ତରେ ଆସିଥିଲେ । ଆଜି ସକାଳୁ ଜଷ୍ଟିସ ଦାସଙ୍କ ସହ ପୋଲିସ ଡିଜି ସୁନୀଲ ବଂଶଲ ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିଥିଲେ ।

ଏହାପରେ ସର୍କିଟ ହାଉସରେ ଏକ ରୁଦ୍ଧଦ୍ବାର ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ କ୍ରାଇମବ୍ରାଞ୍ଚ ଓ ଫରେନ୍ସିକ ଟିମ ସହିତ ଘଟଣା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ ଜଷ୍ଟିସ ଦାସ ଓ ପୋଲିସ ଡିଜି ସୁନୀଲ ବଂଶଲ । ଏହାପରେ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ଭୁବନେଶ୍ବରକୁ ଯାତ୍ରା କରିଥିଲେ । ଏହି ଘଟଣାକୁ ନେଇ ବିମାନ ବନ୍ଦର ନିକଟରେ ନିଜ ପ୍ରତିକ୍ରିୟା ରଖିଛନ୍ତି ଡିଜିପି ସୁନୀଲ ବଂଶଲ । ସେ କହିଛନ୍ତି, "ଘଟଣାର ତଦନ୍ତ ଚାଲିଛି । ଆହୁରି କିଛିଦିନ ସମୟ ଲାଗିବ । ଘଟଣାର ସତ୍ୟାସତ୍ୟ ଖୁବଶୀଘ୍ର ପଦାକୁ ଆସିବ ।"

ଇଟିଭି ଭାରତ, ଝାରସୁଗୁଡ଼ା

Last Updated : Feb 8, 2023, 6:30 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.