ETV Bharat / state

ଝାରସୁଗୁଡ଼ାରେ 67ତମ ରାଜ୍ୟସ୍ତରୀୟ କବାଡ଼ି ପ୍ରତିଯୋଗୀତା ଉଦଯାପିତ - ଓଡ଼ିଶା ପୋଲିସ ଚମ୍ପିଆନ

ଓଏସଏପି ସେକେଣ୍ଡ ବାଟାଲିୟନ ଖେଳ ପଡ଼ିଆରେ ଚାଲିଥିବା 67 ତମ ରାଜ୍ୟସ୍ତରୀୟ ପୁରୁଷ ଓ ମହିଳା ବର୍ଗ କବାଡି ପ୍ରତିଯୋଗୀତା ଉଦଯାପିତ ହୋଇଛି । ପୁରୁଷ ବର୍ଗରେ ଓଡ଼ିଶା ପୋଲିସ ଓ ମହିଳା ବର୍ଗରେ ପୂର୍ବତଟ ରେଳବାଇ ଚମ୍ପିଆନ ହୋଇଛନ୍ତି।

ରାଜ୍ୟସ୍ତରୀୟ କବାଡ଼ି ପ୍ରତିଯୋଗୀତା
ରାଜ୍ୟସ୍ତରୀୟ କବାଡ଼ି ପ୍ରତିଯୋଗୀତା
author img

By

Published : Dec 3, 2019, 8:08 PM IST

ଝାରସୁଗୁଡ଼ା: ଓଏସଏପି ସେକେଣ୍ଡ ବାଟାଲିୟନ ଖେଳପଡ଼ିଆରେ ଚାଲିଥିବା 67 ତମ ରାଜ୍ୟସ୍ତରୀୟ ପୁରୁଷ ଓ ମହିଳା ବର୍ଗ କବାଡି ପ୍ରତିଯୋଗୀତା ଉଦଯାପିତ ହୋଇଛି । ପୁରୁଷ ବର୍ଗରେ ଓଡିଶା ପୋଲିସ ଦଳ ଚମ୍ପିଆନ ହୋଇଛି। ସେହିପରି ମହିଳା ବର୍ଗରେ ପୂର୍ବତଟ ରେଳବାଇ ଦଳ ଚମ୍ପିଆନ ଆଖ୍ୟା ଅର୍ଜନ କରିଛି।

State level kabadi tournament
ଚମ୍ପିଆନ ଓଡ଼ିଶା ପୋଲିସ ଟିମ
ଫାଇନାଲ ମୁକାବିଲାରେ ପୁରୁଷ ବର୍ଗରେ ଓଡ଼ିଶା ପୋଲିସ ଓ ଢେଙ୍କାନାଳ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା । ମ୍ୟାଚ ଶେଷ ପର୍ଯ୍ୟନ୍ତ ସଂଘର୍ଷ ପୂର୍ଣ୍ଣ ରହିଥିଲା । ତେବେ 33-34 ପଏଣ୍ଟରେ ଓଡିଶା ପୋଲିସ ଦଳ ବାଜି ମାରିନେଇଥିଲା। ସେହିପରି ମହିଳା ବର୍ଗରେ ପୂର୍ବତଟ ରେଳବାଇ ଓ କେନ୍ଦ୍ରାପଡା ମଧ୍ୟରେ ଫାଇନାଲ ଖେଳ ହୋଇଥିଲା। ଏଥିରେ ପୂର୍ବତଟ ରେଳବାଇ 32-17 ପଏଣ୍ଟରେ ବିଜୟୀ ହୋଇ ଚମ୍ପିଆନ ହୋଇଥିଲା।
State level kabadi tournament
ଚମ୍ପିଆନ ପୂର୍ବତଟ ରେଳବାଇ ମହିଳା ଟିମ
୩ ଦିନ ଧରି ଖେଳାଯାଇଥିବା ଏହି କବାଡ଼ି ପ୍ରତିଯୋଗୀତାରେ ରାଜ୍ୟର 28ଟି ପୁରୁଷ ଓ 18ଟି ମହିଳା କବାଡି ଦଳ ଯୋଗ ଦେଇଥିଲେ । ମୋଟ 557 ଜଣ ଖେଳାଳି ସାରା ରାଜ୍ୟରୁ ଯୋଗ ଦେଇଥିଲେ ।ଉଦଯାପନୀ ସମାରୋହରେ ଝାରସୁଗୁଡ଼ା ଜିଲ୍ଲାପାଳ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଚମ୍ପିଆନ ଓ ରନର୍ସ ଅପ ଦଳକୁ ପୁରସ୍କୃତ କରିଥିଲେ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

Intro:ଝାରସୁଗୁଡ଼ା ଜିଲ୍ଲାରେ ଓଏସଏପି ସେକେଣ୍ଡ ବାଟାଲିୟନ ଖେଳପଡ଼ିଆରେ ଚାଲିଥିବା 67 ତମ ରାଜ୍ୟସ୍ତରୀୟ ପୁରୁଷ ଓ ମହିଳା ବର୍ଗ କବାଡି ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି । ପୁରୁଷ ବର୍ଗରେ ଓଡିଶାପୋଲିସ ଦଳ ଚମ୍ପିୟାନ ହୋଇଥିବା ବେଳେ ମହିଳା ବର୍ଗରେ ପୂର୍ବତଟ ରେଳବାଇ ଦଳ ଚମ୍ପିୟାନ ହୋଇଛନ୍ତି ।

ଆଜି ଅପରାହ୍ନ ରେ ଅନୁଷ୍ଠିତ ଫାଇନାଲରେ ପୁରୁଷ ବର୍ଗ ରେ ଓଡ଼ିଶା ପୋଲିସ ଓ ଢେଙ୍କାନାଳ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା । ସଂଘର୍ଷ ପୂର୍ଣ୍ଣ ଖେଳରେ 33-34 ପଏଣ୍ଟ ରେ ଓଡିଶାପୋଲିସ ଦଳ ଚମ୍ପିୟାନ ହୋଇଛନ୍ତି । ସେହିପରି ମହିଳା ବର୍ଗରେ ପୂର୍ବ ତଟ ରେଳବାଇ ଓ କେନ୍ଦ୍ରାପଡା ମଧ୍ୟରେ ଫାଇନାଲ ଖେଳ ହୋଇଥିଲା । ଏଥିରେ ପୂର୍ବ ତଟ ରେଳବାଇ 32-17 ପଏଣ୍ଟ ରେ ବିଜୟୀ ହୋଇ ଚମ୍ପିୟାନ ହୋଇଥିଲା ।

୩ ଦିନ ଧରି ଚାଲି ଥିବା ଏହି କବାଡ଼ି ପ୍ରତିଯୋଗିତାରେ ରାଜ୍ୟର 28ଟି ପୁରୁଷ ଓ 18 ଟି ମହିଳା କବାଡି ଦଳ ଯୋଗ ଦେଇଛନ୍ତି । ମୋଟ 557 ଜଣ ଖେଳାଳି ସାରାରାଜ୍ୟରୁ ଯୋଗ ଦେଇଥିଲେ ।ଉଦଯାପନୀ ସମାରୋହ ରେ ଝାରସୁଗୁଡ଼ା ଜିଲ୍ଲାପାଳ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଚମ୍ପିୟାନ ଓ ରନର୍ସ ଅପ ଦଳକୁ ପୁରସ୍କୃତ କରିଥିଲେ ।Body:।।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.