ETV Bharat / state

ପଶ୍ଚିମବଙ୍ଗ ଠିକାଦାରଙ୍କୁ ଝାରସୁଗୁଡାରେ ପଥରରେ ଛେଚି ହତ୍ୟା

ପଶ୍ଚିମବଙ୍ଗର ଠିକାଦାରଙ୍କୁ କେହି ଦୁର୍ବୃତ୍ତ ପଥରରେ ଛେଚି ହତ୍ୟା କରିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ତଦନ୍ତ ଜାରି ରଖିଛି ।

author img

By

Published : Aug 12, 2019, 11:00 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡା

ଝାରସୁଗୁଡା: ଭଡାଘରେ ରହୁଥିବା ପଶ୍ଚିମବଙ୍ଗର ଠିକାଦାରଙ୍କୁ କେହି ଦୁର୍ବୃତ୍ତ ପଥରରେ ଛେଚି ହତ୍ୟା କରିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛି । ଏହାପରେ ସାଇଣ୍ଟିଫିକ ଟିମ୍ ସହାୟତାରେ ତଦନ୍ତ ଆରମ୍ଭ କରିଛି ପୋଲିସ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡା

ଘଟଣାସ୍ଥଳକୁ ଜିଲ୍ଲା ଏସପି ଅଶ୍ବିନୀ ମହାନ୍ତି ଓ ଡିଏସପି ଉଗ୍ରସେନ ପ୍ରଧାନ ପହଞ୍ଚି ତଦନ୍ତର ଅଗ୍ରଗତି ସଂପର୍କରେ ବୁଝିଛନ୍ତି । ମୃତ ଠିକାଦାର ହେଲେ ପଶ୍ଚିମବଙ୍ଗ ମୁର୍ଶିଦାବାଦ ଅଞ୍ଚଳର ଫସିଦ୍ଦୁଲ ରହେମନ୍ । ତେବେ ହତ୍ୟାକାଣ୍ଡର କାରଣ ଜଣା ପଡିନାହିଁ ।

ସୂଚନାଯୋଗ୍ୟ, ଏକାତାଲିରେ ଏକ ଭଡାଘରେ ଠିକାଦାର ଜଣଙ୍କ ରହୁଥିଲେ । ଗତକାଲି କେହି ତାଙ୍କୁ ହତ୍ୟା କରିବା ପରେ ମୃତଦେହକୁ ମଶାରୀ ଘୋଡାଇ ଦେଇ ଫେରାର ହୋଇଯାଇଥିଲା । ଆଜି ସକାଳୁ ଘର ମାଲିକ ସୁଧୀର ପଟେଲ ଘର ବାହାରେ ବୁଲୁଥିଲେ । ହେଲେ ଘର ଭିତରେ ପଙ୍ଖା ବୁଲୁଥିବା ଦେଖି କବାଟ ଖୋଲିଥିଲେ । ଏହାପରେ ଠିକାଦାରଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଦେଖିବା ପରେ ବିଟିଏମ୍ ଫାଣ୍ଡି ପୋଲିସକୁ ଖବର ଦେଇଥିଲେ ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

Intro:ଝାରସୁଗୁଡାରେ ହତ୍ୟାକାଣ୍ଡ ଅଭିଯୋଗ । ଏକାତାଲି ଠାରେ ଭଡାଘରେ ରହୁଥିବା ପଶ୍ଚିମବଙ୍ଗର ଶ୍ରମିକ ଠିକାଦାରଙ୍କୁ କେହି ଦୁର୍ବ୍ରୁତ୍ତ ପଥରରେ ଛେଚି ହତ୍ୟା କରିବା ପରେ ମଶାରୀ ଘୋଡାଇ ଦେଇ ଫେରାର୍ ହୋଇଯାଇଛି ।ଆଜି ସକାଳୁ ଘରମାଲିକ ସୁଧୀର ପଟେଲ ଘର ପାଖରେ ବୁଲୁଥିବା ବେଳେ ଘର ଭିତରେ ପଙ୍ଖା ବୁଲୁଥିବା ଜାଣି ଘରକୁ ଖୋଲି ଠିକାଦାରଙ୍କ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଦେଖିବା ପରେ ବିଟିଏମ୍ ଫାଣ୍ଡି ପୋଲିସକୁ ଖବର ଦେଇଥିଲେ ।ପୋଲିସ ପହଞ୍ଚି ମୃତକ ଶବକୁ ଉଦ୍ଧାର କରି ସାଇଣ୍ଟିଫିକ ଟିମ୍ ସହାୟତାରେ ତଦନ୍ତ ଆରମ୍ଭ କରିଛି ।ଘଟଣାସ୍ଥଳକୁ ଜିଲ୍ଲା ଏସପି ଅଶ୍ୱିନୀ ମହାନ୍ତି ଓ ଡିଏସପି ଉଗ୍ରସେନ ପ୍ରଧାନ ପ୍ରମୁଖ ପହ୍ଞ୍ଚି ତଦନ୍ତର ଅଗ୍ରଗତି ସଂପର୍କରେ ବୁଝିଛନ୍ତି ।ମୃତ ଠିକାଦାର ହେଲେ ପଶ୍ଚିମବଙ୍ଗ ମୁର୍ଶିଦାବାଦ ଅଞ୍ଚଳର ଫସିଦ୍ଦୁଲ ରହେମନ୍ ।ହତ୍ୟାକାଣ୍ଦର କାରଣ ଜଣା ପଡିନାହିଁ ।

ବାଇଟ1:ସାବିତ୍ରୀ ବଳ, ଥାନା ଅଧିକାରୀ, ଝାରସୁଗୁଡା ।Body:।।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.